ନୂଆଦିଲ୍ଲୀ,୧୪/୦୨; ବିହାରର ଔରଙ୍ଗାବାଦ ଜିଲ୍ଲାରେ ଏକ ଭୟଙ୍କର ଘଟଣା ଘଟିଛି । ୫ ଜଣ ନାବାଳିକା ସାଙ୍ଗ ବିଷର ସ୍ୱାଦ କିପରି ବୋଲି ଚାଖୁଥିଲେ । ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବଞ୍ଚିଥିବା ଜଣଙ୍କ ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କହିଛନ୍ତି । ଫଳରେ ସତ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଳି ଦେଉଛି। ପୁଲିସ ଝିଅଟିର ବୟାନ ରେକର୍ଡ କରିଛି ଏବଂ ଘଟଣାର ତଦନ୍ତ କରୁଛି । ଘଟଣା ଜାନୁଆରୀ ୨୯ ତାରିଖରେ ଔରଙ୍ଗାବାଦ ଜିଲ୍ଲାର ମୋତି ବିହାରା ଗାଁରେ ଘଟିଥିଲା । ୫ ଜଣ ନାବାଳିକା ଝିଅ ଏକ କ୍ଷେତକୁ ଯାଇଥିଲେ, କିନ୍ତୁ କେବଳ ଜଣେ ଘରକୁ ଫେରିଥିଲେ । ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକମାତ୍ର ବଞ୍ଚିଥିବା ଝିଅ ଘଟଣା ବାବଦରେ ବର୍ଣ୍ଣନା କରିଥିଲେ । ୧୪ ବର୍ଷୀୟା ଝିଅଙ୍କ ଅନୁଯାୟୀ, ସେମାନେ ସମସ୍ତେ ଏକ ନିର୍ଜନ ଅଞ୍ଚଳକୁ ଯାଇ ଏକ ବିଷାକ୍ତ ପଦାର୍ଥ ଖାଇଥିଲେ ଯାହା ସାଧାରଣତଃ ବଗ ମାରିବା ପାଇଁ ବ୍ୟବହୃତ ହେଉଥିଲା । ସେ କହିଥିଲେ ଯେ ସେମାନେ ସମସ୍ତେ ଏହାକୁ ସ୍ୱାଦ ପାଇଁ ଖାଇଥିଲେ।

୫ ଜଣଙ୍କ ମଧ୍ୟରୁ ଜଣେ ବଞ୍ଚିଗଲେ କିପରି ? ଚିକିତ୍ସାଧୀନ ଝିଅଟି କହିଲା, "ମୋ ବନ୍ଧୁ କହିଲା, 'ଆସ, ଏହାକୁ ଖାଇ ଦେଖିବା ଏବଂ ଦେଖିବା ଯେ ଆମେ ବଞ୍ଚିବୁ କି ମରିବୁ ।' ସେମାନେ ପାଣି ସହିତ ବଗକୁ ମାରିବା ପାଇଁ ବ୍ୟବହୃତ ବିଷ ଚାଖିଥିଲେ। ମୁଁ ବହୁତ କମ୍ ଖାଇଲି ଏବଂ ତୁରନ୍ତ ଛେପ କାଢି ଦେଇଥିଲି, ଯାହା ଫଳରେ ମୁଁ ବଞ୍ଚିଗଲି । " ଅନ୍ୟ ୪ ବନ୍ଧୁଙ୍କୁ ତାଙ୍କ ଆଖି ସାମ୍ନାରେ ଝଟପଟ ହୋଇ ଆଖିବୁଜିଥିବା ଦେଖିବା କହିଛନ୍ତି । ଭୟଭୀତ ଝିଅଟି ଘରକୁ ଦୌଡ଼ି ଦୌଡ଼ି ତାଙ୍କ ପରିବାରକୁ ସମସ୍ତ ଘଟଣା କହିଥିଲେ । ତାଙ୍କ ପରିବାର ତୁରନ୍ତ ତାଙ୍କୁ ବାନ୍ତି କରାଇବା ପାଇଁ ନିମ୍ବ ପତ୍ରର ଦ୍ରବଣ ଦେଇଥିଲେ ଏବଂ ସେ ବଞ୍ଚିଗଲେ ।

ଏହା ବି ପଢନ୍ତୁ...ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଲିଭ୍-ଇନ୍-ପାର୍ଟନର, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

କଣ କହିଲେ ପୁଲିସ୍ ? ଦାଉଦନଗର ଏସଡିପିଓ ଅଶୋକ କୁମାର ଦାସ କହିଛନ୍ତି, "ଆମର ତଦନ୍ତରୁ ଜଣାପଡିଛି ଯେ, ସରସ୍ୱତୀ ପୂଜା ସନ୍ଧ୍ୟାରେ ଝିଅମାନଙ୍କୁ କିଛି ପୁଅଙ୍କ ସହିତ ବାହାରକୁ ଯାଉଥିବାର ଦେଖି ବାକୁ ମିଳିଥିଲା । ସେମାନଙ୍କ ବାପାମାଆ ସେମାନଙ୍କୁ ଗାଳି ଦେଇଥିଲେ ଏବଂ କ୍ରୋଧ ଏବଂ ଲଜ୍ଜାରେ ୫ ଜଣ ବନ୍ଧୁ ଏକାଠି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। " ହେଲେ ପୀଡ଼ିତଙ୍କ ମଧ୍ୟରୁ ଜଣଙ୍କ ବାପା ପୁଲିସର ଦାବିକୁ ଅସ୍ୱୀକାର କରିଛନ୍ତି । ସମସ୍ତ ଝିଅଙ୍କ ବୟସ ୧୨ ରୁ ୧୫ ବର୍ଷ ମଧ୍ୟରେ ଥିଲା । ମୃତ ଝିଅଙ୍କ ପରିବାର ଲୋକେ ୪ ଜଣଙ୍କୁ ଏକାଠି ଗୋଟିଏ ଚିତାରେ ଶେଷକୃତ୍ୟ କରିଥିଲେ । ପୁଲିସ ଚିକିତ୍ସାଧୀନ ନାବାଳିକାଙ୍କ ବୟାନ ରେକର୍ଡ କରିଛି ଏବଂ ମାମଲାର ପ୍ରତ୍ୟେକ ଦିଗର ତଦନ୍ତ କରୁଛି । ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।