ଗୁଣୁପୁର,୨୭|୦୫: ଗୁଣପୁର ବ୍ଲକ ଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଠିଆ ହୋଇଥିବା ଏକ ଟିପରକୁ ଧକାଦେଲା ବାଇକ୍ । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ସହିତ ଜଣକର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଶିରିଝୁଲି ପଞ୍ଚାୟତ ବଡ଼ ଆମ୍ବଗୁଡା ଗାଁର ତିରୁପତୀ ଶବର ( ୪୦) ଓ ମଣ୍ଟୁ ଶବର ( ୧୮ )। ତେବେ ଦୁର୍ଘଟଣା ପରେ ଉଭୟଙ୍କୁ ସ୍ଥାନୀୟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲେ ମଧ୍ୟ ପହଞ୍ଚିବା ପୁର୍ବରୁ ଉଭୟ ଜୀବନ ହରାଇ ସାରିଥିଲେ। ଡାକ୍ତରଖାନାରେ ଡାକ୍ତର ପ୍ରଦୀପ କୁମାର ପଣ୍ଡା ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗୁଣପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...