ଭୁବନେଶ୍ୱର,୨୪/୧୨: ବିଏମ୍‌ସି ପକ୍ଷରୁ ଆସନ୍ତା ରବିବାର ପଥ ଉତ୍ସବ ଅନୁଷ୍ଠିତ ହେବ । ବର୍ଷା ପାଇଁ ୨୨ ତାରିଖରେ  ମାଷ୍ଟରକ୍ୟାଣ୍ଟିନ୍‌ରେ ହେବାକୁ ଥିବା  ଉତ୍ସବକୁ ବାତିଲ କରାଯାଇଥିଲା । ଏନେଇ  ବିଏମ୍‌ସି ପକ୍ଷରୁ  ସୂଚନା ଦିଆଯାଇଥିଲା। 

ଜାନୁଆରୀ  ୫ରେ ଉତ୍ତର ଜୋନ୍‌ରେ ପଥଉତ୍ସବ  ଶିଖରଚଣ୍ଡିରୁ ଇନ୍‌ଫୋସିଟି ଛକରେ  ହେବାକୁ ତାରିଖ ଧାର୍ଯ୍ୟ ହୋଇଛି ।  ଏଥିରେ ପ୍ରବାସୀ ଭାରତୀୟ ଦିବସକୁ  ଧୁମଧାମରେ ପାଳନ କରାଯିବ ।  ଆସନ୍ତା ପଥ ଉତ୍ସବ ପାଇଁ ମାଷ୍ଟର  କ୍ୟାଣ୍ଟିନଠାରେ ମୁଖ୍ୟ ମଞ୍ଚ ରହିବ  ଏବଂ ରାମମନ୍ଦିର ନିକଟରେ ଦ୍ୱିତୀୟ  ମଞ୍ଚ ନିର୍ମାଣ ହେବ । ଏଥିରେ ସମସ୍ତ  ବର୍ଗର ନାଗରିକ ସାମିଲ ହେବାକୁ  କୁହାଯାଇଛି । ଗୀତ, ନୃତ୍ୟ, ଝୋଟି,  ଯୋଗ, ସ୍କେଟିଂ, ସାଇକେଲିଂ,  ବାସ୍କେଟ ବଲ୍‌, ଲୁଡୁ, କୁଇଜ୍‌  କମ୍ପିଟେସନ, ରଙ୍ଗୋଲି, ମ୍ୟାଜିକ୍‌  ସୋ, କ୍ଲେ ଆର୍ଟ, ଫେସ୍‌ ପେଣ୍ଟିଂ,  ଜୁମ୍ବା ଆଦି ବିଭିନ୍ନ ବିଭାଗ ରହିଛି ।  ପୂରା ମାଷ୍ଟର କ୍ୟାଣ୍ଟିନଠାରୁ ଆରମ୍ଭ  କରି ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ  ଭୁବନେଶ୍ୱର ନାଗରିକ ଝୁମିବେ,  ନାଚିବେ, ଗାଇବେ, ବ୍ୟାୟାମ କରିବେ  ଏବଂ ସେମାନଙ୍କର କଳା ନୈପୁଣ୍ୟ  ପ୍ରଦର୍ଶନ କରିବାର ସୁଯୋଗ ପାଇବେ  ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।