ପ୍ରମୂଖ ଖବର

ଟ୍ରକ୍-ବାଇକ୍ ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

Published By : Swapna Ray | June 4, 2025 1:43 PM

ରେଢ଼ାଖୋଲ, ୪।୬: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ରାମପୁର-ଗୋବିନ୍ଦପୁର ରାସ୍ତାର ପୋଡ଼ାବଲଣ୍ଡା ଗ୍ରାମ ନିକଟସ୍ଥ ରେଲୱେ ଓଭର ବ୍ରିଜ୍ ନିକଟରେ ଦୁର୍ଘଟଣା । ଏକ ବାଇକ ଓ ନଳକୂଅ ଖନନ ଟ୍ରକ୍ ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବାଇକ ଚାଳକ ଚାରମାଳ ଥାନା ଚୂଡ଼ାପୁଡ଼ୁଗ ଗ୍ରାମର ୩୫ ବର୍ଷୀୟ ଲଖିନ୍ଦ୍ର ମିର୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଲଖିନ୍ଦ୍ରଙ୍କ ଶଳା ଭାଉଜ ଡଲି ମିର୍ଧା ଗୁରୁତର ଆହତ ହୋଇଛନ୍ତି । 

ସୂଚନାନୁସାରେ, ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଉଭୟେ ଏକ ବାଇକରେ ଅନୁଗୁଳ ଜିଲା ଅଙ୍ଗପଡ଼ା ଗ୍ରାମକୁ ଯାଉଥିବା ବେଳେ ପୋଡାବଲାଣ୍ଡ ଗ୍ରାମ ନିକଟସ୍ଥ ରେଲୱେ ଓଭର ବ୍ରିଜ୍ ନିକଟରେ ସମ୍ମୁଖ ଦିଗରୁ ଆସୁଥିବା ନଳକୂଅ ଖୋଳା ଟ୍ରକ୍ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାର ଖବର ପାଇ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ମୃତ ଲଖିନ୍ଦ୍ରଙ୍କ ଶଳା ଭାଉଜ ଡଲିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନ୍ତାନର କରାଯାଇଛି । ସେହିପରି ମୃତ ବାଇକ ଚାଳକ ଲଖିନ୍ଦ୍ରଙ୍କ ମୃତଦେହକୁ ପୁଲିସ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି । ଏନେଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ତଦନ୍ତ ଚଳାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.