ଭୁବନେଶ୍ୱର,୨୮/୧୦: ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ  ଭୁବନେଶ୍ୱର ଜନପଥରେ ହେବ ପଥୋତ୍ସବ । ମଙ୍ଗଳବାର ଦିନ ମାଷ୍ଟରକାଣ୍ଟିନ୍‌ ଛକରୁ  ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ । ଏଥିସହ  ୱାକାଥନ୍‌ ମଧ୍ୟ ହେବ । ସକାଳ ସାଢ଼େ ୭ଟାରୁ ୧୦ ଯାଏ ଏହି କାର୍ଯ୍ୟକ୍ରମ ହେବ ।  ଏନେଇ ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭୋଟର ସଚେତନତା ତଥା ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି  ଏପରି ପ୍ରୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୭ରୁ ୧୮ ବର୍ଷ ବୟସର ପିଲାମାନେ  ୱାକାଥନ୍‌ରେ ବହୁଳ ମାତ୍ରାରେ ସାମିଲ ହେବାକୁ କୁହାଯାଇଛି ।