ନୂଆଦିଲ୍ଲୀ: ପରଲୋକରେ ପ୍ରତୀକ ଯାଦବ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତୀ ମୁଲାୟମ ସିଂହଙ୍କ ପୁଅ ହେଉଛନ୍ତି ପ୍ରତୀକ୍ । ତେବେ ପ୍ରତୀକ୍ ଯାଦବଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକ ଇଚ୍ଛା ପ୍ରକାଶ କରିଛନ୍ତି । ପତ୍ନୀ ଅପର୍ଣ୍ଣାଙ୍କ ପ୍ରେମ ବିବାହ ହୋଇଛି । ତେବେ ଏହି ପ୍ରେମ ଆରମ୍ଭ ହୋଇଥିଲା ମେଲରୁ ଆରମ୍ଭ ହୋଇଥିଲା ।

ପ୍ରତୀକ ଏବଂ ଅପର୍ଣ୍ଣା ହେଉଛନ୍ତି ବନ୍ଧୁ । ଗୋଇଏ ସ୍କୁଲରେ ପାଠ ପଢ଼ୁଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ନଥିଲା । ମତ୍ରେ ଏକ ପାର୍ଟିରେ ସେମାନଙ୍କ ମଧ୍ୟରେ ଦେଖା ହୋଇଥିଲା । ଆଉ ଉଭୟ ଉଭୟଙ୍କ ସହ କଥା ହୋଇଥିଲେ । ଉଭୟ ଉଭୟଙ୍କୁ ଇ-ମେଲ୍ ଆଡ୍ରେସ ଦେଇଥିଲେ । ଆୁ ଏଥିରୁ ସେମାନଙ୍କ ମଧ୍ୟରେ ବରମ୍ଭ ହୋଇଥିଲା କଥାବାର୍ତ୍ତା ।

ମେଲରେ କଥା ଆରମ୍ଭ କରିଥିଲେ । ୨୦୦୧ ମସିହାରେ ଏହା ଆରମ୍ଭ ହୋଇଥିଲା । ପ୍ରଥମେ ବନ୍ଧୁତା ଆଉ ପରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ । ୧୦ ବର୍ଷ ଧରି ସେମାନଙ୍କ ପ୍ରେମ ଚାଲିଥିଲା । ଶେଷରେ ଉଭୟ ଉଭୟଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ । ଆଉ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଲକ୍ଷ୍ନୌରେ ମହାଆଡ଼ମ୍ବରରେ ସେମାନଙ୍କ ବିବାହ ହୋଇଥିଲା । ଯେଉଁଥିରେ ଅମ୍ବାନୀ ପରିବାର ଏବଂ ବଚ୍ଚନ ପରିବାର ପ୍ରମୁଖ ଯୋଗ ଦେଇଥିଲେ । ତେବେ ପ୍ରତୀକ ଏବଂ ଅପର୍ଣ୍ଣାଙ୍କ ୨ ସନ୍ତାନ ରହିଛନ୍ତି । ପ୍ରତୀକଙ୍କର ଜିମରେ ଆଗ୍ରହ ରହିଥିବାବେଳେ ଅପର୍ଣ୍ଣାଙ୍କର ରାଜନୀତିରେ ଇଚ୍ଛା ରହିଥିଲା ।

ବୋହୂର ରାଜନୀତି ପ୍ରତି ଥିବା ଇଚ୍ଛାକୁ ଦେଖି ମୁଲାୟମସିଂହ ଯାଦବ ତାଙ୍କୁ ପ୍ରଥମେ ରାଜନୀତି ପାଇଁ ସୁଯୋଗ ଦେଇଥିଲେ । ୨୦୧୭ରେ ସାଂସଦ ଟିକେଟ ଦେଇଥିଲେ । ମାତ୍ର ଏହି ଆସନରେ ସମାଜବାଦୀ ପାର୍ଟି ପରାସ୍ତ ହୋଇଥିଲା । ବିଜେପି ଜିତିଥିବାବେଳେ ପରେ ମତଭେଦ ପାଇଁ ବିଜେପିରେ ଯୋଗ ଦେଇଥିଲେ ଅପର୍ଣ୍ଣା ।

ଏହାସହ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ ଶୁଭେନ୍ଦୁଙ୍କ ବଡ଼ ନିଷ୍ପତ୍ତି