ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଫ୍ୟାଶନ ଚକ୍କରରେ ରୋଗର ଶିକାର ହୁଅନ୍ତୁ ନାହିଁ ; ଜାଣନ୍ତୁ, ଗରମରେ ଜିନ୍ସ ପିନ୍ଧିଲେ କଣ କ୍ଷତି ହୁଏ

Published By : Prameya | April 12, 2025 4:53 PM

ନୂଆଦିଲ୍ଲୀ : ଗରମରେ ଜିନ୍ସ ପିନ୍ଧିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇପାରେ। ଆଜିକାଲି ଫ୍ୟାଶନ ଚକ୍କରରେ ସ୍ୱାସ୍ଥ୍ୟ ସହ ଖେଳିବା ସାଧାରଣ କଥା ହୋଇଗଲାଣି। ଜିନ୍ସ ଯଦିଓ ଷ୍ଟାଇଲିସ୍‌ ଓ ଫ୍ୟାଶନେବଲ ଲୁକ୍‌ ଦେଇଥାଏ, କିନ୍ତୁ ଗରମରେ ଏହାକୁ ପ୍ରତିଦିନ ପିନ୍ଧିବା ଅର୍ଥ ଅନେକ ଗୁଡ଼ିଏ ରୋଗକୁ ନିମନ୍ତ୍ରଣ କରିବା। ଆସନ୍ତୁ , ଜାଣିବା କେମିତିକା ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ହୋଇପାରେ।

ପ୍ରାଇଭେଟ୍‌ ପାର୍ଟର କ୍ଷତି-

ଜିନ୍ସର ଘର୍ଷଣରୁ ଉତ୍ତାପ ବାହାରି ଥାଏ ଏବଂ ଗରମରେ ଏହି ହିଟ୍‌ ପ୍ରାଇଭେଟ୍‌ ପାର୍ଟକୁ କ୍ଷତି କରିପାରେ। ଯେଉଁଥି ପାଇଁ କେବଳ ସ୍ପର୍ମର ସମସ୍ୟା ହୋଇ ନଥାଏ , ବରଂ ଭଜାଇନାର ପିଏଚ୍‌ ଲେବଲ ମଧ୍ୟ ବିଗିଡ଼ି ଯାଇଥାଏ।

ଭଜାଇନାଲ ଇନ୍ଫେକ୍ସନର ବିପଦ – 

ମହିଳାଙ୍କୁ ଟାଇଟ୍‌ ଜିନ୍ସ ପିନ୍ଧିବା କାରଣରୁ ଭଜାଇନଲ ଇନ୍ଫେକ୍ସନର ବିପଦ ରହିଥାଏ। ଟାଇଟ୍‌ ଜିନ୍ସର କାରଣରୁ ଭଜାଇନଲ ଏରିଆରେ ବାୟୁ ପ୍ରବାହ ହୋଇନଥାଏ ଏବଂ ଆଦ୍ରତା ଜମି ରହିଯାଏ । ଯେଉଁଥି ପାଇଁ ବ୍ୟାାକ୍ଟେରିଆ ଓ ଫଙ୍ଗସ ବଢିଥାନ୍ତି। ଏଥିରେ କୁଣ୍ଡାଇ ହେବା ସମସ୍ୟା ହୋଇଥାଏ। 

ଫଙ୍ଗଲ ଇନଫେକ୍ସନର ସମସ୍ୟା – 

ଜିନ୍ସ କାରଣରୁ ବାୟୁ ପ୍ରବାହ ସ୍କିନ୍‌ ଉପରେ ହୋଇ ପାରିନଥାଏ । ଝାଳ କାରଣରୁ ବ୍ୟାକ୍ଟେରିଆ ଓ ଫଙ୍ଗସ ବଢନ୍ତି। ଯାହାକି ବଏଲ୍ସ , ପିମ୍ପଲ୍ସ , ରିଙ୍ଗୱର୍ମ ଭଳି ସମସ୍ୟା ସୃଷ୍ଟି କରନ୍ତି। 

ଜିନ୍ସରେ ହାଇଜିନର ଅଭାବ –

ଅଧିକାଂଶ ଲୋକେ ଜିନ୍ସକୁ ପ୍ରତିଦିନ ଧୁଅନ୍ତି ନାହିଁ। ଯେଉଁଥିପାଇଁ ଜିନ୍ସରେ ହାଇଜିନ୍‌ର ଅଭାବ ହୋଇଥାଏ। ପିନ୍ଧା ଯାଇଥିବା ଜିନ୍ସରେ ଝାଳ କାରଣରୁ ବ୍ୟାକ୍ଟେରିଆ ଓ ଫଙ୍ଗସ୍‌ ବଢନ୍ତି ,ଯାହାକୁ ଦ୍ୱିତୀୟ ଥର ପିନ୍ଧିବା ଦ୍ୱାରା ସ୍କିନ୍‌ରେ ପଙ୍ଗସ୍‌ ଲାଗିଯାନ୍ତି। 

ଟାଇଟ୍‌ ଜିନ୍ସ ଏବଂ ଅନେକ ସମୟ ଯାଏ ନପିନ୍ଧନ୍ତୁ –

ଗରମ ଦିନରେ ଟାଇଟ୍‌ ଜିନ୍ସ ପିନ୍ଧିବାରୁ ଦୂରେଇ ରହିବା ଭଲ। ଜିନ୍ସକୁ ଅନେକ ସମୟ ଯାଏ ନପିନ୍ଧିବା ଉଚିତ୍‌, ନୁହେଁତ ଜଙ୍ଘ ଓ ପ୍ରାଇଭେଟ୍‌ ପାର୍ଟରେ ଇନଫେକ୍ସନର ବିପଦ ଅଧିକ ହୋଇ ଯାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.