ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କଲେଜ ପରିଦର୍ଶନରେ ଯାଇଥିଲେ ବିଡିଓ, ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ ପାଠ

Published By : Suraj Kumar | November 2, 2024 10:15 PM

ମାଲକାନଗିରି/ମାଥିଲି, ୨/୧୧(ଆପ୍ର ) ;  କଲେଜର ସୁବିଧା ଅସୁବିଧା କଥା ବୁଝିବା ପାଇଁ ପରିଦର୍ଶନ ରେ ଯାଇଥିଲେ ବିଡିଓ  । ହେଲେ ସେଠାରେ ପହଁଞ୍ଚି ଅଧ୍ୟାପକଙ୍କ ପରି   ଛାତ୍ର ଛାତ୍ରୀଙ୍କୁ ପଢ଼ାଇଥିଲେ ପାଠ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ମାଥିଲି ବ୍ଲକସ୍ଥ ଵହଳଦିଆଗୁଡା ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର କଲେଜ କୁ ମାଥିଲି ବିଡିଓ ଡ଼ ହିମାଞ୍ଚଳ ମାଝୀ ଗସ୍ତରେ ଯାଇଥିଲେ। କଲେଜରେ ପହଞ୍ଚି ପରିବେଶ ଓ ଛାତ୍ରଛାତ୍ରୀଙ୍କ ଉତ୍ତମ ବ୍ୟବହାରରେ ବହୁତ ଖୁସି ହୋଇଯାଇଥିଲେ।  ନିଜେ କ୍ଲାସ ରୁମକୁ ଯାଇ ଜଣେ ପୋଖତ ଅଧ୍ୟାପକଙ୍କ ପରି ବିଜ୍ଞାନ ଯୁକ୍ତ ଦୁଇ  ଶ୍ରେଣୀରେ ଛାତ୍ର ଛାତ୍ରୀମାନଙ୍କୁ ପାଠ ପଢାଇଥିଲେ ।  ଛାତ୍ରଛାତ୍ରୀମାନେ ମଧ୍ୟ ବିଡିଓଙ୍କ ଶିକ୍ଷାଦାନ ପ୍ରତି ଆକୃଷ୍ଟ ହୋଇ ଅଧିକ ସମୟ କ୍ଲାସ ନେବା ପାଇଁ ଅନୁରୋଧ କରିଥିଲେ। ଠିକ ଭାବେ ଶିକ୍ଷାଦାନ ଦେଵା ସହିତ ସମସ୍ତଙ୍କୁ ଉତ୍ତମ ବ୍ୟବହାର ଦେଖାଇବା, ଗୁରୁଜନଙ୍କୁ ଭକ୍ତି ଓ କନିଷ୍ଠ ମାନଙ୍କୁ ସ୍ନେହ ଆଦର କରିବା,ଭଲ ଭାବରେ ପାଠ ପଢି ଜିଲ୍ଲାର ଟେକ ରଖିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜଣେ ପ୍ରଶାସନିକ ଅଧିକାରୀ ବିଡିଓ ଙ୍କ ପାଠ ପଢାଇବା ଦେଖି କଲେଜର ଅନ୍ୟ ଅଧ୍ୟାପକ ଓ ଗ୍ରାମବାସୀ ମାନେ ତାଜୁବ ହେବା  ସହ ବିଡିଓଙ୍କ ପ୍ରଶଂସା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.