ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Delhi Case: ଦିଲ୍ଲୀ ମହିଳା ହତ୍ୟା ମାମଲାରେ ମିଳିଲା ବଡ ସୁରାକ; ନାକଫୁଲ ଓ ଡାଏରୀ ଦେଲା ସନ୍ଦିଗ୍ଧ ସ୍ୱାମୀଙ୍କ ଠିକଣା

Published By : Bijay Swain | April 11, 2025 6:24 PM

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୪୭ ବର୍ଷୀୟ ମହିଳାଙ୍କ ହତ୍ୟା ମାମଲାରେ ପୋଲିସ ଏକ ନାକଫୁଲ ବା ନାକଚଣା ଓ ଡାଏରୀର ସାହାଯ୍ୟରେ ମୁଖ୍ୟ ସନ୍ଦିଗ୍ଧ ଭାବେ ତାଙ୍କ ସ୍ୱାମୀଙ୍କୁ ଚିହ୍ନଟ କରିଛି। ଗତ ମାସରେ ଦିଲ୍ଲୀର ଏକ ଡ୍ରେନରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେହି ଜଣେ ଦୁର୍ବୃର୍ତ୍ତ ତାଙ୍କୁ ହତ୍ୟା କରି ବେଡ଼ସିଟ୍‌ରେ ଗୁଡାଇ ଏକ ପଥର ଓ ସିମେଣ୍ଟ ବସ୍ତା ସହ ବାନ୍ଧି ତାଙ୍କ ମୃତଦେହକୁ ଡ୍ରେନ ମଧ୍ୟକୁ ଫିଙ୍ଗି ଦେଇଥିଲା। 

ମହିଳାଙ୍କ ମୃତଦେହ ମିଳିବା ପରେ ପୋଲିସ ତଦନ୍ତର ପରିସର ବଢାଇଥିଲା। ତେବେ ମୃତଦେହ ନିକଟରୁ ମିଳିଥିବା ଏକ ନାକଫୁଲରୁ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା। ଏହି ନାକଫୁଲରେ ଏହାକୁ ନିର୍ମାଣ କରିଥିବା ଜୁଏଲରର ନାମ ଥିବାରୁ ପୋଲିସ ଉକ୍ତ ଜୁଏଲାରିରେ ଯାଇ ପହଞ୍ଚିଥିଲା। ଦୋକାନରେ ଥିବା ବିଲ୍‌ ଅନୁସାରେ ଅନିଲ କୁମାର ନାମକ ଜଣେ ବ୍ୟକ୍ତି ଏହି ନାକଫୁଲ କିଣିଥିବା ପୋଲିସ ଜାଣିବାକୁ ପାଇଥିଲା। 

ଅନିଲ ଦିଲ୍ଲୀର ଜଣେ ପ୍ରପର୍ଟି ଡିଲର ଭାବେ କାର୍ଯ୍ୟ କରନ୍ତି। ତଦନ୍ତକାରୀ ଦଳ ସନ୍ଧିଗ୍ଧ ଅନିଲ କୁମାରଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚିଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ସେଠାରେ ମୃତା ମହିଳାଙ୍କ ନାମ ସୀମା ସିଂହ ଓ ସେ ଅନିଲଙ୍କ ପତ୍ନୀ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଅନିଲଙ୍କୁ ଏନେଇ ଅଧିକ ପଚରାଉଚରା କରିବାରୁ ସେ ‘ସୀମା ଫୋନ୍‌ ନନେଇ ବୃନ୍ଦାବନ ଯାଇଛନ୍ତି’ ବୋଲି କହିଥିଲେ। ଯାହା ପୋଲିସର ସନ୍ଦେହକୁ ଆହୁରି ଅଧିକ ବଢ଼ାଇ ଦେଇଥିଲା। 

ଏହାପରେ ପୋଲିସ ଅନିଲଙ୍କ ଦ୍ୱାରକା ସେକ୍ଟର ସ୍ଥିତ ଅଫିସରେ ତଲାସି କରିବା ସମୟରେ ମିଳିଥିବା ଏକ ଡାଏରୀରେ ଥିବା ଏକ ଫୋନ୍‌ ନମ୍ବର ମାଧ୍ୟମରେ ମହିଳାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିଥିଲେ। ସୀମାଙ୍କ ପରିବାରକୁ ଏ ସମ୍ପର୍କରେ ପଚାରିବାରୁ ସେ ସାମାଙ୍କ ସହ ମାର୍ଚ୍ଚ ୧୧ ତାରିଖରୁ କଥା ହୋଇନାହାନ୍ତି ବୋଲି କହିଥିଲେ। ଅନିଲଙ୍କୁ ସୀମାଙ୍କ ବିଷୟରେ ପଚାରିଲେ ସେ ଏମୁତେଣୁ କଥା କହି ତାଙ୍କ ନିକଟକୁ ଫୋନ ନକରିବାକୁ କହୁଥିଲେ। 

ତେବେ ଗତ ଏପ୍ରିଲ ୧ ତାରିଖ ଦିନ ମହିଳାଙ୍କ ପରିବାର ଲୋକ ମହିଳାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ତା ପର ଦିନ ସୀମାଙ୍କ ବଡ ପୁଅ ମଧ୍ୟ ନିଜ ମାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ଏହି ସୂତ୍ରଗୁଡ଼ିକ ଅନିଲଙ୍କୁ ମାମଲାର ମୁଖ୍ୟ ସନ୍ଦିଗ୍ଧ ଭାବେ ଚିହ୍ନଟ କରିବାରେ ସହାୟକ ହୋଇଛି। । ପୋଲିସ ଏବେ ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନିଲଙ୍କ ସହ ତାଙ୍କ ସୁରକ୍ଷା କର୍ମୀ ଶିବ କୁମାରକୁ ନିଜ ହେପାଜତକୁ ନେଇଛି। ଏହି ଘଟଣା ଦିଲ୍ଲୀରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ତେବେ ପୋଲିସ ବହୁ ଜଲଦି ମାମଲାର ପୂର୍ଣ୍ଣାଙ୍ଗ ଚିତ୍ର ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.