ଲଣ୍ଡନ,୨୫।୬: ସାରା ଦୁନିଆ କାରର ବଢୁଥିବା ସ୍ପିଡ୍ ନୁହେଁ, ବଂର ଏହାର ବଢୁଥିବା ଆକାରକୁ ନେଇ ଚିନ୍ତିତ ରହିଛି। ୨୦୦୦ ପରଠାରୁ ୟୁରୋପରେ ବିକ୍ରି ହେଉଥିବା ନୂତନ କାରଗୁଡ଼ିକର ପ୍ରତିବର୍ଷ ହାରାହାରି ଲମ୍ବା, ଚଉଡା ଏବଂ ବଢିବାରେ ଲାଗିଛି। ଟ୍ରାନ୍ସପୋର୍ଟ ଆଣ୍ଡ ଏନଭାୟରମେଣ୍ଟ (T&E) ରିପୋର୍ଟ ଅନୁଯାୟୀ, ଯଦି ଏହି ଧାରା ଜାରି ରହେ, ତେବେ ୨୦୪୦ ସୁଦ୍ଧା ପ୍ରତିବର୍ଷ ସଡ଼କ ଦୁର୍ଘଟଣା ୨,୬୦୦ ଅତିରିକ୍ତ ଜୀବନ ନେଇପାରେ। ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ବଡ଼ କାରଗୁଡ଼ିକ ସହରଗୁଡ଼ିକରେ ପାର୍କିଂ ସ୍ଥାନକୁ ଦ୍ରୁତ ଗତିରେ ହ୍ରାସ କରିପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ,ଏହା କେବଳ ସଡକ ସୁରକ୍ଷା ନୁହେଁ, ବଂର ଶକ୍ତି ଅପଚୟ, ପ୍ରଦୂଷଣ ଓ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ବଡ଼ ଚାପ ସୃଷ୍ଟି କରିବ।  

T&E ରିପୋର୍ଟ ଅନୁସାାର, କାରଗୁଡ଼ିକର ବର୍ଦ୍ଧିତ ଆକାରକୁ ‘କାର ସ୍ପେ୍ରଡିଂ’ ବୋଲି କହିଛି। ରିପୋର୍ଟ ଅନୁଯାୟୀ, ୨୦୦୦ ପରଠାରୁ, ୟୁରୋପରେ ବିକ୍ରି ହେଉଥିବା ନୂତନ କାରଗୁଡ଼ିକ ପ୍ରତିବର୍ଷ ହାରାହାରି ୧.୨ ସେଣ୍ଟିମିଟର ଲମ୍ବା, ୦.୫ ସେଣ୍ଟିମିଟର ଉଚ୍ଚ ଏବଂ ୦.୫ ସେଣ୍ଟିମିଟର ଚଉଡା ବୃଦ୍ଧି ପାଇଛି। ଏହି ପରିବର୍ତ୍ତନ ପ୍ରାୟ ଅଢ଼େଇ ଦଶନ୍ଧି ଧରି ଜାରି ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପରିବାରର ହାରାହାରି ଆକାର ହ୍ରାସ ସତ୍ତ୍ୱେ, ଯାନବାହନଗୁଡ଼ିକ କ୍ରମଶଃ ବଡ଼ ହେବାରେ ଲାଗିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପରିବର୍ତ୍ତନ କେବଳ ଡିଜାଇନ୍ କିମ୍ବା ସୁବିଧା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହାର ପ୍ରଭାବ ରାସ୍ତା ସୁରକ୍ଷା, ସହରାଞ୍ଚଳ ସ୍ଥାନ ଏବଂ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି କାରଣରୁ ଏହାକୁ ଏକ ଗମ୍ଭୀର ସାର୍ବଜନୀନ ନୀତି ପ୍ରସଙ୍ଗ ରୂପରେ ଦେଖାଯାଉଛି।

