ନୂଆଦିଲ୍ଲୀ,୧୩/୦୬; ୧୨ କୋଟି ଟଙ୍କାର ଡ୍ରଗ୍ସ ଚାଲାଣ ଅଭିଯୋଗରେ ମୁମ୍ବାଇ ବିମାନବନ୍ଦରରୁ ଜଣେ ମଡେଲଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ୨୯ ବର୍ଷୀୟ ହର୍ଷା ସନି । ସେ ଜୁନ୍ ୧୦ ତାରିଖ ବିଳମ୍ବିତ ରାତିରେ ଏୟାର ଇଣ୍ଡିଆର ଏକ ବିମାନରେ ବ୍ୟାଙ୍ଗକକରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ରୁଟିନ୍ ଯାଞ୍ଚ ସମୟରେ ତାଙ୍କର ଗତିବିଧି ସନ୍ଦେହଜନକ ଲାଗିବାରୁ କଷ୍ଟମ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ । ତାଙ୍କ ଟ୍ରଲି ବ୍ୟାଗକୁ ଯାଞ୍ଚ କରାଯିବାକୁ ସେଥିରେ ୧୨ଟି ସିଲବନ୍ଦ ପ୍ଲାଷ୍ଟିକ୍ ପ୍ୟାକେଟରେ ଉଚ୍ଚ ଗୁଣବତ୍ତାର ଗଞ୍ଜେଇ ଥିବା ଜଣାପଡିଥିଲା । ଏହା ପରେ ହର୍ଷାଙ୍କୁ ଏନଡିପିଏସ୍ ଆକ୍ଟ ଅନୁସାରେ ଗିରଫ କରାଯାଇଥିଲା । ମଡେଲ ହର୍ଷା ସାନି ନିଜ ପକ୍ଷରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି ।

ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ କୋର୍ଟ ଜେଲ୍ ପଠାଇଛନ୍ତି। ମାମଲାର ଯାଞ୍ଚ ପ୍ରାଥମିକ ସ୍ତରରେ ଥିବାବେଳେ ଏହି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ସହ ସମ୍ପୃକ୍ତ ଅନ୍ୟ ଲୋକଙ୍କ ସନ୍ଧାନ ଚାଲିଛି । ସୂଚନାଥାକି ,ହର୍ଷା ଏକ ଘରୋଇ ବ୍ୟାଙ୍କରେ ରିଲେସନସିପ୍ ମ୍ୟାନେଜର ଭାବେ କାର୍ଯ୍ୟରତ । ସେ ମଡେଲିଂ ଏବଂ ଗ୍ଲାମର ଦୁନିଆ ସହ ମଧ୍ୟ ଜଡିତ । ସେ ଗତ ବର୍ଷ ମେ' ମାସରେ ମିସେସ୍ କେରଳ ଗ୍ଲୋବାଲ୍ ୨୦୨୫ ପ୍ରତିଯୋଗିତାରେ ରନର୍ସଅପ୍ ହୋଇଥିଲେ ।

ମଡେଲ ଜଣକ ତାଙ୍କ ପକ୍ଷରେ କ’ଣ କହିଲେ ?

ହର୍ଷା ସନି କହିଛନ୍ତି ଯେ, ତାଙ୍କ ଯାତ୍ରା ସମୟରେ ଜଣେ ବ୍ୟକ୍ତି ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ଏବଂ ତାଙ୍କୁ ଭାରତକୁ ଏକ ବ୍ୟାଗ ନେବାକୁ ରାଜି କରାଇଥିଲେ । ବ୍ୟାଙ୍ଗକକରୁ ଫେରିବା ପରେ ସକାଳ ପ୍ରାୟ ୪ଟାରେ ସନିଙ୍କୁ ବିମାନବନ୍ଦରରେ ଅଟକାଯାଇଥିଲା । ଅଧିକାରୀମାନେ ଏକ ଟ୍ରଲି ବ୍ୟାଗ ଭିତରେ ୧୨ଟି ଭାକ୍ୟୁମ୍-ସିଲ୍ ପ୍ୟାକେଟ ଗଞ୍ଜେଇ ପାଇଥିଲେ । ଏହା ପରେ ସନିଙ୍କୁ ଗିରଫ କରାଯାଇ NDPS କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ହର୍ଷା ସନିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଓକିଲ ପ୍ରଭାକର ତ୍ରିପାଠି ଦାବି କରିଛନ୍ତି ଯେ, ତାଙ୍କ ମହକିଲଙ୍କୁ ବ୍ୟାଗର ବିଷୟବସ୍ତୁ ବିଷୟରେ କୌଣସି ଜ୍ଞାନ ନଥିଲା । ସେ କହିଛନ୍ତି ଯେ, ଏହା ସଂଗଠିତ ଚୋରା ଚାଲାଣକାରୀଙ୍କ ଦ୍ୱାରା ଜଣେ ଅଣଦେଖା ଯାତ୍ରୀଙ୍କ ସୁଯୋଗ ନେବାର ଏକ କ୍ଲାସିକ୍ ମାମଲା ପରି ମନେ ହେଉଛି ।

ଏହା ବି ପଢନ୍ତୁ...Amazon water consumption: ଆମାଜନ୍ର ରିପୋର୍ଟ, ବର୍ଷରେ ଡାଟା ସେଣ୍ଟର୍ ପିଇଛି ୯୦୦ କୋଟି ଲିଟର ପାଣି