ମୁମ୍ବାଇ,୦୭/୧୧: ନିକଟରେ ଦିୱାଲୀ ଅବସରରେ ଅଜୟ ଦେବଗନଙ୍କ 'ସିଙ୍ଘମ ଏଗେନ' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭୁଲେୟା ୩' ରିଲିଜ ହୋଇଥିଲା। ଉଭୟ ଫିଲ୍ମ ନେଇ ପ୍ରେକ୍ଷାଳୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଦୁଇଟି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି । ତେବେ ଦୁଇଟି ଚଳଚ୍ଚିତ୍ର କଲେକ୍ସନ ବିଷୟରେ କହିବାକୁ ଗଲେ, ଉଭୟ ବମ୍ପର କଲେକ୍ସନ ସହ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଛି । ରିଲିଜର ୬ଷ୍ଠ ଦିନରେ 'ଭୁଲ ଭୁଲେୟା ୩' ପଛରେ ପକାଇ ୧୫ କୋଟି ପାର୍ କରିଛି 'ସିଙ୍ଘମ ଏଗେନ' । ତେବେ ଉଭୟ ଫିଲ୍ମର କଲେକ୍ସନ ବର୍ତ୍ତମାନ ସୁଦ୍ଧା କେତେ ରହିଛି ଜାଣନ୍ତୁ ।
ତେବେ ସାକ୍ନିଲକଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଉଭୟ ଫିଲ୍ମ ରିଲିଜର ୬ଷ୍ଠ ଦିନରେ ପହଞ୍ଚିଛି । ସିଙ୍ଘମ ଏଗେନ ୪୩. ୫କୋଟି ସହ ଓପନିଂ କରିଥିବା ବେଳେ ବର୍ତ୍ତମାନ ୬ଷ୍ଠ ଦିନ ଅର୍ଥାତ୍ ବୁଧବାର ଦିନ ୧୦. ୨୫କୋଟି ଟଙ୍କା ଆୟ କରିଛି । ସେହିପରି 'ଭୁଲ ଭୁଲେୟା ୩' ପ୍ରଥମ ଦିନ ୩୫. ୫ କୋଟି ଆୟ କରିଥିବା ବେଳେ 6ଷ୍ଠ ଦିନରେ ୧୦.୫୦ କୋଟି ଟଙ୍କା ଆୟ କରିଛି । ଏହା 'ସିଙ୍ଘମ ଏଗେନ' ର ମୋଟ ଘରୋଇ ବକ୍ସ ଅଫିସ୍ କୁ ୧୬୪ କୋଟି ଟଙ୍କା ହୋଇଥିବା ବେଳେ 'ଭୁଲ ଭୁଲେୟା 3' 148.50 କୋଟି ଟଙ୍କା ଆୟ କରିଛି । ତେବେ ଏହିପରି ୧୫୦ କୋଟି ପାର୍ କରିଛି 'ସିଙ୍ଘମ ଏଗେନ' 'ଭୁଲ ଭୁଲେୟା ୩' ପଛରେ ପକାଇଛି ।
'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । 'ଭୁଲ ଭୁଲେୟା ୩' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ଓ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିଛନ୍ତି ।