ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ

Published By : Manoj | May 30, 2025 9:15 AM

ଭୁବନେଶ୍ୱର,୩୦/୦୫:  ବିଜେଡି ବିଧାୟକଙ୍କୁ ଅଣଦେଖା  କରାଯାଉଛି । ସେମାନଙ୍କୁ ବିଏମ୍‌ସିର କୌଣସି କାର୍ଯ୍ୟକ୍ରମରେ  ଡକାଯାଉନି । ତେଣୁ ବିଏମ୍‌ସି ଏକ ଏସ୍‌ଓପି ଆଣୁ । ବିଜେଡି କର୍ପୋରେଟର ଶୁକ୍ରବାର କର୍ପୋରେସନ ବୈଠକରେ ଏହି ପ୍ରସଙ୍ଗ  ଉଠାଇବେ । ହୋ ହଲ୍ଲା କରିବେ । ଏହାକୁ ବିରୋଧ କରିବାକୁ ବିଜେପି  କର୍ପୋରେଟର ସଜବାଜ ହେଉଛନ୍ତି । 

ଜନ ପ୍ରତିନିଧିମାନଙ୍କୁ ଅଣଦେଖା  କରାଯାଉଥିବା ଅଭିଯୋଗ ଆଣି ଗତକାଲି ବିଜେଡି ଜିଲ୍ଲା ସଭାପତି  ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା  ଏବଂ ସୁଶାନ୍ତ ରାଉତ ବିଏମ୍‌ସି କମିଶନରଙ୍କୁ ଭେଟିଥିଲେ । ଏହି ପ୍ରସଙ୍ଗ ମଧ୍ୟ ଶୁକ୍ରବାର ବିଜେଡି କର୍ପୋରେଟର ଉଠାଇବେ । ଏନେଇ ଏକ ସ୍ପଷ୍ଟ ଏସ୍‌ଓପି ଆଣିବାକୁ ଦାବି କରିବେ । ବିଜେପି  ମଧ୍ୟ ରଣନୀତି ପ୍ରସ୍ତୁତ କରିଛି । 

ବାଂଲାଦେଶୀ ମନ୍ତବ୍ୟକୁ ନେଇ ମେୟରଙ୍କୁ ବିଜେପି କର୍ପୋରେଟର ଘେରିବା ସମ୍ଭାବନା  ରହିଛି । ଏନେଇ ବିଜେପି କର୍ପୋରେଟରଙ୍କ ଏକ ବୈଠକରେ  ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏସଓପି ପ୍ରସଙ୍ଗରେ ବିଜେଡି  କର୍ପୋରେଟର ଅମରେଶ ଜେନା ବିଜେଡି ବିଧାୟକଙ୍କୁ ଟାର୍ଗେଟ  କରିଥିଲାବେଳେ ବିଜେପି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଜେଡିର ବିଧାୟକଙ୍କୁ ନିମନ୍ତ୍ରଣ କରାଯାଏ । ହେଲେ ସେମାନେ ଆସନ୍ତି ନାହିଁ । ନୂଆପଲ୍ଲୀ ଥାନା ଉଦ୍‌ଘାଟନ, ମହାତବ ଜୟନ୍ତୀରେ ମଧ୍ୟ ସେମାନେ ଅନୁପସ୍ଥିତ  ରହିଲେ । ତେଣୁ ଏମିତି ଅଭିଯୋଗ ହାସ୍ୟାସ୍ପଦ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.