ପ୍ରମୂଖ ଖବର
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଭେଟରାନ ଅଭିନେତା ରାକେଶ ପାଣ୍ଡେଙ୍କ ପରଲୋକ , ୭୭ବର୍ଷ ବୟସରେ ଦେହାନ୍ତ

Published By : Prameya | March 22, 2025 5:09 PM

ମୁମ୍ବାଇ, ୨୨/୩ :  ଭୋଜପୁରୀ ଏବଂ ହିନ୍ଦୀ ଫିଲ୍ମର ଜଣାଶୁଣା ଅଭିନେତା ରାକେଶ ପାଣ୍ଡେଙ୍କ ମୁମ୍ବାଇର ଜୁହୁ ସ୍ଥିତ ଆରୋଗ୍ୟ ନିଧି ହସ୍ପିଟାଲରେ ନିଧନ । ଆଇସିୟୁରେ ଭର୍ତ୍ତି ହୋଇଥିବା ୭୭ବର୍ଷୀୟ ରାକେଶ ପାଣ୍ଡେଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ରାକେଶ ପାଣ୍ଡେଙ୍କ ଝିଅ ଜସମିତ ପାଣ୍ଡେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି, ଶୁକ୍ରବାର ରାତି ୩ଟା ସମୟରେ ତାଙ୍କ ବାପାଙ୍କ ମୁଣ୍ଡ ବିନ୍ଧିଥିଲା ଏବଂ ନିଜକୁ ଅସୁସ୍ଥ ମନେ କରୁଥିଲେ । ପରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଆରୋଗ୍ୟ ନିଧି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସକାଳେ ତାଙ୍କ ଦେହର ଅବସ୍ଥାରେ ସୁଧାର ଆସିନଥିଲା ଏବଂ ଶୁକ୍ରବାର ସକାଳ ୮ଟା୫୧ ମିନିଟରେ ସେ ନିଦ୍ରା ଅବସ୍ଥାରେ ଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ରାକେଶ ପାଣ୍ଡେ ହିନ୍ଦୀ ଏବଂ ଭୋଜପୁରୀ ଉଭୟ ଫିଲ୍ମରେ କାମ କରିଛନ୍ତି । ମାତ୍ର ତାଙ୍କୁ ହିନ୍ଦୀ ଫିଲ୍ମରୁ ଅଧିକ ସଫଳତା ଭୋଜପୁରୀ ଫିଲ୍ମରେ କାମ କରିବା ଲାଗି ମିଳିଛି । ରାକେଶ ପାଣ୍ଡେ ‘ସାରା ଆକାଶ’ ନାମକ ବଲିଉଡ଼ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ ଯାହା ପରେ ସେ କେତେକ ହିନ୍ଦୀ ଏବଂ ଭୋଜପୁରୀ ଫିଲ୍ମରେ କାମ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.