ପାଟଣାଗଡ,୧୨/୦୬: ବିଜେପି ସରକାରର ବର୍ଷାନୁପୁର୍ତ୍ତି ସଫଳତା ବିକାଶମୂଖି କାମ ଉପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ବରରୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ବାହନର ଶୁଭ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବ୍ଳକ ପରିସରରେ ବିଡିଓ ସୁମନ୍ତ ମିଞ୍ଜଙ୍କ ତତ୍ତ୍ୱାବଧାନରେ ପତାକା ଦେଖାଇ ବିକାଶ ବାହନକୁ ଉଦଘାଟନ କରାଯାଇଥିଲା।
ଏହି ବିକାଶ ବାହନ ଗ୍ରାମ ପଞ୍ଚାୟତକୁ ଯାଇ ବିଜେପି ସରକାରଙ୍କ ବିକାଶର ବର୍ଷାନୁପୁର୍ତ୍ତି ସଫଳତା ବିକାଶମୂଳକ କାର୍ଯ୍ୟର ଜନସାଧାରଣଙ୍କୁ ଅବଗତ କରାଇବା ସହ ଅନ୍ତୋଦୟ ଗୃହ ଯୋଜନାରେ ଲୋକଙ୍କୁ କାର୍ଯ୍ୟାଦେଶ, ଲେବର ଓ ଆୟୁଷ୍ମାନ କାର୍ଡ ବଣ୍ଟନ, ମନରେଗା କାମ, ଇ-କେୱ।ଇସି ଆଧାର କେନ୍ଦ୍ର ପ୍ରଭୃତିକୁ ନେଇ ଜନସାଧାରଣଙ୍କୁ ଅବଗତ କରାଇବ ।
ଏହି କାର୍ଯ୍ୟକ୍ରମରେ ତହସିଲଦାର ରୁଦ୍ର ମୋହନ ନାଏକ, ଅତିରିକ୍ତ ତହସିଲଦାର ଅର୍ଜନ ମାଝୀ, ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା, ବିଜେପି କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏଙ୍କ ସମେତ ବ୍ଳକର ବିଭିନ୍ନ ପଦ ପଦବୀରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।