ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ବନ୍ଦ ପ୍ରଭାବ : ରାଉରକେଲାରେ ଆଂଶିକ, ସୁନ୍ଦରଗଡ଼ରେ ଅଧିକ

Published By : Rasmita Pradhan | July 9, 2025 2:40 PM

ରାଉରକେଲା/ସୁନ୍ଦରଗଡ଼, ୯/୭ : ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଶ୍ରମିକ ସଙ୍ଗଠନର ମିଳିତ ଡାକରାରେ ଆଜି ଭାରତ ବନ୍ଦ କରାଯାଇଛି। ଶ୍ରମିକ ନୀତି, କୃଷି ବିରୋଧ ନୀତି, ମାଇନ୍ସ, କୋଇଲା କାରଖାନାରେ ଶ୍ରମିକ ବିରୋଧୀ କାର୍ଯ୍ୟକୁ ନେଇ ଏହି ଧର୍ମଘଟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି। ଜିଲ୍ଲାର ମୁଖ୍ୟ ସହର ରାଉରକେଲାରେ ସ୍ଥିତି ସ୍ଵାଭାବିକ ଥିବାବେଳେ ସୁନ୍ଦରଗଡ଼ ବ୍ଲକ ଅଞ୍ଚଳରେ ଅଧିକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। 

ସକାଳ ୭ଟାରୁ ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଶୋଭାଯାତ୍ରାରେ ବସଷ୍ଟାଣ୍ଡରୁ ବିର୍ସାମୁଣ୍ଡା ଛକ ପର୍ଯ୍ୟନ୍ତ ଯାଇଥିଲେ। ଛକରେ ବିଭିନ୍ନ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଛକରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ବିକ୍ଷୋଭ କରିଥିଲେ। ଏଥିରେ ସିଆଇଟିୟୁର ବିମାନ ମାଇତୀ, ଅନ୍ୟ ସଦସ୍ୟଙ୍କ ସହ ଶ୍ରମିକମାନେ ସାମିଲ ଥିଲେ।  ଅନ୍ୟପଟେ ସକାଳୁ ଟ୍ରେନ୍ ଚଳାଚଳ ସ୍ବାଭାବିକ ଥିବାବେଳେ ସରକାରୀ ଓ ଘରୋଇ ବସ୍ ସବୁ ବନ୍ଦ ରହିଛି। ସେହିଭଳି କିଛି ସରକାରୀ ସ୍କୁଲ ବନ୍ଦ ଥିବାବେଳେ ଘରୋଇ ସ୍କୁଲ୍, ବ୍ୟାଙ୍କ୍, ଦୋକାନ ବଜାର ଖୋଲା ରହିଛି। ଫଳରେ ସହରରେ ଧର୍ମଘଟର ଆଂଶିକ ପ୍ରଭାବ ପଡ଼ିଥିଲା। ଅପରପକ୍ଷେ ସୁନ୍ଦରଗଡ଼, ବଣାଇ, କୋଇଡା, ବୀରମିତ୍ରପୁର, ରଜମୁଣ୍ଡା, ଲହୁଣୀପଡ଼ା, ହେମଗିରି ଅଞ୍ଚଳରେ ଜୋରଦାର ବିକ୍ଷୋଭ ହୋଇ ବନ୍ଦ ପ୍ରଭାବ ପଡିଛି। ବ୍ଲକ୍ ଅଞ୍ଚଳରେ ଥିବା ମାଇନ୍ସ ଓ କାରଖାନାର ପରିବହନ ଗାଡ଼ି ସବୁ ବନ୍ଦ ଥିବାବେଳେ ଦୋକାନ ବଜାର, ସ୍କୁଲ, ଅଫିସ ବନ୍ଦ କରି ଶ୍ରମିକ ସଂଘଗୁଡ଼ିକ ବିକ୍ଷୋଭ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.