ଭୁବନେଶ୍ୱର,୦୬/୦୪: ଗାଁରେ ପଶି ଆକ୍ରମଣ କଲା ଭାଲୁ । ଗୁରୁତର ହେଲେ ଯୁବକ । ଗୁରୁତର ଯୁବକ ସ୍ବାମ ମୁଣ୍ଡା ସାହିର ମାର୍କଣ୍ଡ ମୁଣ୍ଡା ବୋଲି ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସ୍ବାମ ମୁଣ୍ଡା ସାହିରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରବିବାର ସକାଳୁ ଏକ ଭାଲୁ ସ୍ବାମ ମୁଣ୍ଡା ସାହିକୁ ପଶି ଆସିଥିଲା । ସେହି ସାହିର ମାର୍କଣ୍ଡ ମୁଣ୍ଡା ଘର ଅଗଣାରେ ଛିଡା ହୋଇଥିଲେ । ଏହି ସମୟର ଭାଲୁଟି ଯୁବକ କୁ ଆକ୍ରମଣ କରିଥିଲା । ଯୁବକଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା ।  ଫଳରେ  ଯୁବକ ଜଣଙ୍କ ଗୁରୁତର ହୋଇପଡିଥଲେ ।  ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କାରାଯାଇଛି । 

ସେପଟେ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ ମୁହାଁ ହୋଇଥିବା ବେଳେ ଏବେ ଗାଁ ପାଖ ଜଙ୍ଗଲରେ ଘୁରି ବୁଲୁଛି । ଏହି କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।