ଭୁବନେଶ୍ୱର,୨୧/୦୩: ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବିଏଡ୍‌/ଏମଏଡ୍‌/ ବିଏଚଏଡ୍‌ ପାଠକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର  ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ୨୪ ତାରିଖରୁ  କମନ୍‌ ଆପ୍ଲିକେସନ୍‌ ଫର୍ମ (ସିଏଏଫ୍‌) ପୂରଣ  ପ୍ରକିୟା ଆରମ୍ଭ ହେବ । 

ବିଗତ ବର୍ଷ ଭଳି  ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବିଏଡ/ ଏମଏଡ/ ବିଏଚଏଡ ପାଠକ୍ରମରେ ନାମଲେଖା  ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ  କରାଯିବ । ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍‌ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ।  ଏଥିସହ ଶିକ୍ଷା ବର୍ଷ ୨୦୨୫-୨୬ରେ ଦୁଇ ବର୍ଷିଆ ବିଏଡ୍‌/ଏମ ଏଡ୍‌/ ବିଏଚଏଡ୍‌ ପାଠକ୍ରମକୁ ଆସନ୍ତା ୨୪ ଜୁଲାଇ ସୁଦ୍ଧା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।