ନୂଆଦିଲ୍ଲୀ, ୦୧/୦୮ : ସ୍ଵାଧୀନତା ଦିବସ ଉପଲକ୍ଷେ BSNLର ବଡ଼ ଅଫର୍। ଗ୍ରାହକଙ୍କୁ ଭେଟି ଦେବ ଆଜାଦି କା ପ୍ଲାନ୍। ମାତ୍ର ୧ ଟଙ୍କାରେ ମାସେ ଯାଏଁ ପ୍ରତିଦିନ ମିଳିବ ୨ ଜିବି ଡାଟା ସାଙ୍ଗକୁ ଅନଲିମିଟେଡ୍ କଲ୍-SMS। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କମ୍ପାନୀ ଏହି ଅଫର ବିଷୟରେ ପୋଷ୍ଟ କରିଛି। 

ବିଏସଏନଏଲର ଏହି ଆକର୍ଷଣୀୟ ଅଫର ବିଷୟରେ ଜାଣନ୍ତୁ :-

BSNLର ଆଜାଦି କା ପ୍ଲାନରେ ଗ୍ରାହକଙ୍କୁ ୧ ଟଙ୍କାରେ ୩୦ ଦିନ ଯାଏଁ ପ୍ରତିଦିନ ୨ ଜିବି ଡାଟା ମିଳିବ। ଯେକୌଣସି ନମ୍ଵରକୁ ଅନଲିମିଟେଡ୍ କଲିଂ ସୁବିଧା ପ୍ରାପ୍ତ ହେବ। ଡେଲି ୧୦୦ ଏସଏମଏସ୍ ପଠାଇ ପାରିବେ। ତେବେ ଧ୍ୟାନ ଦିଅନ୍ତୁ ଏହି ଆକର୍ଷଣୀୟ ଅଫର୍ କେବଳ ନୂଆ ୟୁଜରଙ୍କ ପାଇଁ ଭ୍ୟାଲିଡ୍ ହେବ। ପୁରୁଣା ୟୁଜର ଏହି ପ୍ଲାନରେ ରିଚାର୍ଜ କରିପାରିବେ ନାହିଁ। ବିଏସଏନଏଲ ଏହି ପ୍ଲାନ ସହ ଫ୍ରିରେ ସିମ୍‌ କାର୍ଡ ବି ଦେବ। 

BSNL ନିକଟରେ ୨୪୯ ଟଙ୍କାରେ ଆଉ ଏକ ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍‌ରେ ୪୫ ଦିନ ଯାଏଁ ପ୍ରତିଦିନ ୨ ଜିବି ହାଇ-ସ୍ପିଡ୍ ଡାଟା, ସମସ୍ତ ନେଟୱାର୍କରେ ବିନା କୌଣସି ଫେୟାର ୟୁଜ୍ ପଲିସିରେ ଅନଲିମିଟେଡ୍ ଭଏସ୍ କଲିଂ, ଓଟିଟି ସବସ୍କ୍ରିପ୍ସନ୍ ମିଳିବ। ୪୫ ଦିନ ଯାଏଁ ସମୁଦାୟ ୯୦ ଜିବି ଡାଟା ମିଳିବ।