ନୂଆଦିଲ୍ଲୀ,୧୧।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ରାଜ୍ୟର ଭୋଟରଙ୍କ ମତଦାନ ରେକର୍ଡ ସୃଷ୍ଟି କରିଛି। ଏହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଜନସାଧାରଣ ଗୋଟିଏ ଦଳକୁ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଟିଭି ଚ୍ୟାନେଲ ଏବଂ ଏଜେନ୍ସିଗୁଡ଼ିକ ଏବେ ସେମାନଙ୍କର ଏକଜିଟ୍ ପୋଲ ଫଳାଫଳ ପ୍ରକାଶ କରିଛନ୍ତି। ବିହାରରେ ଏଥର ସୁଶାସନ ବାବୁ ବା ନୀତିଶ କୁମାରଙ୍କ ଜଲଓ୍ବା ପୂର୍ବଭଳି ରହିଛି। ଏଥର ବିହାରରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳୁଥିବା ସ୍ଥିତି ପ୍ରାୟ ସ୍ପଷ୍ଟ ହେଉଛି। ତେବେ ଏନଜିଟ୍ ପୋଲ୍ରେ ତେଜସ୍ବୀଙ୍କୁ ଲାଗିଛି ଝଟକା। ଯଦିଓ ଏହା ଏକ ଏକଜାଟ୍ ପୋଲ୍ ନୁହେଁ କିନ୍ତୁ ସବୁ ଟିଭି ଚ୍ୟାନେଲ ଓ ଏଜେନ୍ସି ଗୁଡିକର ରିପୋର୍ଟ ବିହାରରେ ଏନଡିଏର ମଜବୁତ ସ୍ଥିତିକୁ ଦର୍ଶାଉଛି। ଯଦିଓ ୧୪ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ, କିନ୍ତୁ ତା ପୂର୍ବରୁ ଏକଜିଟ୍ ପୋଲ ଦର୍ଶାଉଛି ବିହାରରେ ଏନ୍ଡିଏ ବାଜିମାତ କରିଛି। ଏଥର ବିହାରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬ ନଭେମ୍ବର ଓ ୧୧ ନଭେମ୍ବର ଅର୍ଥାତ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା।
MATRIZE-IANS ର ଏକଜିଟ୍ ପୋଲ ଅନୁସାରେ NDA ପାଇଁ ୧୪୭-୧୬୭ ଏବଂ ମହାମେଣ୍ଟ ପାଇଁ ୭୦-୯୦ ଆସନ ପୂର୍ବାନୁମାନ କରିଛି। ଆହୁରି ଚାରୋଟି ଏକଜିଟ୍ ପୋଲ ମଧ୍ୟ ପ୍ରକାଶ ପାଇଛି, ଯାହା ସମସ୍ତ NDA ପାଇଁ ଏକ ବଡ଼ ବିଜୟର ପୂର୍ବାନୁମାନ କରିଛି। ତଥାପି, ଭୋଟ ଗଣନା ପରେ ଔପଚାରିକ ଫଳାଫଳ ଘୋଷଣା ହେବା ପରେ ନଭେମ୍ବର ୧୪ ତାରିଖରେ ହିଁ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
ଚାଣକ୍ୟ ଷ୍ଟାଟେଜି ପୋଲ୍ ଅନୁସାରେ ଏନଡିଏକୁ ୧୩୦ ରୁ ୧୩୮ ଆସନ, ମହାଗଠବନ୍ଧନକୁ ୧୦୦-୧୦୦୮ ଆସନ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଦେଖାଯାଉଛି।
P-MARQ ଏକଜିଟ୍ ପୋଲ୍ ଅନୁସାରେ, ଏନଡିଏକୁ ଜୋରଦାର ବହୁମତ ମିଳିଛି। ଏହି ଏଗଜିଟ୍ ପୋଲ୍ ଅନୁସାରେ, ଏନଡିଏକୁ ୧୪୨-୧୬୨ ଆସନ, ମହାମେଣ୍ଟକୁ ୮୦-୯୦ ଏବଂ ପ୍ରଶାସ୍ତ କିଶୋରଙ୍କ ଜନ ସୁରାଜକୁ ୧-୪ ଏବଂ ଅନ୍ୟଙ୍କୁ ୦-୩ ଆସନ ମିଳିବାର ଅନୁମାନ କରାଯାଇଛି।
