ବାରଙ୍ଗ, ୨୨।୨ : ଢ଼ଳେଇ ବେଳେ ଗୋଟିଏ କଡ଼ ଭୁଶୁଡି ପଡ଼ିଲା ନୟାପାଟଣା ଆମ୍ଭବରେଇ ବିଜୁ ସେତୁ। ସ୍ଵଭାଗ୍ୟ ବଶତଃ ବର୍ତ୍ତୀ ଯାଇଛନ୍ତି ଶ୍ରମିକ। ଜୁନ ୨୦୨୩ ରେ ଆରମ୍ଭ ହୋଇଥିଲା ସେତୁକାମ। ଅବଧି ସରିଯାଇଥିଲେ ମଧ୍ୟ କାମ ସରୁନାହିଁ।
ବାରଙ୍ଗ ବ୍ଲକ ପୁରୀ ମେନ କେନାଲ ଉପରେ ଚାଲୁଥିଲା ସେତୁକାମ। ତେବେ ଖରାପ ଓଲଡିଂ ପାଇଁ ଭାଙ୍ଗି ପଡିଥିଲା ତଳ ରଡ଼। ସକାଳୁ ଢ଼ଳେଇ କାମ ଆରମ୍ଭ ହୋଇଥିଲା। କଂକ୍ରିଟ ଢଳା ଚାଲୁଥିଲା ବେଳେ ଦିନ ପ୍ରାୟ ୧୧ ଟା ବେଳେ ଗୋଟିଏ କଡ଼ ଭୁଶୁଡି ପଡିଥିଲା। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଏହି ସେତୁ କାର୍ଯ୍ୟ ଗ୍ରାମ ଉର୍ନ୍ନୟନ ବିଭାଗ -୨ ଅଧୀନରେ କାର୍ଯ୍ୟ ଚାଲୁଛି। ସେତୁ ଭାଙ୍ଗିବା ପରେ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।