-୨୦୦୦ ପରେ ୟୁରୋପରେ ନୂଆ କାର ପ୍ରତି ବର୍ଷ ହାରାହାରି ୧.୨ ସେଣ୍ଟିମିଟର ଲମ୍ବା ହୋଇଛି।

-୨୦୪୦ ପର୍ଯ୍ୟନ୍ତ ଯଦି ଏହା ଜାରି ରୁହେ ତେବେ ପ୍ରତିବର୍ଷ ୨,୬୦୦ ଅତିରିକ୍ତ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇପାରେ।

-ରିପୋର୍ଟ ଅନୁସାରେ, ୭୯ ଅତିରିକ୍ତ ଛୋଟ ପିଲାଙ୍କ ମୃତ୍ୟୁର ବିପଦ ରହିଛି। ସହରରେ ୮.୫ %ରୁ ୧୪% ପର୍ଯ୍ୟନ୍ତ ଅନ୍-ଷ୍ଟ୍ରୀଟ୍ ପାର୍କିଂ ସ୍ପେସ୍ କମ୍ ହୋଇପାରେ।

-ଲଣ୍ଡନ ଓ ବର୍ଲିନରେ ପ୍ରାୟ ୧ ଲକ୍ଷ ପାର୍କିଂ ସ୍ପେସ୍ ଶେଷ ହୋଇଯିବାର ଅନୁମାନ।

-ବଡ କାରରୁ ଶକ୍ତି ସଙ୍କଟ, ତେଳ ଉତ୍ପାଦନ ଓ ପ୍ରଦୂଷଣ ବଢିବାର ଆଶଙ୍କା ରହିଛି।

ପାର୍କି ସ୍ପେସ୍ ଉପରେ ପଡୁଛି ବଡ଼ ପ୍ରଭାବ

ଏହି ରିପୋର୍ଟରେ କେବଳ ସଡ଼କ ସୁରକ୍ଷା ନୁହେଁ ବରଂ ସହରାଞ୍ଚଳ ଭିତ୍ତିଭୂମି ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରାଯାଇଛି।, ଯଦି ଏହି ହାରରେ କାର ଆକାର ବୃଦ୍ଧି ପାଇବା ଜାରି ରହେ, ତେବେ ୨୦୨୪୦ ସୁଦ୍ଧା ସହରଗୁଡ଼ିକରେ ରାସ୍ତା ପାର୍କିଂ ସ୍ଥାନ ୮.୫% ରୁ ୧୪% ହ୍ରାସ ପାଇପାରେ। ଲଣ୍ଡନ ଏବଂ ବର୍ଲିନ ଭଳି ସହରଗୁଡ଼ିକ ପ୍ରାୟ ୧ଲକ୍ଷ ପାର୍କିଂ ସ୍ଥାନ ହରାଇବାର ଆକଳନ କରାଯାଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ହାନା ବଡନିଜ୍ କହିଛନ୍ତି ଯେ ଅନେକ ସ୍ଥାନରେ ପାର୍କିଂ ଓ୍ବେ’ର ଚଉଡା ପୂର୍ବ ଭଳି ସମାନ ରହିଥାଏ, ଅର୍ଥାତ୍ ବଡ଼ ଯାନଗୁଡ଼ିକ ପ୍ରାୟତଃ ଗୋଟିଏରୁ ଅଧିକ ସ୍ଥାନ ଅଧିକାର କରନ୍ତି।

