ଆପଣଙ୍କ ସହ ଏମିତି ହେଉଛି କି? ଭୋକ ନ ଲାଗିବା ସତ୍ତେ୍ୱ ଖାଇବାକୁ ମନ ଚାହୁଁଛି । ଅନେକ ସମୟରେ ଆମେ ଜାଣିପାରି ନଥାଉ ଏପରି କାହିଁକି ହେଉଛି । ଏହା ହୁଏତ ଅତ୍ୟଧିକ ଖାଦ୍ୟ ଲୋଭର କାରଣ ହୋଇପାରେ, ଯାହା ଆପଣଙ୍କ ପାଇଁ କ୍ଷତିକାରକ । ଚାଲନ୍ତୁ ଜାଣିବା ଇଟିଙ୍ଗ୍ ଡିସଅର୍ଡର୍ କଣ? ଇଟିଙ୍ଗ୍ ଡିସ୍ଅର୍ଡର୍ ଅର୍ଥାତ୍ କମ୍ ସମୟ ଅନ୍ତରରେ ବା ଜଲ୍ଦୀ ଜଲଦୀ ଅଧିକ ମାତ୍ରାରେ ଖାଇବା । ଏଥିରେ ବ୍ୟକ୍ତି ଖାଦ୍ୟରେ ନିୟନ୍ତ୍ରଣ ରଖି ପାରିନଥାନ୍ତି । ଏହି ଖାଇବା ଭିତରେ ପ୍ରାୟ ଲୋକ ମିଠା କିମ୍ବା ଜଙ୍କ୍ ଫୁଡ୍ ହିଁ ଖାଇଥାନ୍ତି, ଯାହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ ।
ସେଥିପାଇଁ ଏହି ଅଭ୍ୟାସକୁ ଭଲ ବିକଳ୍ପ ବୋଲି ଗ୍ରହଣ କରାଯାଇ ନଥାଏ । ବରଂ ଏକ ରୋଗ ବୋଲି ଧରି ନିଆଯାଇଥାଏ । ଏଭଳି ଲୋଭରେ ଖାଦ୍ୟ ଖାଇବା ପରେ ବ୍ୟକ୍ତି ଭୁଲ୍ କରିଛି ବୋଲି ଭାବେ ଅବସୋସ୍ କରିଥାଏ । ଏଭଳି ବ୍ୟବହାରିକ ଓ ମାନସିକ ସ୍ଥିତିକୁ ନେଇ ଲୋକମାନେ ଜାଣିପାରି ନଥାନ୍ତି, ଯେ ସେମାନେ କୌଣସି ରୋଗର ଶିକାର ହୋଇସାରିଛନ୍ତି । ଏହାଦ୍ୱାରା ସ୍ନାୟୁ ବ୍ୟବସ୍ଥା ଅନିୟମିତ ହୋଇଚାଲେ, ଯାହାଦ୍ୱାରା ବ୍ୟକ୍ତି ସକ୍ରିୟ ରହିଥାଏ, କିନ୍ତୁ ମସ୍ତିଷ୍କର ଅନ୍ୟ ଏକ ଭାଗରେ ଆଟେନସନ୍ର ଆବଶ୍ୟକତା ଅନୁଭବ କରିଥାଏ । ଫଳରେ ନିଜର ଇମୋସନ୍କୁ ନିଜ ଶରୀରରୁ ବାହାରକୁ ଆଣିବାକୁ ଚାହିଁଥାଏ । ପରିଣାମସ୍ୱରୂପ ତା’ ଭିତରେ ଖାଦ୍ୟକୁ ନେଇ ଆକର୍ଷଣ ବଢିଥାଏ । ଫଳରେ ସେ ଶୀଘ୍ର ଶୀଘ୍ର ଅଧିକ ମାତ୍ରାରେ ଖାଦ୍ୟ ଖାଇଥାଏ । ଏହି ଖାଇବାର ଉଦ୍ଦେଶ୍ୟ ପେଟ ଭରିବା ନୁହେଁ । ଏହା କେବଳ ନିଜ ପାଇଁ ଲୋଭ କୁହାଯାଇପାରେ ।
ଲକ୍ଷଣ
ପେଟ ପୁରିବା ପରେ ମଧ୍ୟ ଖାଇଚାଲେ । ବ୍ୟକ୍ତି ପେଟ ସହିତ ମନ ପୁରିବା ଯାଏ ଖାଇଚାଲେ । କୌଣସି ସମସ୍ୟା ନଉପୁଜିବା ଯାଏ ଖାଇଚାଲେ । କୌଣସି ମାନସିକ ଚିନ୍ତାରେ ଥିବା ବେଳେ ବ୍ୟକ୍ତି ଏପରି ଖାଇଚାଲେ ।
- ଜଲ୍ଦୀ ଜଲ୍ଦୀ ଖାଇବା
-ଦିନର ରୁଟିନ୍ ପ୍ଲାନକୁ ଖାଦ୍ୟର ଆଖାପାଖରେ ରଖିବା
-ଅଧିକ ଖାଇବା ଦ୍ୱାରା ଅନ୍ୟ ଆଗରେ ଖାଇବାକୁ ଖରାପ ଲାଗିବାଙ୍କ ଖାଇବା ପରେ ଖରାପ ଲାଗିବା ସହ ଅପରାଧରେ ଭରି ଯାଇଥାଏ କିଛି ଲୋକଙ୍କଠାରେ ଏଭଳି ଲକ୍ଷଣ ନିୟମିତ ଦେଖାଯାଇ ନଥାଏ । ବରଂ କେବେ କେବେ ଦେଖାଯାଇଥାଏ । ସମ୍ପର୍କରେ ଷ୍ଟ୍ରେସ୍ କିମ୍ବା ଇମୋସନ୍ରେ ଷ୍ଟ୍ରେସ୍ କାରଣରୁ ତୀବ୍ର ଇଚ୍ଛା ବଢିଯାଇଥାଏ । ଫଳରେ ପ୍ରଥମ ସମସ୍ୟା ହୋଇଥାଏ ମୋଟାପଣ । ଏହା ଅନ୍ୟ ରୋଗ ପାଇଁ ବାଟ ଖୋଲି ଦେଇଥାଏ । ଯେପରିକି ମଧୁମେହ, ହାଇପର୍ଟେନସନ୍, ଫ୍ୟାଟି ଲିଭର୍ ଓ ଆର୍ଥ୍ରାଇଟିସ୍ ଆଦି ।
କରିପାରିବେ ଚିକିତ୍ସା
ସାଇକୋଥେରାପୀ ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ । ଏହାର ଚିକିତ୍ସା ପାଇଁ ଆଙ୍ଗ୍ଜାଇଟି ଔଷଧ ମଧ୍ୟ ଦିଆଯାଇଥାଏ । ଉପଯୁକ୍ତ ଡାଏଟ୍ ପ୍ଲାନ୍ ମଧ୍ୟ ଲକ୍ଷଣକୁ କମ୍ କରିଥାଏ । କିନ୍ତୁ କିଛି ଲୋକ ଡାଏଟିଂ କରିବା ଦ୍ୱାରା ବାରମ୍ବାର ଖାଇବା ଲକ୍ଷଣ ବଢିଯାଇଥାଏ । ତେଣୁ ଏହାର ଚିକିତ୍ସା କରିବା ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ।