ଭୁବନେଶ୍ବର, ୨୩/୧ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କଟକରେ ବିଜେଡି ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା କରାଯାଇଛି। ଆଜି ସନ୍ଧ୍ୟାରେ ବକ୍ସିବଜାର ଦମକଳ କାର୍ଯ୍ୟାଳୟ ନିକଟରୁ ଏହି ମଶାଲ ଶୋଭାଯାତ୍ରା ବାହାରି ନେତାଜୀଙ୍କ ଜନ୍ମସ୍ଥାନ ଓଡିଆ ବଜାରସ୍ଥିତ ପର୍ଯ୍ୟନ୍ତ ଯାଇଥିଲା ।
ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଆୟୋଜିତ ଏହି ମଶାଲ ଶୋଭାଯାତ୍ରାରେ ରାଜ୍ୟର ବହୁ ଯୁବ ନେତୃବୃନ୍ଦ ଯୋଗ ଦେଇଥିଲେ। ବିଜେଡି ନେତା ଚନ୍ଦ୍ର ସାରଥି ବେହେରା, ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ସୁନିଲ ମହାନ୍ତି ଓ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଏହି ମଶାଲ ଶୋଭାଯାତ୍ରାରେ ଯୋଗଦେଇ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଜାତୀୟ ସ୍ମାରକୀ ପ୍ରଦାନ ଦାବି ଦୋହରାଇଥିଲେ।