ମୁମ୍ବାଇ,୮/୩ : ଅକ୍ଷୟ କୁମାରଙ୍କ ଅପକମିଂ ହରର୍- କମେଡ଼ି ଫିଲ୍ମ ‘ଭୂତ ବଙ୍ଗଳା’ ଏବେ ବହୁ ଚର୍ଚ୍ଚାରେ । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ପୂର୍ବରୁ ଉତ୍ସାହ ରହିଥିଲା ଏବଂ ଏବେ ଖବର ଆସୁଛି କି ଏହାର ଟିଜର ୯ମାର୍ଚ୍ଚରେ ରିଲିଜ ହେବ । ଏହି ଫିଲ୍ମ ୧୦ଏପ୍ରିଲରେ ଫିଲ୍ମ ହଲରେ ରହିବ । ଏହି ପ୍ରୋଜେକ୍ଟ ମାଧ୍ୟମରେ ଅକ୍ଷୟ କୁମାର ପୁଣି ଥରେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସହ କାମ କରିବେ। ଉଭୟଙ୍କ ଯୋଡ଼ି ପୂର୍ବରୁ ବି କେତେକ ସୁପରହିଟ୍ ଫିଲ୍ମ ଦେଇ ସାରିଛନ୍ତି । ଏଥିଲାଗି ଦର୍ଶକଙ୍କୁ ଏହି ନୂଆ ଫିଲ୍ମରୁ ବହୁ ଆଶା ରହିଛି ।

ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ, ‘ଭୂତ ବଙ୍ଗଳା’ର ଟିଜର ୯ମାର୍ଚ୍ଚରେ ଅପଲୋଡ଼ କରାଯିବ ଏବଂ ଏହି ତାରିଖ ପଛରେ ଏକ ଖାସ୍ କାରଣ ରହିଛି । ଅକ୍ଷୟ କୁମାରଙ୍କ ଲାଗି ନମ୍ବର ୯ ବହୁ ଲକି ଅଛି କାରଣ ତାଙ୍କ ଜନ୍ମ ୯ ସେପ୍ଟେମ୍ବରରେ ହୋଇଥିଲା ଏବଂ ସେ ଏହି ନମ୍ବରକୁ ଶୁଭ ମାନିଥାନ୍ତି । ସେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ଏବଂ କେତେକ ଜିନିଷର ଏହି ନମ୍ବରକୁ ସାମିଲ କରିଥାନ୍ତି । ଏହି କାରଣରୁ ଫିଲ୍ମର ମେକର୍ସ ଟିଜର ରିଲିଜ ଲାଗି ୯ମାର୍ଚ୍ଚର ତାରିଖ ବାଛିଛନ୍ତି। ଫିଲ୍ମକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ରହିଛି କି ଏହାର ଟ୍ରେଲର ଏହି ମାସ ଶେଷ ସୁଦ୍ଧା ଆସିପାରେ । କିଛି ରିପୋର୍ଟ୍ସ ଅନୁସାରେ ଟ୍ରେଲରକୁ ‘ଧୁରନ୍ଧର : ଦ ରିଭେଞ୍ଜ’ର ଥିଏଟର ରିଲିଜ ସହ ଯୋଡ଼ା ଯାଇପାରେ । ଯାହା ୧୯ମାର୍ଚ୍ଚରେ ଫିଲ୍ମ ହଲକୁ ଆସିବାରେ ଅଛି ।

ପ୍ରକାଶ ଯେ, ‘ଭୂତ ବଙ୍ଗଳା’ ପୂର୍ବରୁ ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନ ‘ଭୂଲ ଭୂଲେୟା’, ‘ହେରା ଫେରୀ’ ଏବଂ ‘ଗରମ ମସାଲା ’ ଭଳି କେତେକ ସଫଳ ଫିଲ୍ମ ଦେଇଛନ୍ତି । ଯାହାକୁ ଆଜି ବି ଦର୍ଶକ ପସନ୍ଦ କରିଥାନ୍ତି । ଫିଲ୍ମରେ ଅକ୍ଷୟ କୁମାର ଏବଂ ତବ୍ବୁ ପ୍ରାୟ ୨୫ବର୍ଷ ପରେ ପୁଣି ଥରେ ସ୍କ୍ରିନରେ ନଜର ଆସୁଛନ୍ତି । ଏହା ବ୍ୟତୀତ ପରେଶ ରାଓ୍ବଲ, ବାମିକା ଗବ୍ବୀ, ମିଥିଲା ପାଲକର, ଜିଶୁ ସେନଗୁପ୍ତା, ମନୋଜ ଜୋଶୀ ଏବଂ ରାଜପାଲ ଯାଦବଙ୍କ ଭଳି କଳାକାର ବି ଫିଲ୍ମର ଭାଗିଦାରି ଅଛନ୍ତି ।