ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବି, କୋଣାର୍କରେ ବିଜେଡିର ୬ ଘଣ୍ଟିଆ ବନ୍ଦ ପାଳନ

Published By : Anindita Ratha | August 7, 2025 10:50 AM

କୋଣାର୍କ,୦୭/୦୮:  ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ ।  ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରାଯାଉଛି। ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜୁ ଜନତା ଦଳ  । ଯାହାର ପ୍ରଭାବ ଦେଖିବାକୁ ମିଳିଛି ପର୍ଯଟନସ୍ଥଳୀ କୋଣାର୍କରେ । ଏହି ବନ୍ଦ ଯୋଗୁଁ ପର୍ଯ୍ୟଟକଶୂନ୍ୟ ହୋଇପଡିଛି କୋଣାର୍କ ଓ ଚନ୍ଦ୍ରଭାଗା। 

କୋଣାର୍କ ନଗର ବିଜେଡି ପକ୍ଷରୁ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାରାଣୀ ସ୍ବାଇଁ,ଶତୃଜିତ ନାୟକ,ପ୍ରତାପ ଗୋଚ୍ଛାୟତ, ସୁଶାନ୍ତ ବେଉରା ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇ ଥାନା ଛକ ବିଜେଡି କାର୍ଯ୍ୟାଳୟ ପରିସରରୁ ଶୋଭାଯାତ୍ରାରେ ବାହାରିଛନ୍ତି। ବାଲେଶ୍ଵରର ସ୍ୟୋମ୍ୟାଶ୍ରୀ ଓ ବଳଙ୍ଗା ପିଡୀତାକୁ ନ୍ୟାୟ ଓ ସରକାର ବିରୁଦ୍ଧରେ ସ୍ଲୋଗାନମାନ ଦେଇ ସୂର୍ଯ୍ୟମନ୍ଦିର ଟିକେଟ କାଉଣ୍ଟର ଓ ମୁଖ୍ୟ ପ୍ରବେଶ ପଥ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ବତଃପ୍ରବୃତ ଭାବେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିବାବେଳେ କୋଣାର୍କର ସମସ୍ତ ଦୋକାନ ବଜାର ଆଦି ବନ୍ଦ ରହିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.