ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିହାରର ଧନ କୁବେର : ରେଡ୍‌କୁ ଡରି ରାତାରାତି ସ୍ଵାହା କରିଦେଲେ ୨ ରୁ ୩ କୋଟି, ତଥାପି ଚଢାଉ ବେଳେ ୩୯ ଲକ୍ଷ ଟଙ୍କା ଜବତ

Published By : Rasmita Pradhan | August 23, 2025 9:21 AM

ପାଟନା, ୨୩/୦୮ : ବିହାରର ଧନ କୁବେର। ନାମ ବିନୋଦ ରାୟ। ସୀତାମଢି ଗ୍ରାମ୍ୟ କାର୍ଯ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ। ଆୟଠୁ ଅଧିକ ଠୁଳ କରି ଗଢିଥିଲେ କଳା ଧନର ସାମ୍ରାଜ୍ୟ। ଘରେ କରିଥିଲେ ଟଙ୍କାର ପାହାଡ଼। ପୀଢି ପରପୀଢି ପାଇଁ ସଞ୍ଚିଥିଲେ ସମ୍ପତ୍ତି। ଗନ୍ଧ ପାଇଗଲା ଇଓୟୁ। ପ୍ରମାଣ ଲୁଚେଇବାକୁ ରାତାରାତି ସ୍ଵାହା କରିଦେଲେ ୨ ରୁ ୩ କୋଟି। ତଥାପି ସରିଲାନି ପୋତାଧନ। ଚଢାଉ ବେଳେ ଜବତ ହେଲା ନଗଦ ୩୯ ଲକ୍ଷ ଟଙ୍କା। ନୋଟ୍ ଜାଳି ପ୍ରମାଣ ନଷ୍ଟ କରି ସରକାରୀ କାମରେ ବାଧା ସୃଷ୍ଟି କରିଥିବାରୁ ବିନୋଦ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଇଓୟୁ। ଏବେ ଇଞ୍ଜିନିୟରଙ୍କ ବିରୋଧରେ ଚାଲିବ ଭ୍ରଷ୍ଟାଚାର ମାମଲା। 

ସୂଚନାନୁଯାୟୀ, ଇଞ୍ଜିନିୟର ବିନୋଦ ରାୟ ଗୁରୁବାର ରାତିରେ ସୀତାମଢିରୁ ବିପୁଳ ପରିମାଣର ଟଙ୍କା ନେଇ ପାଟନା ଆସିଥିଲେ। ଇଓୟୁ ଏନେଇ ଖବର ପାଇ ରାତିରେ ବିନୋଦଙ୍କ ପାଟନା ସ୍ଥିତ ବାସଭବନରେ ଚଢାଉ କରିଥିଲା। ହେଲେ ଇଞ୍ଜିନିୟରଙ୍କ ପତ୍ନୀ ଇଓୟୁ ଟିମ୍‌କୁ ଘର ଭିତରକୁ ଯିବାକୁ ଦେଇନଥିଲେ। ସେ ଏକା ଅଛନ୍ତି ରାତିରେ ଟିମ୍ ଘରେ ପଶିପାରିବନି ବୋଲି କହିଥିଲେ। ଏଥିପାଇଁ ବାଧ୍ୟ ହୋଇ ଇଓୟୁ ଟିମ୍‌କୁ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ସେପଟେ ଇଞ୍ଜିନିୟର ବାବୁ ରାତିରେ ଉପର ମହଲାରେ ନୋଟ୍ ଜାଳିବାକୁ ଲାଗିଥିଲେ। ହେଲେ ନୋଟ୍ ଜାଳି ଜାଳି ଥକିଗଲେ ସିନା ସବୁ ପୋତାଧନ ନଷ୍ଟ କରିପାରିନଥିଲେ। ଇଓୟୁ ଟିମ୍ ଚଢାଉ କରିବା ବେଳେ ଆହୁରି ୩୯ ଲକ୍ଷ ନଗଦ ଜବତ କରିଥିଲା। ପାଣି ଟାଙ୍କି ଭିତରୁ ଏହି ଟଙ୍କା ଜବତ ହୋଇଥିଲା। 

ଇଓୟୁ ଟିମ୍‌ ଇଞ୍ଜିନିୟରଙ୍କ ଘରୁ ପ୍ରାୟ ସାଢେ ୧୨ ଲକ୍ଷ ଦରପୋଡ଼ା କ୍ୟାସ୍ ଜବତ କରିଥିଲା। ବାଥରୁମ୍ ପାଇପ୍‌ରୁ ନୋଟ୍‌ର ପାଉଁଶ ବାହାରିଥିଲା। ରାତି ସାରା ଇଞ୍ଜିନିୟର ପ୍ରାୟ ୨ ରୁ ୩ କୋଟି ଜାଳି ଦେଇଥିବା ଅନୁମାନ କରାଯାଉଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିନୋଦଙ୍କର ପ୍ରାୟ ୧୦୦ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ଥିବା ଅନୁମାନ କରାଯାଉଛି। ଆଗକୁ ଏହି ମାମଲାରେ ଇଡି ଯାଞ୍ଚ କରିପାରେ ବୋଲି ଅନୁମାନ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.