ଫିରିଙ୍ଗିଆ,୧୩/୦୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପରେ ଗୌତମ ବୁଦ୍ଧ ଓ କ୍ରାନ୍ତିକାରୀ ସାଧକ ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ରାଷ୍ଟ୍ରୀୟ ମୂଳ ନିବାସୀ ସଙ୍ଘ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ କନ୍ଧମାଳ ଜିଲ୍ଲା ତଥା ମହିମା ଧର୍ମର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅନାମ ଦିଗାଳ ସଭାପତିତ୍ୱ କରିଥିଲେ। ଏଥିସହ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମୂଳନିବାସୀ ସଙ୍ଘର ମୁଖ୍ୟ ପ୍ରବକ୍ତା ଦୟାନିଧି ମଳିକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା, ପାଣ କୁଳ ସମାଜ ଫିରିଙ୍ଗିଆ ବ୍ଲକ ସଭାପତି ଚନ୍ଦ୍ର ମୋହନ ନାଏକ,ରାଷ୍ଟ୍ରୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଜିଲ୍ଲା ସଭାପତି ଜାକିର ଖାନ, ଅଲ ଇଣ୍ଡିଆ ଅନୁସୂଚିତ ଜାତି ଫେଡେରେସନର ଯୁଗ୍ମ ସମ୍ପାଦକ ମୁକୁନ୍ଦ ନାଏକ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲ୍ଲା ଉପସଭାପତି ଭୋଦେବ କହଁର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଫିରିଙ୍ଗିଆ ବ୍ଲକ ସଭାପତି ଗିରିଧାରୀ କହଁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଗୌତମ ବୁଦ୍ଧ ଓ ନିର୍ବେଦ କ୍ରାନ୍ତିକାରୀ ସାଧକ ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶ୍ରୁତି ଚାରଣ କରାଯାଇଥିଲା ।