ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଗୁପ୍ତଚର ମାମଲାରେ ରାଜସ୍ଥାନରୁ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନେଇ ଆସିଲା ବଡ ଖବର; ପହଲଗାମ ଆକ୍ରମଣ ପୂର୍ବରୁ କରିଥିଲେ ପାକିସ୍ତାନ ଗସ୍ତ

Published By : Bijay Swain | May 30, 2025 4:58 PM

Image courtesy: indiatoday

ନୂଆଦିଲ୍ଲୀ: ପାକିସ୍ତାନ ପଇଁ ଗୁପ୍ତଚର ସାଜିବା ମାମଲାରେ ରାଜସ୍ଥାନରୁ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନେଇ ଆସିଲା ବଡ ଖବର। ସେ ବାରମ୍ୱାର ପାକିସ୍ତାନ ଗସ୍ତ କରିବା ସହ ପହଲଗାମ ଆକ୍ରମଣ ପୂର୍ବରୁ ମଧ୍ୟ ପାକିସ୍ତାନ ଯାଇ ନିଜ ଟ୍ରେନିଂ ପୁରା କରି ଆସିଥିବାର ତଥ୍ୟ ପୋଲିସ ହାତରେ ଲାଗିଥିବା ଜଣାପଡିଛି। 

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଅଭିଯୁକ୍ତ କାଶିମକୁ ଜେରା କରୁଥିବା ବେଳେ ସେ ପାକିସ୍ଥାନରୁ ପ୍ରାୟ ୨ ଲକ୍ଷ ପାକିସ୍ତାନି ଟଙ୍କା(୬୧,୦୦୦ ଭାରତୀୟ ଟଙ୍କା) ପାଇଥିବା ନେଇ ସୂଚନା ମିଳିଛି। ତେବେ ଭାରତ ସମ୍ୱଦ୍ଧରେ ଗୁପ୍ତ ତଥ୍ୟ ସେୟାର କରିବା ପାଇଁ ତାକୁ ଏହି ଟଙ୍କା ମିଳିଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। 

ପହଲଗାମ ଆକ୍ରମଣ ପରେ ଭାରତର ଗୁଇନ୍ଦା ବିଭାଗ ସକ୍ରିୟ ହୋଇ ଭାରତରେ ଥିବା ପାକିସ୍ତାନର ସ୍ଲିପିଂ ସେଲର ଅନେକ ଗୁପ୍ତଚରଙ୍କୁ ନିଜ ହେପାଜତକୁ ନେଇଥିଲା। ବିଗତ କିଛି ଦିନ ମଧ୍ୟରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫ ଜଣରୁ ଅଧିକ ଲୋକଙ୍କୁ ଭାରତ ବିରୋଧି କାମରେ ଲିପ୍ତ ରହିବା ଅଭିଯୋଗରେ ପୋଲିସ ଗିରଫ କରି ସାରିଲାଣି। ଏହା ଦେଖି ପୋଲିସ ହାବୁଡରୁ ବଞ୍ଚିବା ପାଇଁ କାଶିମ ନିଜ ଫୋନରେ ଥିବା ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଡାଟା ଗୁଡିକୁ ଡିଲିଟ କରିଦେଇଥିବା ନେଇ ଅଧିକରୀମାନଙ୍କ ଆଗରେ ସ୍ୱୀକାର କରିଥିବା ଜଣାପଡିଛି। ତେବେ ପୋଲିସ ତା ଫୋନକୁ ଉଦ୍ଧାର କରିବା ସହ ଯାଞ୍ଚ ପାଇଁ ଫରେନସିକ ଟିମ୍ ନିକଟକୁ ପଠାଇଥିବା ଜାଣିବାକୁ ମିଳିଛି। 

ପୋଲିସ ନିକଟକୁ ଫରେନସିକ ରିପୋର୍ଟ ଆସିବା ପରେ କାଶିମ ପାକିସ୍ତାନକୁ କଣ କଣ ଡାଟା ପଠାଇଥିଲା ତାହା ଜଣାପଡିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ତେବେ ବର୍ତ୍ତମାନ ପୋଲିସ ଅଭିଯୁକ୍ତର କଲ ଡିଟେଲ୍ସ ରିପୋର୍ଟ(ସିଡିଆର) ମଗାଇଛି। ଯାହାଦ୍ୱାର କାଶିମ କାହା କାହା ସହ ଲିଙ୍କରେ ଥିଲା ତାହା ଜଣାପଡିବ। 

ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କାଶିମ ପହଲଗାମ ଆକ୍ରମଣର ମାତ୍ର ଏକ ସପ୍ତାହ ପୂର୍ବରୁ ପାକିସ୍ତାନ ଗସ୍ତ ଶେଷ କରି ଭାରତକୁ ଫେରିଥିଲା। ଅନ୍ୟପଟେ କାଶିମର ଅନେକ ସମ୍ପର୍କିୟ ପାକିସ୍ତାନରେ ରହୁଥିବା ବେଳେ ସେ ସେମାନଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲା ବୋଲି ପୋଲିସକୁ ସୂଚନା ପ୍ରଦାନ କରିଛି। ତେବେ କାଶିମ ଏହି ସମୟକାଳ ମଧ୍ୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଏହାର ବିଭିନ୍ନ ଅଧିକାରୀମାନଙ୍କ ସହ ଲିଙ୍କରେ ରହିଥିଲା ବୋଲି ପୋଲିସ ପାଖରେ ଇଣ୍ଟେଲ ରହିଛି।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଖାଲି କାଶିମ ନୁହେଁ, ତା ବଡ ଭାଇ ଅସିନର ମଧ୍ୟ ପାକିସ୍ତାନ ଲିଙ୍କ ରହିଛି। ତେବେ ସେ ବର୍ତ୍ତମାନ ଫେରାର ଅଛି। ପୋଲିସ ନିଜଆଡୁ ତା ବିରୁଦ୍ଧରେ ଏକ ମାମଲା ରୁଜୁ କରି ତାକୁ ଧରିବା ପାଇଁ ଯାଞ୍ଚ ଜାରି ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.