ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଭରତପୁର ଥାନାରେ ହଙ୍ଗାମା ଘଟଣା: ପୀଡ଼ିତାଙ୍କ ହେଲା ମିଛଧରା ପରୀକ୍ଷା, ଖୋଲିବ ଗୁମର

Published By : Prameya | December 13, 2024 9:47 AM

ଭୁବନେଶ୍ୱର ୧୬/୧୧: ବହୁ ଚର୍ଚ୍ଚିତ ଭରତପୁର ଥାନାରେ ମାମଲା। ସେନା ଅଧିକାରୀଙ୍କ ବାନ୍ଧବିଙ୍କର ପଲିଗ୍ରାଫ ଟେଷ୍ଟ କରାଇଲା କ୍ରାଇମ୍‌ବ୍ରାଞ୍ଚ ଟିମ୍। ଭୁବନେଶ୍ବର ଏସଏଫଏସଏଲରେ ଶେଷ ହେଲା ମିଛଧରା ପରୀକ୍ଷା। ରିପୋର୍ଟ ଆସିବା ପରେ ଖୋଲିବ ଗୁମର। କିଛି ଦିନ ପୀଡ଼ିତାଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟର ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଲିଗ୍ରାଫଙ୍କ ଟେଷ୍ଟ କରାଯାଇଥିବା ଜଣାପଡିଛି।

ସୂଚନ ଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ୧ଟା ବେଳେ ଅଭିଯୋଗ କରିବାକୁ ଥାନାକୁ ଆସିଥିବା ବେଳେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟ ତଥା ଜାତୀୟସ୍ଥରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାରେ ତତ୍କାଳୀନ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରିି କରୁଥିବ ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ବିଚାରବିଭାଗୀ ତଦନ୍ତ ଲାଗି ପୂର୍ବତ୍ତନ ନ୍ୟାୟଧିଶ ଜଷ୍ଟସ ଚିତ୍ତରଂଜନ ଦାଶଙ୍କ ନେତୃତ୍ବ ଗଠନ କରିଥିଲେ। ପରେ ତଦନ୍ତ କମିଶନ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରଥିଲେ। ଏଥି ସହିତ ସମସ୍ତ ପକ୍ଷରୁ ସତ୍ୟପାଠ ଜରିଆରେ ସେମାନଙ୍କ ମତ ରଖିପାରିବେ ଆହ୍ବାନ କରିଥିଲେ।  ସତ୍ୟାପାଠ ଦାଖଲ ପ୍ରକିୟା ଶେଷ ହୋଇଥିବା ବେଳେ ତଦନ୍ତ ଚାଲିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.