ନୂଆଦିଲ୍ଲୀ ୧୩/୦୬: ଡାଟା ସେଣ୍ଟର୍ ପାଣି ଓ ବିଜୁଳି ଉଭୟର ବ୍ୟାପକ ଉପଯୋଗ କରୁଛନ୍ତି । ଏହା ଏବେ ବିଶ୍ୱ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି । ଆମାଜନ୍ ଚାହେଁ, ଲୋକେ ଜାଣନ୍ତୁ ଯେ ଏହାର ଡାଟା ସେଣ୍ଟର୍ ଏ ମାମଲାରେ କେତେ ଦକ୍ଷ । କମ୍ପାନି ସ୍ପଷ୍ଟ କରିଛି, ୨୦୨୫ରେ ଏହାର ବୈଶ୍ୱିକ ଡାଟା ସେଣ୍ଟର୍ ପରିଚାଳନାରେ ହାରାହାରି ୨୫୦ କୋଟି ଗ୍ୟାଲନ୍ ଅର୍ଥାତ୍ ୯୦୦ କୋଟି ଲିଟରରୁ ଅଧିକ ପାଣି ଖର୍ଚ୍ଚ ହୋଇଛି ।
ପ୍ରଥମ ଥର ଆମାଜନ୍ ଏହି ତଥ୍ୟ ସାର୍ବଜନୀନ କରିଛି । ତେବେ ୯୦୦ କୋଟି ଲିଟର ପାଣି ଏକ ବହୁତ ବଡ଼ ମାତ୍ରା । କିନ୍ତୁ ଆମାଜନ୍ର ଦାବି, ଏହା ସିଧାସଳଖ ପରିଚାଳନା କରୁଥିବା ସ୍ଥାନଗୁଡ଼ିକରେ ଜଳର ଉପଯୋଗ ୨୦୨୪ ତୁଳନାରେ ୨ ପ୍ରତିଶତ କମିଛି । ଏହି ହାର ସହିତ ନିଜର ଡାଟା ସେଣ୍ଟର୍ ପରିସରକୁ ମଧ୍ୟ ବଢ଼ାଇଛି । ଏଆଇ ଯୋଗୁ ପରିବେଶ ଉପରେ ପଡୁଥିବା ପ୍ରଭାବକୁ ନେଇ ଡାଟା ସେଣ୍ଟର୍ ଚଳାଉଥିବା କମ୍ପାନିଗୁଡ଼ିକ ଉପରେ ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ଆମାଜନ୍ ନିଜ ବ୍ଲଗ୍ ପୋଷ୍ଟରେ ଏହି ତଥ୍ୟ ଶେୟାର କରିଛି ।
ପୋଷ୍ଟରେ ଏକ ତାଲିକା ଶେୟାର କରିଛି, ଯେଉଁଥିରେ ପାଣି ଉପଯୋଗର ତଥ୍ୟର ତୁଳନା ପ୍ରତିଯୋଗିତା ସହ କରାଯାଇଛି । ତାଲିକା ଅନୁସାରେ, ୨୦୨୫ରେ ଆମାଜନ୍ ଡାଟା ସେଣ୍ଟର୍ ପ୍ରତି କିଲୋୱାଟ୍/ଘଣ୍ଟା ବିଜୁଳି ପାଇଁ ୦.୧୨ ଲିଟର ପାଣି ବ୍ୟବହାର କରିଛି, ଯାହା ଗୁଗଲ୍, ମାଇକ୍ରୋସଫ୍ଟ ଓ ମେଟା ଭଳି କମ୍ପାନି ତୁଳନାରେ ସବୁଠୁ କମ୍ । ତାଲିକାରେ ପ୍ରଦର୍ଶିତ ଗୁଗଲ୍ର ସଂଖ୍ୟା କେବଳ ଜେମିନି ଏଆଇ ଡାଟା ସେଣ୍ଟର୍ର ପାଣି ଖର୍ଚ୍ଚ ଦେଖାଇଛି । ରିପୋର୍ଟ ଅନୁସାରେ, ବିଶ୍ୱରେ ଆମାଜନ୍ର ହାରାହାରି ୯୨୪ ଡାଟା ସେଣ୍ଟର୍ ଅଛି ।
ଆହୁରି ପଢ଼ନ୍ତୁ...Ukraine Russia war: ୟୁକ୍ରେନ୍ର ଦାବି, ସୁନ୍ଦରୀ ପଠାଇ ସୈନ୍ୟଙ୍କୁ ବିଷ ଦେଇ ମାରୁଛି ରୁଷ୍
ଆମାଜନ୍ ଆହୁରି କହିଛି, ୨୦୩୦ ସୁଦ୍ଧା ‘ୱାଟର୍ ପଜିଟିଭ୍’ ହେବା ଏହାର ଯୋଜନା । ଏହାର ଅର୍ଥ କମ୍ପାନିର ଡାଟା ସେଣ୍ଟର୍ କାର୍ଯ୍ୟରେ ବ୍ୟବହୃତ ପ୍ରତ୍ୟେକ ଗ୍ୟାଲନ୍ ପାଣି ବଦଳରେ କମ୍ପାନି ସମୁଦାୟକୁ ଏକ ଗ୍ୟାଲନ୍ରୁ ଅଧିକ ପାଣି ଫେରାଇବ । ଏହି ଲକ୍ଷ୍ୟକୁ ୭୫ ପ୍ରତିଶତ ହାସଲ କରିଥିବା କମ୍ପାନି କହିଛି । ଜଳ ସଂରକ୍ଷଣର ଅନେକ ଉପାୟ ମଧ୍ୟ ଏହା ଆପଣେଇଛି । ନିଜ ସର୍ଭର୍କୁ ଥଣ୍ଡା ରଖିବା ପାଇଁ ୯୦ ପ୍ରତିଶତ ସମୟ ବାହ୍ୟ ବାୟୁର ଉପଯୋଗ କରୁଛି ।