ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଜ୍ୟୋତି ମଲହୋତ୍ରାଙ୍କୁ ନେଇ ବଡ ଅପଡେଟ; ୟୁଏଇର ଟ୍ରାଭେଲ କମ୍ପାନୀ ସହ ରହିଛି ସମ୍ପର୍କ

Published By : Bijay Swain | May 22, 2025 7:31 PM

Image courtesy: indiatoday

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥାମାନେ ଜାଣିପାରିଛନ୍ତି ଯେ ଜ୍ୟୋତିଙ୍କର ଟ୍ରାଭେଲ ଭିଡିଓଗୁଡ଼ିକ ଯୁଏଇ ଭିତ୍ତିକ ଟ୍ରାଭେଲ କମ୍ପାନୀ ୱିଗୋ(Wego) ଦ୍ୱାରା ସ୍ପନସର ହୋଇଥିଲା। ଯାହା ପାକିସ୍ତାନରେ ମଧ୍ୟ ଏକ ବୈଧ ଟ୍ରାଭେଲ ଏଜେନ୍ସି ଲାଇସେନ୍ସ ସହିତ କାର୍ଯ୍ୟ କରୁଛି। ଏହି ପ୍ରମାଣ ବର୍ତ୍ତମାନ ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଛି।

ଜ୍ୟୋତି ମଲହୋତ୍ରା ୨୦୨୩ରେ ପାକିସ୍ତାନ ହାଇ କମିଶନରୁ ଭିସା ପାଇଁ ଯାଇଥିବା ସମୟରେ ଏହସାନ-ଉର-ରେହିମ ଓରଫ ଦାନିଶ ନାମକ ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଦାନିଶ ପାକିସ୍ତାନର ଗୁପ୍ତଚର ସଂସ୍ଥା ISIର ଏଜେଣ୍ଟ ବୋଲି ସୂଚନା ରହିଛି। ଏହି ପରିପ୍ରେକ୍ଷିରେ ଦାନିଶ, ଜ୍ୟୋତିଙ୍କୁ ପାକିସ୍ତାନୀ ଗୁପ୍ତଚର ଅଧିକାରୀମାନଙ୍କ ସହ ପରିଚୟ କରାଇଥିଲେ। ଏହାପରେ ଜ୍ୟୋତି ହ୍ୱାଟସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ ଭଳି ଏନକ୍ରିପ୍ଟେଡ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ ଏବଂ ଭାରତୀୟ ସ୍ଥାନର ସମ୍ବେଦନଶୀଳ ତଥ୍ୟ ସେୟାର କରିଥିଲେ ବୋଲି ଅଭିଯୋଗ ରହିଛି। ସେ ଜଣେ ଗୁପ୍ତଚର ଅଧିକାରୀଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ ଏବଂ ତାଙ୍କ ସହ ବାଲି, ଇଣ୍ଡୋନେସିଆ ଯାଇ ଛୁଟି ମଧ୍ୟ କାଟିଥିଲେ।

ତଦନ୍ତକାରୀ ସଂସ୍ଥାମାନେ ଜ୍ୟୋତିଙ୍କ ସମସ୍ତ ସ୍ପନସରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ବିଶେଷକରି ୱିଗୋ ଉପରେ ଅଧିକ ଧ୍ୟାନ ଦିଆଯାଇଛି। ୱିଗୋ ଏକ ୟୁଏଇ ଭିତ୍ତିକ କମ୍ପାନୀ ଯାହାର ଉଭୟ ସିଙ୍ଗାପୁର ଏବଂ ଦୁବାଇରେ ଅଫିସ ରହିଛି। ସବୁଠୁ ବଡ କଥା ହେଲା ଏହି ସଂସ୍ଥା ପାକିସ୍ତାନରେ ମଧ୍ୟ କାର୍ଯ୍ୟ କରୁଛି। ଯଦିଓ ୱିଗୋର ପାକିସ୍ତାନକୁ ଆର୍ଥିକ ସହାୟତା ସହ ସମ୍ପର୍କ ଥିବାର କୌଣସି ପ୍ରମାଣ ମିଳିନାହିଁ, ତଥାପି ଏହାର ପାକିସ୍ତାନରେ କାର୍ଯ୍ୟରତ ହେବା ତଦନ୍ତକୁ ଗୁରୁତ୍ୱପୂର୍ଣ୍ଣ କରିଛି।

ଗତ ଏପ୍ରିଲ ୨୨ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକ ନିହତ ହୋଇଥିଲେ। ପରେ ଭାରତ ଏହାର ଜବାବରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଆଉ ଏହି ସମୟରେ ହିଁ ଜ୍ୟୋତି ମଲହୋତ୍ରାଙ୍କ ଗିରଫଦାରୀ ହୋଇଥିଲା। ତଦନ୍ତରେ ଜଣାପଡ଼ିଛି ଯେ ଜ୍ୟୋତି ଏହି ସମୟରେ ପାକିସ୍ତାନୀ ଗୁପ୍ତଚର ଅଧିକାରୀମାନଙ୍କ ସହ ବରାବର ଯୋଗାଯୋଗରେ ରହିଥିଲେ। ତାଙ୍କୁ ପାକିସ୍ତାନର ଏକ ସକାରାତ୍ମକ ଚିତ୍ର ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେ ଏହା ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ କରୁଥିଲେ।