ଦୈନିକ ଭାସ୍କରର ଏକଜିଟ୍ ପୋଲ ମଧ୍ୟ NDA ପାଇଁ ଏକ ବଡ଼ ବିଜୟ ଆକଳନ କରିଛି। NDA ୧୪୫-୧୬୦ ଆସନ ଜିତିବ ବୋଲି ଆକଳନ କରାଯାଇଛି। ମହାଗଠବନ୍ଧନ ୭୩-୯୧ , ଅନ୍ୟାନ୍ୟ ୫-୧୦ ଆସନ ଜିତିବେ ଅନୁମାନ କରିଛି। ଏହି ପୋଲ ଅନୁସାରେ, ବିଜେପି ୭୨-୮୨ ଆସନ, ଜେଡିୟୁ ୫୯-୬୮ ଆସନ, ଏଲଜେପି ୪-୫ ଆସନ ଏବଂ ହାମ୍-୫-୫ ଆସନ ଜିତିବ ବୋଲି ଆକଳନ କରାଯାଇଛି।ମହାଗଠବନ୍ଧନ ବିଷୟରେ, ଯଦି କଥା ହେବା ଆରଜେଡି ୫୧-୬୩ ଆସନ, କଂଗ୍ରେସ ୧୨-୧୫ ଆସନ, ସିପିଆଇଏମ୍(ଏଲ୍) ୬-୯ ଆସନ, ଭିଆଇପି ୦, ସିପିଆଇକୁ ୧ ଏବଂ ଆଇଆଇପିକୁ ୦-୧ ଆସନ ମିଳିପାରେ।
ଡିଭି ରିସର୍ଚ୍ଚର ଏକଜିଟ୍ ପୋଲରେ ଏନଡିଏ ସ୍ପଷ୍ଟ ବହୁମତ ସହିତ କ୍ଷମତାକୁ ଫେରିବ ବୋଲି ମଧ୍ୟ ଆକଳନ କରାଯାଇଛି। ଏନଡିଏ ୧୩୭-୧୫୨ ଆସନ, ମହାଗଠବନ୍ଧନ ୮୩-୯୮, ଜନ ସୁରାଜ ପାର୍ଟି ୨-୪ ଏବଂ ଓୱେସିଙ୍କ ଦଳ ୦-୨ ଆସନ ଜିତିବ ବୋଲି ଆକଳନ କରାଯାଇଛି।
ପିପୁଲ୍ସ ପଲସ୍ର ଏକଜିଟ୍ ପୋଲରେ ଏନଡିଏର ସରକାର ଗଠନ ହେଉଥିବାର ଦେଖିବାକୁ ମିଳିଛି। ଏନଜିଟ୍ ପୋଲ୍ ଅନୁସାରେ, ଏନଡିଏକୁ ୧୧୩-୧୫୯ ଆସନ ମିଳିବାର ଅନୁମାନ ରହିଛି। ସେଭଳି ମହାମେଣ୍ଟକୁ ୭୫-୧୦୧ ତଥା ଜେଏସପିକୁ ୦-୫ ଆସନ ମିଳିବାର ଅନୁମାନ ରହିଛି। ସେଭଳି ଅନ୍ୟ ଦଳର ଖାତାକୁ ୨-୮ ଆସନ ଯାଇପାରେ।
POLSTRAT, ତାର ସଦ୍ୟତମ ଏକଜିଟ୍ ପୋଲ ପ୍ରକାଶ କରିଛି, ଯେଉଁଥିରେ ,ଏନ୍ଡିଏକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ହେବ ବୋଲି ପୂର୍ବାନୁମାନ କରାଯାଇଛି। ପୋଲ୍ ଷ୍ଟାର୍ଟ ଅନୁସାରେ, ଏନ୍ଡିଏ ୧୩୩-୧୪୮ ଆସନ, ମହାଗଠବନ୍ଧନ ୮୭-୧୦୨ ଏବଂ ଅନ୍ୟାନ୍ୟ ୩-୫ ଆସନ ଜିତିପାରେ। ଦଳଗତ ଦୃଷ୍ଟିରୁ, ବିଜେପି ୬୮-୭୨ ଆସନ, ଜେଡିୟୁ ୫୫-୬୦, ଏଲଜେପି(ଆର)୯-୧୨, ହମ୍ ୧-୨ ଏବଂ ଆରଏମ୍ଏଲ ୦-୨ ଆସନ ଜିତିପାରେ।
ପିପୁଲ୍ସ ଇନସାଇଟ୍ ଏକଜିଟ୍ ପୋଲରେ ଏନ୍ଡିଏ ୧୩୩-୧୪୮ ଆସନ ଜିତିବ ବୋଲି ମଧ୍ୟ ଆକଳନ କରାଯାଇଛି, ଯେତେବେଳେ ମହାଗଠବନ୍ଧନ ୮୭-୧୦୨ ଆସନ ଜିତିବ ବୋଲି ଆକଳନ କରାଯାଇଛି। ଜନ ସୁରାଜ ୦-୨ ଆସନ ଏବଂ ଅନ୍ୟାନ୍ୟ 3-6 ଆସନ ଜିତିବେ ବୋଲି ଆକଳନ କରାଯାଇଛି।
ଜେଭିସି ଏକଜିଟ୍ ପୋଲରେ ଏନ୍ଡିଏ ପାଇଁ ଏକ ବଡ଼ ବିଜୟ ମଧ୍ୟ ଆକଳନ କରାଯାଇଛି। ଏନ୍ଡିଏ ୧୩୫-୧୫୦ ଆସନ ଜିତିବ ବୋଲି ଆକଳନ କରାଯାଇଛି, ଯେତେବେଳେ ମହାଗଠବନ୍ଧନ ୮୮-୧୦୩ ଆସନ ଜିତିବ ଏବଂ ଅନ୍ୟାନ୍ୟ ୩-୬ ଆସନ ଜିତିବେ ବୋଲି ଆକଳନ କରାଯାଇଛି।