ପ୍ରମୂଖ ଖବର
  • ବାଙ୍କୀ : ଢାବାରେ ଖାଇବାକୁ ନେଇ ମାରପିଟ୍, ହୋଟେଲ ମାଲିକଙ୍କ ଆକ୍ରମଣରେ ଗ୍ରାହକ ମୃତ
  • ||
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ବି ଆଇ ପି ଏଫ୍‌ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୪- ୨୦୨୫ର ବିଜେତା ସମ୍ମାନିତ

Published By : Ladu Kishor | June 11, 2025 10:11 PM

ଭୁବନେଶ୍ୱର ୧୧/୦୬: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍‌ (ବି.ଆଇ.ପି.ଏଫ୍‌) ଆଜି ପ୍ରତିଷ୍ଠିତ 'ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ ଫର୍‌ ହାଇୟର ଏଜୁକେସନ୍‌' (ପି.ଜି.ଡି.ଏସ୍‌.) ବିଜେତା ଭାବରେ ଛଅ ଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଏହି ଛାତ୍ର ବୃତ୍ତି ଇଞ୍ଜିନିୟରିଂ,ମେଡିସିନ୍‌,ଏସ୍‌.ଟି.ଇ.ଏମ୍‌ (ସାଇନ୍ସ୍‌,ଟେକ୍ନୋଲଜି, ଇଞ୍ଜିନିୟରିଂ ଏବଂ ମ୍ୟାଥ୍‌ମେଟିକ୍ସ୍‌) ‌ଏବଂ ଲିବରଲ ଆର୍ଟସ୍‌ରେ ବୃତ୍ତିଗତ ଡିଗ୍ରୀ ହାସଲ କରୁଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଚାରି ବର୍ଷର ଡିଗ୍ରୀ ପାଇଁ ୯୦ ପ୍ରତିଶତ ଶିକ୍ଷାଗତ ଫିସ୍‌ ଏବଂ ଯୋଗ୍ୟ ଖର୍ଚ୍ଚକୁ ବହନ କରି, ଯାହା ପ୍ରତ୍ୟେକ ବୃତ୍ତିଧାରିଙ୍କ ପାଇଁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି ।

୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ, ଛଅ ଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି: ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରମୁଖ ଆଇ ଆଇ ଟି ଇଞ୍ଜିନିୟରିଂ କରୁଛନ୍ତି । ଆଇ ଆଇ ଟି -ହାଇଦ୍ରାବାଦରେ ସନ୍ଦୀପ ସୁଭ୍ରଜିତ ସାହୁ ଏବଂ ଆଇ ଆଇ ଟି ବି ଏଚୟୁ ବାରାଣାସୀରେ ତାରିଣୀ ପ୍ରସାଦ ମିଶ୍ର ଏବଂ ସେମାନଙ୍କ ମଧ୍ୟରୁ ଚାରି ଜଣ ଏମ୍‌ ବି ବି ଏସ୍‌ - ସତ୍ୟଜିତ ପରିଡ଼ା ଏବଂ ଆଲୋକ କୁମାର ସାହୁ ଏମ୍ସ୍‌ , କଟକର ଏସ୍‌ସିବି ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲରେ, ଏବଂ ବାଲେଶ୍ୱରରେ ପାଠ ପଢୁଛନ୍ତି। ସମ୍ବର୍ଦ୍ଧନା ସମାରୋହରେ, ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍‌ର ଟ୍ରଷ୍ଟି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, “ଶିକ୍ଷା ସାମାଜିକ ପରିବର୍ତ୍ତନ ଏବଂ ଆର୍ଥିକ ପ୍ରଗତି ପାଇଁ ଏକ ଶକ୍ତିଶାଳୀ ଉତ୍‌ପ୍ରେରକ” ।

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ ମାଧ୍ୟମରେ ଆମେ ଭବିଷ୍ୟତର ନେତୃତ୍ୱ ମାନଙ୍କ ଉପରେ ବିନିଯୋଗ କରୁ ଯେଉଁ ମାନେ ଆମ ସମାଜରେ ନବ ସୃଜନ ଏବଂ ପରିବର୍ତ୍ତନ ଆଣି ବେଟ୍ଟ ଏବଂ ପରାମର୍ଶ ଅଂଶ ଏହ ଉ୍‌ଜ୍ଜ୍ୱଳ ଯୁବ ମନର ସାମଗ୍ରିକ ବିକାଶକୁ ପୋଷଣ କରିବା ଏବଂ ସେମାନଙ୍କର ପୂର୍ଣ୍ଣ ସମ୍ଭାବନା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିପାରିବେ। ଇମ୍ଫା ଦ୍ୱାରା ୨୦୦୫ ରେ ପ୍ରତିଷ୍ଠା କରାଯାଇଥିବା ଏହିଛାତ୍ର ବୃତ୍ତି ପ୍ରତିଷ୍ଠିତ ବିଦ୍ୱାନ୍‌ ଏବଂ ଐତିହାସିକ ସ୍ୱର୍ଗତ ଶ୍ରୀମତୀ ଇଲା ପଣ୍ଡାଙ୍କ ପିତା ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କ ଐତିହ୍ୟକୁ ସମ୍ମାନିତ କରୁଅଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ମାଧ୍ୟମରେ ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କୁ ଆର୍ଥିକ ପ୍ରତିବନ୍ଧକ ବିନା ଉଚ୍ଚଶିକ୍ଷା ହାସଲ କରିବାକୁ ସକ୍ଷମ କରିବା ।

ସ୍କଲାର୍‌ସି୍‌ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ, ବିଆଇପିଏଫ୍‌ ଏକ ସଂରଚିତ “ମେଣ୍ଟର୍‌ସି୍‌” ଉପାଦାନ ପ୍ରଚଳନ କରି ଏହାର ପ୍ରଭାବକୁ ବୃଦ୍ଧିକରିଛି । ସମସ୍ତ ଛାତ୍ରବୃତ୍ତି ବିଜେତା ଇମ୍ଫାର କର୍ମଚାରୀ ସ୍ୱେଚ୍ଛା ସେବକ ଯୋଜନାର କାର୍ଯ୍ୟନିର୍ବାହୀ ପରାମର୍ଶଦାତାଙ୍କ ସହିତ ଯୋଡ଼ି ହୋଇଛନ୍ତି ।ଏହି ପରାମର୍ଶଦାତା ପଦକ୍ଷେପ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତିଗତ ପରାମର୍ଶ, ନୈତିକ ସମର୍ଥନ, ଶୈକ୍ଷିକ ମାର୍ଗ ଦର୍ଶନ ଏବଂ ନେଟ୍‌ୱାର୍କିଂ ସୁଯୋଗ ପ୍ରଦାନ କରିବ, ଯାହା ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକ ଉନ୍ମୋଚନ କରିବାରେ ଏବଂ ଏକ ସୁଚିନ୍ତିତ କ୍ୟାରିଅର୍‌ ପଥ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.