ଜ୍ୟୋତିଙ୍କ ସହ ଆଉ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ  ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଅନେକ ଲୋକ ରହିଛନ୍ତି। ଏମାନଙ୍କ ମଧ୍ୟରେ ଗୁଜାଲା ନାମକ ଜଣେ ୩୨ ବର୍ଷୀୟା ବିଧବା ମହିଳା ଅଛନ୍ତି। ସେ ଦାନିଶଙ୍କ ସହ ସମ୍ପର୍କରେ ରିହବା ସହ ତାଙ୍କଠାରୁ ବିପୁଳ ଟଙ୍କା ପାଇଥିଲେ। ତଦନ୍ତକାରୀମାନେ ଜ୍ୟୋତିଙ୍କ ଡାଏରୀ, ମୋବାଇଲ ଫୋନ ଏବଂ ଅନ୍ୟ ଡିଜିଟାଲ ଡିଭାଇସ ଜବତ କରିଛନ୍ତି। ଯେଉଁଥିରେ ପାକିସ୍ତାନୀ ଅଧିକାରୀମାନଙ୍କ ସହ ଏନକ୍ରିପ୍ଟେଡ ଚାଟ ଏବଂ ଅନ୍ୟ ସମ୍ବେଦନଶୀଳ ତଥ୍ୟ ମିଳିଛି।

ଜ୍ୟୋତିଙ୍କୁ ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତାର ସମ୍ପର୍କିତ ଧାରା ଅନୁଯାୟୀ ଗିରଫ କରାଯାଇଛି। ସେ ବର୍ତ୍ତମାନ ହରିୟାଣା ପୋଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କୁ ଆଉ ୪ ଦିନ ପାଇଁ ରିମାଣ୍ଡକୁ ପଠାଯାଇଛି। ଦାନିଶଙ୍କୁ ମେ ୧୩, ୨୦୨୫ରେ ଭାରତ ସରକାର ପର୍ସୋନା ନନ ଗ୍ରାଟା ଘୋଷଣା କରି ଦେଶରୁ ବହିଷ୍କାର କରିଥିଲେ।

ଜ୍ୟୋତିଙ୍କ ପିତା ହରିସ ମଲହୋତ୍ରା କହିଛନ୍ତି ଯେ ତାଙ୍କ ଝିଅ କେବଳ ଟ୍ରାଭେଲ ଭିଡିଓ ଶୁଟ କରିବା ପାଇଁ ପାକିସ୍ତାନ ଯାଇଥିଲେ ଏବଂ ତାଙ୍କର ସେଠାରେ ଅନେକ ବନ୍ଧୁ ମଧ୍ୟ ରହିଛନ୍ତି। ସେ ପୋଲିସକୁ ତାଙ୍କ ପରିବାରର ଜବତ ହୋଇଥିବା ଫୋନ ଏବଂ ଅନ୍ୟ ଜିନିଷ ଫେରାଇବାକୁ ଅନୁରୋଧ କରିଛନ୍ତି।

ଜ୍ୟୋତିଙ୍କ ମାମଲା ସାମାଜିକ ଗଣମାଧ୍ୟମର ଇନଫ୍ଲୁଏନସରମାନଙ୍କୁ ବ୍ୟବହାର କରି ଗୁପ୍ତଚରବୃତ୍ତି ଭଳି ଏକ ନୂତନ ପଦ୍ଧତିକୁ ଉଜାଗର କରିଛି। ତାଙ୍କର ପାକିସ୍ତାନ ଭ୍ରମଣ ସମ୍ପର୍କିତ ଭିଡିଓଗୁଡ଼ିକ ଯେପରି ‘Indian Girl in Pakistan’ ଏବଂ ‘Exploring Lahore’ ପାକିସ୍ତାନର ଏକ ସକାରାତ୍ମକ ଚିତ୍ର ଉପସ୍ଥାପନ କରିଥିଲା। ଯାହା ଗୁପ୍ତଚର ସଂସ୍ଥାମାନଙ୍କ ଦ୍ୱାରା ନିୟନ୍ତ୍ରିତ ଥିଲା ବୋଲି ଅଭିଯୋଗ ହୋଇଛି।

ଏହି ମାମଲା ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆଧୁନିକ ଗୁପ୍ତଚରବୃତ୍ତିରେ ସୋସିଆଲ ମିଡିଆର ଭୂମିକାକୁ ଆଲୋକପାତ କରୁଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ପ୍ରତିଦିନ ଏହି ଘଟଣାରେ ନୂଆନୂଆ ତଥ୍ୟ ପ୍ରକାଶ ପାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.