ନୂଆଦିଲ୍ଲୀ,୧୩।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ନେଇ ସହମତି ହେବା ପରେ, ଏବେ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ଚାଲିଛି। ସୂତ୍ର ଅନୁସାରେ ବିଜେପି ସମସ୍ତ ୧୦୧ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଛି। ଦଳ ବର୍ତ୍ତମାନର ୧୬ ବିଧାୟକଙ୍କ ନାଁ’କୁ ବାଦ୍ ଦେଇପାରେ। ଏହା ବ୍ୟତୀତ ୭୫  ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ମଧ୍ୟ ନିର୍ବାଚନ ପାଇଁ ଯୋଗ୍ୟ ହୋଇପାରନ୍ତି। ଏନ୍‌ଡିଏ ମେଣ୍ଟ ଏପର୍ଯ୍ୟନ୍ତ ଆସନ ବଣ୍ଟନ ନେଇ   ସହମତିରେ ପହଞ୍ଚି ନାହିଁ।

ମଙ୍ଗଳବାର ପାଟନାରେ ଏ ନେଇ ଚୂଡ଼ାନ୍ତ ଘୋଷଣା ହେବାର ସମ୍ଭାବନା ଅଛି।  ବିହାର ନିର୍ବାଚନ ଜିତିବା ପାଇଁ ବିଜେପି ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ପ୍ରାର୍ଥୀ କରିପାରେ। ବିଧାନସଭା ନିର୍ବାଚନରେ ​​ଦଳ ପକ୍ଷରୁ କିଛି କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇପାରେ ବୋଲି ଆଲୋଚନା ହେଉଛି। ଦଳ କିଛି ପୁରୁଖା ନେତାଙ୍କ ଟିକେଟ ମଧ୍ୟ କାଟିପାରେ।

ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଜାୟସଓ୍ବାଲ କହିଛନ୍ତି, ଆମେ ସୋମବାର ସନ୍ଧ୍ୟାରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ଆରମ୍ଭ କରିବୁ। ପାଟନାରେ ଗଣମାଧ୍ୟମ ସହ ଆଲେଚନା ବେଳେ ସେ କହିଛନ୍ତି, ଏନ୍‌ଡିଏ ମେଣ୍ଟ ସିଟ୍ ସେୟାରିଂ ଘୋଷଣା କରି ନେଇଛି। ମୁଁ ପୂର୍ବରୁ କହୁଥିଲି, ଆମେ ପଞ୍ଚୁପାଣ୍ଡବ ଭଳି ଏକାଠି ବିଧାନସଭା ନିର୍ବାଚନ ଲଢିବୁ। ଆମେ ସବୁଠାରୁ ପ୍ରଥମେ ସିଟ୍ ସେୟାରିଂର ଘୋଷଣା କରିବୁ।

ଜାଣନ୍ତୁ କେଉଁ ଦଳ କେତିକି ଆସନରେ ଲଢିବେ ?

ବିଜେପି-୧୦୧

ଜେଡିୟୁ-୧୦୧

ଏଲଜେପ(ରାମବିଳାସ)-୨୯

ଆରଏଲଏମ୍-୦୬

ଏଚ୍‌ଏଏମ୍-୦୬