ଛୋଟ ପିଲା ଏବଂ ପଦଯାତ୍ରୀଙ୍କ ପାଇଁ ବଡ଼ ବିପଦ

ଏହି ରିପୋର୍ଟରେ ବେଲଜିୟମ ଏବଂ ଆମେରିକାର ରିସର୍ଚ୍ଚକୁ ଦେଖାଯାଇଛି। ବେଲଜିୟମର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦି କୌଣସି ବାହନର ବନେଟ୍ର ଉଚ୍ଚତା ୧୦ ସେଣ୍ଟିମିଟର ବୃଦ୍ଧି ହୁଏ ତେବେ ରାସ୍ତା ବ୍ୟବହାରକାରୀଙ୍କ ମୃତ୍ୟୁର ବିପଦ ୨୭% ପ୍ରତିଶତ ବୃଦ୍ଧି ପାଇପାରେ। ଆମେରିକାର ଗବେଷଣାରୁ ଜଣାପଡିଛି ଯେ ଯାନର ଆକାରରେ ସମାନ ବୃଦ୍ଧି ପିଲାମାନଙ୍କ ପାଇଁ ଆହୁରି ବିପଜ୍ଜନକ ହୋଇପାରେ। ଅଧ୍ୟୟନରୁ ଜଣାପଡିଛି ଯେ ଏହା ଦୁର୍ଘଟଣାରେ ପିଲାଙ୍କ ମୃତ୍ୟୁର ଆଶଙ୍କା ୮୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଉଚ୍ଚ ଏବଂ ବଡ଼ ଯାନଗୁଡ଼ିକ ଡ୍ରାଇଭର ଭିଜିବିଲିଟିକୁ ମଧ୍ୟ ପ୍ରଭାବିତ କରିପାରେ। ଫଳରେ ଛୋଟ ସଡକରେ ପିଲାଙ୍କୁ ଦେଖିବା କଷ୍ଟକର ହୋଇପଡିଥାଏ।

କାହିଁକି ବଡ଼ କାରର ବଢୁଛି ଚିନ୍ତା ?

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବଡ଼ ଯାନଗୁଡ଼ିକୁ ଚଳାଇବା ପାଇଁ ଅଧିକ ସମ୍ବଳ ଆବଶ୍ୟକ। ପେଟ୍ରୋଲ, ଡିଜେଲ କିମ୍ବା ଇଲେକ୍ଟ୍ରିକ୍ ହେଉ, ଏହାର ଆକାର ବୃଦ୍ଧି ଶକ୍ତି ଚାହିଦାକୁ ବୃଦ୍ଧି କରେ। ଡବଲିନର ଟ୍ରିନିଟି କଲେଜର ପରିବହନ ଗବେଷକ ବ୍ରାଏନ୍ କଲ୍ଫିଲ୍ଡଙ୍କ ଅନୁଯାୟୀ, ବଡ଼ ଯାନଗୁଡ଼ିକ ପାଇଁ ଆବଶ୍ୟକ ଅତିରିକ୍ତ ଶକ୍ତି ପ୍ରାୟ ୧୫୦୦ ଅଫଶୋର ଓ୍ବିଣ୍ଡ ଟର୍ବାଇନ୍ ସୃଷ୍ଟି କରିଥାଏ। ଏହା ସହ ପ୍ରଦୂଷଣ ଓ ଜଳବାୟୁ ଉପରେ ବି ପ୍ରଭାବ ପକାଇଥାଏ।

କ’ଣ ରହିଛି ସମାଧାନ ?

ରିପୋର୍ଟ ତିଆରି କରିଥିବା ବିଶେଷଜ୍ଞଙ୍କ ମତରେ ବାହାନର ଆକାରକୁ କନଟ୍ରୋଲ କରିବା ପାଇଁ ବହୁ ପରାମର୍ଶ ଦିଆଯାଇଛିତ। ଏଥିରେ ବାହନର ବନେଟ୍ର ଉଚ୍ଚତା ଓ ଚଉଡାର ସୀମା ଧାର୍ଯ୍ୟ କରିବା ନେଇ ପରାମର୍ଶ ରହିଛି। ଏହା ସହିତ, ଲୋକମାନେ ଆବଶ୍ୟକତାଠାରୁ ବଡ଼ ଯାନ କିଣିବା ଏଡ଼ାଇବା ପାଇଁ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ସୁପାରିଶ କରାଯାଇଛି।