ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ନିୟମର ଉଲଙ୍ଘନ କରାଯାଇଥିବାର ଏକ ଖବର ସାମ୍ନାକୁ ଆସିଛି । ବିବାହ ନକରି ଗୋଟିଏ ଘରେ ଯୁବକ ଯୁବତୀ ରହିଥିବା ଅଭିଯୋଗ ହୋଇଛି । ଘର ମାଲିକ ଏବଂ ପଡ଼ୋଶୀ ସନ୍ଦେହ କରିବା ପରେ ପୁଲିସକୁ ଖବର ଦେଇଥିଲେ । ଆଉ ପୁଲିସ ସେମାନଙ୍କୁ ଉଠାଇ ନେଇଥିବାବେଳେ ପଚରାଉଚରା କରୁଛି ।

ଶାହପୁରା ଅଞ୍ଚଳରେ ପଶ୍ଚିମବଙ୍ଗର ଯୁବକ ଏବଂ ଯୁବତୀଙ୍କ ଘର ଉଜବେକିସ୍ତାନରେ ବୋଲି ଜଣାପଡ଼ିଛି । ଯୁବକଙ୍କ ନାମ ହେଉଛି ସାଜିଦ ହୁସେନ । ସେ ଏହି ଯୁବତୀଙ୍କ ସହ ବିନା ପ୍ରମାଣପତ୍ରରେ ରହୁଥିଲେ । ମାତ୍ର ଅଳ୍ପଦିନ ରହିଥିବାବେଳେ ସେମାନଙ୍କ ଉପରେ ମାଲିକଙ୍କ ସନ୍ଦେହ ବଢ଼ିଥିଲା । ସେ ପୁଲିସକୁ ଖବର ଦେଇଥିବାବେଳେ ଉଭୟ ପଳାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ପୁଲିସ ଉଠାଇ ନେଇଛି ।

ଯୁବକଙ୍କ ପାଖରେ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ହୋଇଥିବା ଜଣାପଡ଼ିଛି । ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ରହିଥିବାବେଳେ ଯୁବତୀଙ୍କ କୌଣସି ଡକ୍ୟୁମେଣ୍ଟ ମିଳିନଥିଲା । ସନ୍ଦେହ ଆହୁରି ବଢ଼ିଯାଇଥିଲା । ସେ ଗୁପ୍ତଚର ବୋଲି ମଧ୍ୟ କୁହାଯାଉଛି । ଉଭୟଙ୍କ ମଧ୍ୟରେ ଇନଷ୍ଟାଗ୍ରାମରେ ଆରମ୍ଭ ହୋଇଥିଲା ସମ୍ପର୍କ । ଆଉ ୧୦ଦିନ ହେବ ଯୁବତୀ ଜଣକ ଭାରତ ଚାଲିଆସିଥିଲେ । ତାଙ୍କ ପାଖରେ ଭାରତରେ ରହିବା ପାଇଁ କୌଣସି ଭିସା କିମ୍ବା ପାସପୋର୍ଟ ନଥିବା କୁହାଯାଇଛି ।

ସେ ପ୍ରେମରେ ପଡ଼ି ଚାଲି ଆସିଥିବା କହିଛନ୍ତି । ତେବେ ପୁଲିସ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ବିଦେଶୀଙ୍କ ଉପରେ ସନ୍ଦେହ ହୁଏ ତାହେଲେ ଜଣାନ୍ତୁ । ତେବେ ଯୁବତୀ ଜଣକ ଭାରତ ପହଞ୍ଚିବା ପୂର୍ବରୁ କେଉଁଠି ରହୁଥିଲେ ? କେମିତି ପହଞ୍ଚିଲେ ସେ ମମ୍ପର୍କରେ କୌଣସି ତଥ୍ୟ ମିଳିନଥିବାବେଳେ ସନ୍ଦେହ ବଢ଼ିବାରେ ଲାଗିଛି । ଏହାସହ ସେ ପୁଲିସ ହେପାଜତରେ ରହିଥିବାବେଳେ ତାଙ୍କୁ ପଚରଉଚରା କରାଯାଉଛି ।

ଏହାସହ ପଢ଼ନ୍ତୁ : ପ୍ରତୀକ୍-ଅପର୍ଣ୍ଣାଙ୍କ ପ୍ରେମ କାହାଣୀ, କେମିତି ହୋଇଥିଲା ଆରମ୍ଭ ?