ନୂଆଦିଲ୍ଲୀ : ଗରମରେ ଜିନ୍ସ ପିନ୍ଧିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇପାରେ। ଆଜିକାଲି ଫ୍ୟାଶନ ଚକ୍କରରେ ସ୍ୱାସ୍ଥ୍ୟ ସହ ଖେଳିବା ସାଧାରଣ କଥା ହୋଇଗଲାଣି। ଜିନ୍ସ ଯଦିଓ ଷ୍ଟାଇଲିସ୍‌ ଓ ଫ୍ୟାଶନେବଲ ଲୁକ୍‌ ଦେଇଥାଏ, କିନ୍ତୁ ଗରମରେ ଏହାକୁ ପ୍ରତିଦିନ ପିନ୍ଧିବା ଅର୍ଥ ଅନେକ ଗୁଡ଼ିଏ ରୋଗକୁ ନିମନ୍ତ୍ରଣ କରିବା। ଆସନ୍ତୁ , ଜାଣିବା କେମିତିକା ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ହୋଇପାରେ।

ପ୍ରାଇଭେଟ୍‌ ପାର୍ଟର କ୍ଷତି-

ଜିନ୍ସର ଘର୍ଷଣରୁ ଉତ୍ତାପ ବାହାରି ଥାଏ ଏବଂ ଗରମରେ ଏହି ହିଟ୍‌ ପ୍ରାଇଭେଟ୍‌ ପାର୍ଟକୁ କ୍ଷତି କରିପାରେ। ଯେଉଁଥି ପାଇଁ କେବଳ ସ୍ପର୍ମର ସମସ୍ୟା ହୋଇ ନଥାଏ , ବରଂ ଭଜାଇନାର ପିଏଚ୍‌ ଲେବଲ ମଧ୍ୟ ବିଗିଡ଼ି ଯାଇଥାଏ।

ଭଜାଇନାଲ ଇନ୍ଫେକ୍ସନର ବିପଦ – 

ମହିଳାଙ୍କୁ ଟାଇଟ୍‌ ଜିନ୍ସ ପିନ୍ଧିବା କାରଣରୁ ଭଜାଇନଲ ଇନ୍ଫେକ୍ସନର ବିପଦ ରହିଥାଏ। ଟାଇଟ୍‌ ଜିନ୍ସର କାରଣରୁ ଭଜାଇନଲ ଏରିଆରେ ବାୟୁ ପ୍ରବାହ ହୋଇନଥାଏ ଏବଂ ଆଦ୍ରତା ଜମି ରହିଯାଏ । ଯେଉଁଥି ପାଇଁ ବ୍ୟାାକ୍ଟେରିଆ ଓ ଫଙ୍ଗସ ବଢିଥାନ୍ତି। ଏଥିରେ କୁଣ୍ଡାଇ ହେବା ସମସ୍ୟା ହୋଇଥାଏ। 

ଫଙ୍ଗଲ ଇନଫେକ୍ସନର ସମସ୍ୟା – 

ଜିନ୍ସ କାରଣରୁ ବାୟୁ ପ୍ରବାହ ସ୍କିନ୍‌ ଉପରେ ହୋଇ ପାରିନଥାଏ । ଝାଳ କାରଣରୁ ବ୍ୟାକ୍ଟେରିଆ ଓ ଫଙ୍ଗସ ବଢନ୍ତି। ଯାହାକି ବଏଲ୍ସ , ପିମ୍ପଲ୍ସ , ରିଙ୍ଗୱର୍ମ ଭଳି ସମସ୍ୟା ସୃଷ୍ଟି କରନ୍ତି। 

ଜିନ୍ସରେ ହାଇଜିନର ଅଭାବ –

ଅଧିକାଂଶ ଲୋକେ ଜିନ୍ସକୁ ପ୍ରତିଦିନ ଧୁଅନ୍ତି ନାହିଁ। ଯେଉଁଥିପାଇଁ ଜିନ୍ସରେ ହାଇଜିନ୍‌ର ଅଭାବ ହୋଇଥାଏ। ପିନ୍ଧା ଯାଇଥିବା ଜିନ୍ସରେ ଝାଳ କାରଣରୁ ବ୍ୟାକ୍ଟେରିଆ ଓ ଫଙ୍ଗସ୍‌ ବଢନ୍ତି ,ଯାହାକୁ ଦ୍ୱିତୀୟ ଥର ପିନ୍ଧିବା ଦ୍ୱାରା ସ୍କିନ୍‌ରେ ପଙ୍ଗସ୍‌ ଲାଗିଯାନ୍ତି। 

ଟାଇଟ୍‌ ଜିନ୍ସ ଏବଂ ଅନେକ ସମୟ ଯାଏ ନପିନ୍ଧନ୍ତୁ –

ଗରମ ଦିନରେ ଟାଇଟ୍‌ ଜିନ୍ସ ପିନ୍ଧିବାରୁ ଦୂରେଇ ରହିବା ଭଲ। ଜିନ୍ସକୁ ଅନେକ ସମୟ ଯାଏ ନପିନ୍ଧିବା ଉଚିତ୍‌, ନୁହେଁତ ଜଙ୍ଘ ଓ ପ୍ରାଇଭେଟ୍‌ ପାର୍ଟରେ ଇନଫେକ୍ସନର ବିପଦ ଅଧିକ ହୋଇ ଯାଏ।