ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଭୁବନେଶ୍ବର ଜୁଡିସିଆଲ କୋର୍ଟ କମ୍ପେ୍ଲକ୍ସ ଲୋକାର୍ପିତ

Published By : Prameya | December 5, 2024 6:17 PM

ଭୁବନେଶ୍ବର, ୫।୧୨ : ଭୁବନେଶ୍ବର ଜୁଡିସିଆଲ କୋର୍ଟ କମ୍ପେ୍ଲକ୍ସ ଲୋକାର୍ପିତ  । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଡିସିଆଲ କମ୍ପେ୍ଲକ୍ସ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ ନ୍ୟାୟ ପ୍ରାପ୍ତି ବ୍ୟକ୍ତିଙ୍କ ପାଇଁ  ନ୍ୟାୟ ନ ପାଇବା ସହ ସମାନ। ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଛେଦ ପଡିବ ତାହାକୁ ପ୍ରାଥିମିକତା ଦେବାକୁ ସେ ଆଶାପୋଷଣ କରିଥିଲେ। ବିଚାରପତି ଓ ଆଇନଜୀବୀଙ୍କ ସହଯୋଗରେ ଏହାକୁ ବନ୍ଦ  କରାଯାଇପାରିବ । ଏହା ଦ୍ବାରା ସାଧାରଣ  ଲୋକଙ୍କୁ ତ୍ବରିତ ନ୍ୟାୟ ମିଳିପାରିବ। ଦେଶର ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଏହି ସମାରୋହରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂହ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  ପ୍ରମୁଖ ଉପସ୍ଥିତ ଥିଲେ । 

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଲ୍ଡିଂରେ ୪ଟି କରିଡର ରହିଛି । ୬ ମହଲା ବିଶିଷ୍ଠ ମୁଖ୍ୟ ବିଲ୍ଡିଂରେ ୫୬ଟି ଅଦାଲତ ପ୍ରକୋଷ୍ଠ ସହ ରେକର୍ଡ ରୁମ୍‌, ପାଠାଗାର ଓ ସମ୍ମିଳନୀ କକ୍ଷ ନିର୍ମାଣ ହୋଇଛି । ତା ପାଖକୁ ଲାଗି ୪ ତାଲା କୋଠାରେ ଆଇନଜୀବୀ, ମୋହରିର୍‌ ଖାନା, ନୋଟାରୀମାନଙ୍କ ସ୍ୱତନ୍ତ୍ର କୋଠରୀ, ସଂଘ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ରଖାଯାଇଛି । ଏହା ସହ କୋଠାରେ ପାଠାଗାର, ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି । ସେହିପରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ, ବେବି ଫିଡ୍‌ ରୁମ, ପିଲାଙ୍କ ଖେଳିବା ପାଇଁ ସ୍ୱତନ୍ତ୍ର ଜାଗା ରହିଛି । ବିଲ୍ଡିଂଟି ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ସେହିପରି ବୈଠକ ପାଇଁ ସ୍ୱତନ୍ତ୍ର କନଫରେନ୍ସ ରୁମ ମଧ୍ୟ ନିର୍ମାଣ କରାଯାଇଛି । ପୁରୁଣା କୋର୍ଟ ବିଲ୍ଲିଂ ସହିତ ଏକ ସ୍ୱତନ୍ତ୍ର କରିଡର୍‌ ଯୋଗେ ସଂଯୋଗ କରାଯାଇଛି । ମୁଖ୍ୟ ବିଲ୍ଡିଂ ପଛକୁ ୨ ମହଲା ବିଶିଷ୍ଟ ପାର୍କିଂ ସ୍ଥଳ ନିର୍ମାଣ ହୋଇଛି । ଏଥିରେ ଏକାବେଳ ୨ ହଜାର ଗାଡି ପାର୍କିଂ ହୋଇ ପାରିବ ।  ଏଠାରେ ବ୍ୟାଙ୍କ ଓ ପୋଷ୍ଟ ସେବା ମଧ୍ୟ ମିଳିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.