ଉତ୍ତରପ୍ରଦେଶ, ୯।୨: ରବିବାର ରାତିରେ ଉତ୍ତର ପ୍ରଦେଶର ରାୟବରେଲିରେ ନିର୍ମାଣଧୀନ ଗଙ୍ଗା ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର୍ ୮ ଜଣ ଯୁବତୀଙ୍କ ଉପରେ ଚଢ଼ିଯାଇଥିଲା, ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତେ କୋଡେର ଗାଁର ବାସିନ୍ଦା, ଚୁଲି ଗାଁରେ ଆୟୋଜିତ ଏକ ଭୋଜିରୁ ପ୍ରସାଦ ଗ୍ରହଣ କରି ଯୁବତୀମାନେ ଘରକୁ ଫେରୁଥିଲେ । ଜଗତପୁର ଥାନା ଅଞ୍ଚଳ ଅନ୍ତର୍ଗତ ସୁଲତାନପୁର ଜନୌଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ପୁଲିସର ସୂଚନା ଅନୁଯାୟୀ, ଏହି ଲୋକମାନେ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ସମୟରେ ଏକ ଦ୍ରୁତଗାମୀ ଗାଡ଼ି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । କାର୍ ର ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି ଏବଂ ଚାଳକକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ହିମାଂଶୀ, ଶାଲିନୀ, ରଶ୍ମି ଏବଂ ଆସମା ବୋଲି ଜଣାପଡ଼ିଛି । ନିର୍ମାଣାଧୀନ ଏକ୍ସପ୍ରେସୱେରେ ଦୁର୍ଘଟଣାରେ ରିଆ ପଟେଲ, ପ୍ରିୟା ପଟେଲ, ସାଧନା, ମୀନା ଏବଂ ରେଶମା ଆହତ ହୋଇଥିଲେ ଏବଂ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା ।
ଏହା ବି ପଢ଼ନ୍ତୁ... ଭୁବନେଶ୍ୱର ମର୍ଡର ମିଷ୍ଟ୍ରୀରେ ଟୁଇଷ୍ଟ, ଟ୍ୟାକ୍ସି ଡ୍ରାଇଭରକୁ ହତ୍ୟା କଲେ ପାର୍ଲର ଗାର୍ଲ !
ଘଟଣାସ୍ଥଳରେ ପହଞ୍ଚିଥିଲେ ଡିଏମ୍-ଏସ୍ପି:
ଘଟଣା ସମ୍ପର୍କରେ ଖାବର ପାଇ, ଜିଲ୍ଲା ମାଜିଷ୍ଟ୍ରେଟ୍ ହର୍ଷିତା ମାଥୁର ଏବଂ ପୋଲିସ ଅଧୀକ୍ଷକ ରବି କୁମାର ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ସଠିକ୍ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ଅଧୀକ୍ଷକ କହିଛନ୍ତି, "ନିର୍ମାଣାଧୀନ ଗଙ୍ଗା ଏକ୍ସପ୍ରେସୱେରେ ଏକ ଦ୍ରୁତଗାମୀ କାର୍ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗାଡ଼ିଟିକୁ ଜବତ କରାଯାଇଛି ଏବଂ ଡ୍ରାଇଭରଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ।" ଏହି ଘଟଣା ପରେ ଏକ୍ସପ୍ରେସୱେରେ ଘୋର ଅବହେଳା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଯାନବାହନ ଯାତାୟତ ପାଇଁ କିପରି ଅନୁମତି ଦିଆଯାଇଥିଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।