ଭୁବନେଶ୍ବର, ୧୯/୨ : ରାଜଧାନୀରେ ଆତଙ୍କ । ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ଭୁବନେଶ୍ବର ସତସଙ୍ଗ ବିହାର ଅଞ୍ଚଳରୁ ଆସିଛି ଏଭଳି ଖବର । ମହିଳା ଜଣକ ମକା ବିକୁଥିବାବେଳେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ପୂର୍ବରୁ ଦୁର୍ବୃତ୍ତଙ୍କ ନାଁରେ ଏତଲା ଦେଇଥିବାବେଳେ ସେମାନେ ରାଗ ରଖି ଆକ୍ରମଣ କରିଥିବା ଜଣାପଡ଼ିଛି । ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ରାଜଧାନୀର ଛାତି ଉପରେ ଏଭଳି ଖୁଲମଖୁଲା ଆକ୍ରମଣ ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ଥିବା ଜଣାଇଛନ୍ତି ।