ଗଡ଼ମଧୁପୁର,୨୭/ ୦୮: ଯାଜପୁର ଜିଲ୍ଲା ଗଡ଼ମଧୁପୁର ଧର୍ମଶାଳା ବ୍ଲକରେ ଅଘଟଣ। ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ତେବେ ଗୁରୁତର ଯୁବକ ଜଣକ ତୁରଙ୍ଗ ଗାଁର ଜଳଧର ଜେନାଙ୍କ ପୁଅ ଚିନ୍ମୟ ଜେନା ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ତୁରଙ୍ଗ ଗାଁ ନିକଟରେ ବହି ଯାଉଥିବା କୁଆଁରିଆ ନଦୀକୂଳରେ ଘଟିଛି ଏହି ଦୁର୍ଘଟଣା । ଗତରାତି ଠାରୁ ମା ଭାଲୁ ସମେତ ଦୁଇଟି ଛୁଆ ଭାଲୁ ଖାଦ୍ୟ ସଂଗ୍ରହ ପାଇଁ କୁଆଁରିଆ ନାଳ କୂଳରେ ଏହି ଭାଲୁମାନେ ଥିଲେ । ପ୍ରତିଦିନ ଭଳି ପୁଅ ଚିନ୍ମୟ ଏହି କୁଆଁରିଆ ନଦୀକୂଳକୁ ପ୍ରାୟ ୬ ଟା ୩୦ ସମୟ ପାଖାପାଖି ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ପଛପଟୁ ବଣୁଆ ଭାଲୁ ତାକୁ ଆକ୍ରମଣ କରିଥିଲା । ନିକଟରେ ଥିବା ତାଙ୍କର ଜଣେ ସାଙ୍ଗ ଦେଖି ଖୁବ ଜୋରରେ ପାଟି କରିବାରୁ ଭାଲୁ ଲିଟୁକୁ ଛାଡି ଚାଲି ଯାଇଥିଲା ।ଚିନ୍ମୟ ଏଥିରେ ଗୁରୁତର ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଥିବା ଜଣାପଡିଛି। ଲୋକମାନଙ୍କ ହୋହାଲ୍ଲା ହେତୁ ଭାଲୁଟି ତୁରଙ୍ଗ ଗାଁରୁ ବାହାରି କମ୍ପିରା ଜଙ୍ଗଲ ରାସ୍ତା ଦେଇନିଶ୍ଚିନ୍ଦା ଜଙ୍ଗଲକୁ ପଳାଇଯାଇଛି। ଅନ୍ୟ ଦୁଇଟି ଭାଲୁ କମ୍ପିରା ଜଙ୍ଗଲରେ ଛପି ରହିଥିବାରୁ ସ୍ଥାନୀୟ ଗଡ଼ମଧୁପୁର ଫରେଷ୍ଟ ମୁତୟନ ଥିବାବେଳେ ସ୍ଥାନୀୟ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି। ଗତବର୍ଷ ମଧ୍ୟ କମ୍ପିରା ଗାଁ ନିକଟରେ ତିନିଟି ଭାଲୁ ଆକ୍ରମରେ ଜଣେ ବନ୍ୟ ବିଭାଗର କର୍ମଚାରୀ ଓ ଜଣେ ବିଦ୍ୟୁତ ବିଭାଗର କର୍ମଚାରୀ ଗୁରୁତର ହୋଇ ଧର୍ମଶାଳା ଓ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ନିର୍ଦ୍ଧିଷ୍ଟ ଏହି ଅଞ୍ଚଳରେ ଲୋକମାନେ ଭାଲୁ ମାନଙ୍କ ଆକ୍ରୋଶ ର ଶିକାର ହୋଉଥିଲେ ମଧ୍ୟ ବନ୍ୟ ବିଭାଗର ଏହି ଅଂଚଳପାଇଁ କାର୍ଯ୍ୟକଳାପ ସୁନ ହୋଇଥିବା ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କର ଆଲୋଚନା ର ବିଷୟ ପାଲଟିଛି।