ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ମାଣ ହେବ ବାବ୍ରି ମସଜିଦ୍ । ଡିସେମ୍ବର ୬ତାରିଖରେ ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ, ଯେଉଁ ଦିନକି ମସଜିଦ୍ ଭଙ୍ଗା ଯିବାର ୩୩ ତମ ବାର୍ଷିକୀ ପାଳନ ହେବାକୁ ଯାଉଛି । ଅର୍ଥାତ ଯେଉଁ ତାରିଖରେ ଭଙ୍ଗା ଯାଇଥିଲା, ସେହି ତାରିଖରେ ପୁଣି ଥରେ ନିର୍ମାଣ ପାଇଁ ନିଅଁ ପଡିବ । ତୃଣମୂଳ ବିଧାୟକ ହୁମାୟୁନ କବୀର ଏହି ଘୋଷଣା କରିଛନ୍ତି, ଯାହାକୁ ନେଇ ଏବେ ସାରା ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି ।

ସମ୍ବାଦ ସରବରାହ ସଂସ୍ଥା ANI ସହ କଥାବାର୍ତ୍ତା ବେଳେ ହୁମାୟୁନ କହିଛନ୍ତି କି, ଏହି ସମାରୋହ ମୁର୍ଶିଦାବାଦର ବେଲଡାଙ୍ଗାରେ ଅନୁଷ୍ଠିତ ହେବ । ଏହି ସମୟରେ ବହୁ ମୁସଲିମ ନେତା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାକୁ (ବାବ୍ରି ମସଜିଦ) ସମାପ୍ତ କରିବାକୁ ପ୍ରାୟ ୩ ବର୍ଷ ଲାଗିବ ବୋଲି ସେ କହିଛନ୍ତି ।

ତେବେ ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ଏଭଳି ଘୋଷଣା ଏକ ସାମ୍ପ୍ରଦାୟୀକ ମୋଡ ନେଇଛି । ଏହି ସମୟରେ ବିରୋଧୀ ବିଜେପି ହୁମାୟୁନଙ୍କୁ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି । ରାଜ୍ୟରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଶାସକ ଦଳ ଧାର୍ମିକ ପରିଚୟକୁ ଅସ୍ତ୍ର କରିଥିବା କହିଛି ବିଜେପି । ବିଜେପି ମୁଖପାତ୍ର ଗୌରବ ଭାଟିଆ ହୁମାୟୁନଙ୍କ ଦାବିକୁ ରାଜନୈତିକ ଅପରାଧର ଶୀର୍ଷ ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇଛା ଅନୁସାରେ ଏହି ଘୋଷଣା କରାଯାଇଛି । ଯେତେବେଳେ କି ପ୍ରତ୍ୟକ ଭାରତୀୟ, ପ୍ରତ୍ୟକ ହିନ୍ଦୁ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ପାଇଁ । ସେତେବେଳେଏହା ସ୍ପଷ୍ଟ ଭାବରେ ପ୍ରତିଫଳିତ କରେ ଯେ ମମତା ବାନାର୍ଜୀ ହିନ୍ଦୁ ମାନଙ୍କ ପ୍ରତି କି ପ୍ରକାର ଘୃଣା ଏବଂ ଅବୈଧ ପ୍ରବାସୀ ମାନଙ୍କ ପ୍ରତି ତାଙ୍କର ପ୍ରେମ। ମମତା ବାନାର୍ଜୀଙ୍କ ଚିନ୍ତାଧାରା ଏବଂ ବିଚାରଧାରା ଅତ୍ୟନ୍ତ ଦୁଃଖଦ ଏବଂ ଚିନ୍ତାଜନକ," ବୋଲି ଭାଟିଆ କହିଛନ୍ତି। ବିଜେପି ନେତା ମମତା ବାନାର୍ଜୀଙ୍କୁ "ସାମ୍ପ୍ରଦାୟିକ ରାଜନୀତି ଏବଂ ତୁଷ୍ଟୀକରଣ ରାଜନୀତିର ପ୍ରତୀକ" ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ସେ ଜାଣିଛନ୍ତି ଯେ, ସେ ଆଗାମୀ ବିଧାନସଭା ନିର୍ବାଚନରେ ହାରିଯିବେ।

