ପ୍ରମୂଖ ଖବର
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜାନୁଆରୀ ୧୪ରୁ କୁମ୍ଭୀର ଗଣନା, ୯ ଦିନ ଯାଏ ପର୍ଯ୍ୟଟକଙ୍କୁ ଭିତରକନିକା ମନା

Published By : Prameya | December 15, 2024 11:46 AM

ରାଜନଗର,୧୫/୧୨: ବିଶ୍ୱ ପ୍ରସିଦ୍ଧ ଭିତରକନିକା  ଜାତୀୟ ଉଦ୍ୟାନରେ ଆସନ୍ତା ଜାନୁଆରୀ ୧୪ରୁ ୨୨  ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ୯ ଦିନ ବ୍ୟାପୀ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ  ଆସିବାକୁ ବାରଣ କରାଯାଇଛି । ଶୀତ ସହ ଅମାବାସ୍ୟା  ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ । ଶୀତ ଅଧିକ ହେଲେ କୁମ୍ଭୀରମାନେ ନଦୀପଠାରେ ଖରା ପୋଇଁବାକୁ ପଡ଼ି ରହିଥାନ୍ତି । 

ଭିତରକନିକାର ନଦୀନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ  ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା  ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା  ବୁଡ଼ି ନଥାଏ । ତେଣୁ ଏହି ସମୟରେ ଉଭୟ ଦିନ ଓ  ରାତିରେ କୁମ୍ଭୀର ଗଣନା ସୁବିଧାଜନକ ହୋଇଥାଏ ।  ପର୍ଯ୍ୟଟକମାନେ ବୋଟ୍‌ରେ ଆସିବା ସମୟରେ  କୁମ୍ଭୀରମାନେ ନଦୀ ଭିତରକୁ ଚାଲି ଯାଇଥାନ୍ତି । ତେଣୁ  ପର୍ଯ୍ୟଟକଙ୍କୁ ଭିତରକନିକା ବାରଣ କରିବାର ୩/୪ଦିନ  ପରେ ଆହୁଲା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା  କରାଯାଇଥାଏ । ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ  ପରେ ଏକାଧିକ ଦଳ ଗଠନ କରାଯାଇ ଗଣନା  ଆରମ୍ଭ କରାଯିବ ବୋଲି ବିଭାଗ ସୂଚନା ଦେଇଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.