ନୂଆଦିଲ୍ଲୀ : ସ୍ବାର୍ଥପର ଦୁନିଆ, ଏଠି କେହି କାହାର ନୁହଁନ୍ତି । ସମ୍ପତ୍ତି ପାଇଁ ଭାଇ- ଭାଇ ଭିତରେ ହେଉଛି ଲଢ଼େଇ । ମଣିଷ ନିଜର ଗର୍ବରେ ଏତେ ଅନ୍ଧ ହେଉଛି କି ଅସୁବିଧାରେ ପଡ଼ିଥିବା ଲୋକକୁ ଚାହୁଁନି । ସମାଜରେ ଆପଣମାନେ ଏମିତି ଅନେକ ଘଟଣା ଦେଖୁଥିବେ ନିଶ୍ଚୟ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ମାଙ୍କଡ଼ ଏ ମଣିଷ ସମାଜକୁ ଦେଇଛି ଅନେକ ଶିକ୍ଷା । ବୁଢ଼ୀ ମାଆଙ୍କ ଦେହାନ୍ତ ହୋଇଥିବାବେଳେ ମାଙ୍କଡ଼ଟି ମୃତଦେହକୁ ଛାଡ଼ୁନି । ଆଉ ଜାବୁଡ଼ି ଧରି କାନ୍ଦୁଥିବା ଦେଖିବାକୁ ମିଳିଛି ।
A final goodbye to his Caretaker❗️
— Bhakt Prahlad🚩 (@RakeshKishore_l) April 1, 2026
In a deeply moving moment from Rayara Doddi in Channapatna near Bengaluru, an 85-year-old woman who regularly fed monkeys was hugged by one of them after her passing. https://t.co/M94Fbx3uyo pic.twitter.com/ouYpihP0Mp
କର୍ଣ୍ଣାଟକର ଚନାପାଟନାର ଏହି ଭିଡିଓଟି ଏବେ ବେଶ ଭାଇରାଲ ହେଉଛି । ରାୟରା ରେଡ୍ଡିରେ ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଛି । ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି । ମାତ୍ର ମାଙ୍କଡ଼ଟି ତାଙ୍କୁ ଛାଡ଼ି ଯାଉନି ଆଉ କାନ୍ଦୁଥିବାବେଳେ ଯେଉଁମାନେ ନିଜ ବାପା ମାଆଙ୍କୁ ପଚାରନ୍ତନି ସେମାନଙ୍କୁ ଏକ ବଡ଼ ଶିକ୍ଷା ଦେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ମାଙ୍କଡ଼କୁ ବୁଢ଼ୀ ମାଆ ଜଣକ ସବୁବେଳେ ଖାଇବାକୁ ଦିଅନ୍ତି । ମାଙ୍କଡ଼ଟି ମଧ୍ୟ ନିଜ ସବୁବେଳେ ବୁଢ଼ୀମାଆଙ୍କ ପାଖେ ପାଖେ ରହିଥାଏ । ପରିବାରର ଜଣେ ସଦସ୍ୟ ବୋଲି ମାନି ନେଇଥିଲା ଏହି ମାଙ୍କଡ଼ଟି । ଦୁଃଖରେ ସୁଖରେ ସବୁବେଳେ ପରିବାରର ପାଖରେ ମଧ୍ୟ ରହୁଥିଲା ।
ମଣିଷଙ୍କ ଭଳି ମାଙ୍କଡଟି ମଧ୍ୟ ବୁଝି ଯାଇଛି କି, ତାକୁ ଭଲ ପାଉଥିବା ଆଉ ଖାଇବାକୁ ଦେଉଥିବା ମାଆ ଆଉ ଏ ଦୁନିଆରେ ନାହିଁ । ତାକୁ ଆଉ କେବେ ଖାଇବାକୁ ଦେବନି ତାର ପ୍ରିୟର ମଣିଷ । ସେଥି ପାଇଁ ତ ମାଙ୍କଡ଼ଟି ମୃତଦେହକୁ ଜଗି ବସିଛି । ଆଉ ମଝିରେ ମଝିରେ ମୁହଁରେ ହାତ ମାରୁଛି ଆଉ ମଣିଷକଙ୍କ ଭଳି କାନ୍ଦି ପକାଉଛି । ଯାହାର ଭିଡିଓ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭଲ ଭଲ କମେଣ୍ଟ ଦେବା ସହ ଶିକ୍ଷଣୀୟ ବୋଲି କହୁଛନ୍ତି । କାରଣ ମାଙ୍କଡ଼ଟି ଯେମିତି ନିଜର ପୁଅ ଭଳି ସମସ୍ତଙ୍କ ସାମ୍ନାରେ ଯାଇ ଭାବବିହ୍ବଳ ହୋଇ ବୁଢ଼ୀମାଆଙ୍କୁ ଜାବୁଡ଼ି ଧରିଲା ଆଉ କାନ୍ଦି ପକାଇଲା ସମସ୍ତଙ୍କ ଆଖିରେ ଲୁହ ଆସିଗଲା ।
ଆପଣମାନେ ସମାଜରେ ଦେଖିଥିବେ କି, ଏମିତି କିଛି ଲୋକ ଅଛନ୍ତି ଯେଉମାନେ ନିଜ ବାପା ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ୁଛନ୍ତି ଆଉ ଶେଷ ସମୟରେ ଦେଖିବାକୁ ମଧ୍ୟ ଆସନ୍ତିନାହିଁ ଏହି ମାଙ୍କଡ଼ଟି ସେମାନଙ୍କୁ ମାଆର ମୂଲ୍ୟ କ’ଣ ଶିଖାଇଛି । କାରଣ ଯିଏ ଖାଇବାକୁ ମୁଠେ ଦେଇଛି ଆଉ ସ୍ନେହ ଦେଇଛି ତାକୁ ବା ସେ ଭୁଲିବ କେମିତି ? ଯାହା ଏହି ଭିଡିଓରେ ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ : ଆଇପିଏଲ ଇତିହାସରେ ପ୍ରଥମ: ଏହିଦିନ ହେବ ବାପା-ପୁଅ ଟକ୍କର !