ଏହି ସମୟରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, କହିଛନ୍ତି କି "ଭାରତ ମାଟିରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ କୌଣସି ଇଟା ଟିଏ ମଧ୍ୟା ଲଗାଯିବ ନାହିଁ"। ଅନୁପ୍ରବେଶକାରୀଙ୍କ ବିରୋଧରେ ସାରା ଦେଶରେ ଅଭିଯାନ ଚାଲିଛି। ସେମାନଙ୍କୁ ବାଛି ବାଛି ଭାରତରୁ ବାହାର କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା ଘୋଷଣା କରିଛନ୍ତି। ସମଗ୍ର ଦେଶ ଏଥିପାଇଁ ପ୍ରସ୍ତୁତ। ୨୦୨୬ ରେ, ପଶ୍ଚିମବଙ୍ଗର ଲୋକମାନେ ଟିଏମସିକୁ ଉପାଡ଼ି ବାହାର କରି ଫିଙ୍ଗି ଦେବେ। ଆମେ ପଶ୍ଚିମବଙ୍ଗରେ ମଧ୍ୟ ସରକାର ଗଠନ କରିବୁ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ତୃଣମୂଳ ବିଧାୟକଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି, କହିଛନ୍ତି ଯେ ମନ୍ଦିର ଏବଂ ମସଜିଦ ଉଭୟର ନାରାବାଜି ନିର୍ବାଚନୀ ଲାଭ ପାଇଁ ନିୟୋଜିତ ହେଉଛି।"ଏପରି ପରିସ୍ଥିତିରେ, ସେମାନେ ବାବ୍ରି ମସଜିଦ ନିର୍ମାଣ ଘୋଷଣା କରୁଛନ୍ତି। ମନ୍ଦିର ହେଉ କି ମସଜିଦ, ଏଥିରେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ମନ୍ଦିର କିମ୍ବା ମସଜିଦ ନିର୍ମାଣ ବାହାନାରେ ନିର୍ବାଚନରେ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବା ଠିକ୍ ନୁହେଁ। ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଧ୍ରୁବୀକରଣର କୌଣସି ରାଜନୀତି ନାହିଁ," ଚୌଧୁରୀ କହିଛନ୍ତି।

ସେହିଭଳି ବିଜେପି ନେତ୍ରୀ ଉମା ଭାରତୀ, ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, "ଯଦି ଭଗବାନଙ୍କ ପୂଜା କିମ୍ବା ଇସଲାମ ନାମରେ ଏକ ମସଜିଦ ନିର୍ମିତ ହୁଏ, ତେବେ ଆମେ ତାହାକୁ ସମ୍ମାନ କରିବୁ। କିନ୍ତୁ ଯଦି ବାବରଙ୍କ ନାମରେ ଏହା ପୁଣି ନିର୍ମାଣ ହୁଏ ତେବେ, ଡିସେମ୍ବର ୬ ରେ ଅଯୋଧ୍ୟାରେ ହୋଇଥିବା ପରି ସମାନ ଭାଗ୍ୟ ଭୋଗ କରିବ, ଏପରିକି ଇଟା ମଧ୍ୟ ଗାଏବ ହୋଇଯାଇଥିଲା। ମୋର ବନ୍ଧୁ ମମତା ବାନାର୍ଜୀଙ୍କୁ ମୋର ପରାମର୍ଶ ହେଉଛି, ଯେଉଁମାନେ ବାବରଙ୍କ ନାମରେ ଏକ ମସଜିଦ ନିର୍ମାଣ କରିବା କଥା କହୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ବେଙ୍ଗଲ ଏବଂ ଦେଶର ସମ୍ମାନ ଏବଂ ସଦ୍ଭାବ ପାଇଁ, ଏହା ମଧ୍ୟ ଆପଣଙ୍କର ଦାୟିତ୍ୱ।"