ଲକ୍ଷ୍ନୌ : ଲଜ୍ଜା, ପୁଣି ଲଜ୍ଜା । ନାତୁଣୀକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଜେଜେବାପା । ୬ ବର୍ଷୀୟା ନାବାଳିକାଙ୍କୁ ମଧ୍ୟ ଛାଡ଼ି ନଥିଲା ଏହି ନରରାକ୍ଷସ । ପରିବାର ଲୋକେ ଏହି ଅଭିଯୁକ୍ତର କଳାକାରନାମା ଜାଣିବା ପରେ ପୁଲିସ ଜିମା ଦେଇଛନ୍ତି । ଉତ୍ତରପ୍ରଦେଶର ମଦୋହି ଜିଲ୍ଲାରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋକ୍ସୋ ଆଇନ୍ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁଲିସର ଖବର ଅନୁଯାୟୀ, ପରିବାର ଲୋକେ ବାହାରକୁ ଯାଇଥିଲେ । ନାତୁଣୀକୁ ଏକା ପାଇବା ପରେ ଜେଜେ ଅଶ୍ଲୀଳ କାମରେ ଲିପ୍ତ ହେବା ପାଇଁ ବାଧ୍ୟ କରିଥିଲେ । ୬ ବର୍ଷୀୟା ନାବାଳିକା ହୋଇଥିଲେ ସୁଦ୍ଧା କାମୁକ ବୃଦ୍ଧ ଜଣକ ଛାଡ଼ି ନଥିଲେ । ନିଜର ଦେହର ଭୋକକୁ ମାରିବା ପାଇଁ ସମ୍ପର୍କକୁ ମଧ୍ୟ ଭୁଲିଗଲା । ନିଜ ନାତୁଣୀ ସହ ମଧ୍ୟ ଖରାପ କାମ କରିବା ପାଇଁ ପଛାଇଲାନି । ଯେ କେହି ବି ଏକଥା ଶୁଣିବା ସେ ରାଗି ପାଚି ଲାଲ୍ ପଡ଼ି ଯାଉଛି ।

ନାତୁଣୀ ଏକା ପାଇବା ପରେ ମନରେ ଖରାପ ଭାବନା ରଖି ଯୌନ ଶୋଷଣ କରିବାକୁ ଜେଜେ ଚେଷ୍ଟା କରିଥିଲେ । ନାବାଳିକା ଜଣକ ଜୋରରେ ଚିତ୍କାର କରିଥିଲେ । ଶୁଣିବା ପରେ ସମସ୍ତେ ଧାଇଁ ଆସି ଜେଜେଙ୍କ ଅସଲ ରୂପକୁ ଦେଖିଥିଲେ । ଏନେଇ ପୁଲିସରରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଅଭିନବ ତ୍ୟାଗୀଙ୍କୁ ଗିରଫ କରାଯାଇଛି । ପୁଲିସ ପକ୍ଷରୁ କୁହାଯାଇଛି କି, ଏବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ପଢ଼ନ୍ତୁ : ଅଖା ଭିତରୁ ବାହାରିଲା ନିଖୋଜ ନାବାଳିକାର ମୃତଦେହ