ଭୁବନେଶ୍ୱର, ୨୨।୧୦: ବିଜେଡିର ପ୍ରେସମିଟ୍ । ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଗଣମାଧ୍ୟମ ଆଗରେ ବିଜେପି ବିରୁଦ୍ଧରେ ଏଭଳି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଖୁବ୍ଶୀଘ୍ର ବିଜେପି ସରକାରର ମୁଖା ଖୋଲିଯିବ । ବିଜେଡିକୁ ବଦନାମ କରିବାକୁ ବଡ଼ ଚକ୍ରାନ୍ତ କରିଛି ବିଜେପି । ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ଓ ଉମା ବିଷୋୟୀ ଏ ଚକ୍ରାନ୍ତରେ ବଳି ପଡ଼ିଛନ୍ତି । ବିଭୂତି ଭୂଷଣ ଜେନା ଏ ମର୍ଡର କେସ୍ରେ ସମ୍ପୃକ୍ତ ଅଛନ୍ତି । ବିକ୍ରମ ପଣ୍ଡାଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ କରିବାକୁ ଏହା ବିଜେପିର ଚକ୍ରାନ୍ତ । ଏଭଳି ଭାବରେ ଲୋକଙ୍କୁ ମିଛ ମାମଲାରେ ଫସାଇ ରାଜନୀତି କରାଗଲେ ଏହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । ଏ ମାମଲାରେ ଯେଉଁମାନେ ପ୍ରକୃତରେ ସମ୍ପୃକ୍ତ ସେମାନଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ କରାଯାଇଛି । ବିକ୍ରମ ସମେତ ମୋଟ୍ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୂର୍ବତନ ମେୟର ଶିବସଙ୍କର ଦାସ ମଧ୍ୟ ଗିରଫ ହୋଇଛନ୍ତି । କର୍ପୋରେଟର ମଳୟ ବିଷୋୟୀ, ୨ ସାର୍ପ ସୁଟର ଓ ଜଣେ ସ୍ଥାନୀୟ ସୁଟର, ରେକି କରିଥିବା ଅଭିଯୁକ୍ତ, ସହଯୋଗୀ ମଦନ ଦଳେଇ, କାଳିଆ ଭୂୟାଁ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, ଚିଣ୍ଟୁ ପ୍ରଧାନ ଗିରଫ ହୋଇଛନ୍ତି । ଗିରଫ ପରେ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କଠାରୁ ବନ୍ଧୁକ, କପଡ଼ା, ମୋବାଇଲ ଫୋନ ଜବତ ହୋଇଛି ।
ଅନ୍ୟପଟେ ପ୍ରେସମିଟ୍ରେ ପୀତବାସ ପଣ୍ଡା ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ବ୍ରହ୍ମପୁର ଏସ୍ପି । ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିଲା ବୋଲି ଏସ୍ପି କହିଛନ୍ତି । ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ମଧ୍ୟ ଥିଲା । ବିକ୍ରମ ପଣ୍ଡାଙ୍କ କ୍ୟାରିୟର ନଷ୍ଟ କରିବାକୁ ଚାହୁଁଥିଲେ ପୀତବାସ । ପୀତବାସଙ୍କ କ୍ୟାରିୟର ନଷ୍ଟ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ବିକ୍ରମ । ଘଟଣାରେ ଆଉ କିଛି କର୍ପୋରେଟର ସମ୍ପୃକ୍ତି ଅଛି । ହତ୍ୟା ପାଇଁ ଉମା ବିଷୋୟୀ ଷଡ଼ଯନ୍ତ୍ର ରଚିଥିବା ଏସ୍ପି କହିଛନ୍ତି । ପୀତବାସଙ୍କୁ ନମସ୍କାର କରି ଗୁଲି ମାରିଥିଲେ ଅଭିଯୁକ୍ତ । ହତ୍ୟା ପାଇଁ ଅଭିଯୁକ୍ତ ନୂଆ ପ୍ୟାଣ୍ଟ, ସାର୍ଟ ପିନ୍ଧି ଆସିଥିଲେ । ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ଗିରଫ କରାଯାଇଥିବା ବେଳେ ଆଉ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ଏସ୍ପି କହିଛନ୍ତି ।
ବିଜେ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ଯେ, ପୀତବାସ ପଣ୍ଡାଙ୍କୁ ମାରିବା ପାଇଁ ଯେତେବେଳେ ପ୍ଲଟ୍ ହୋଇନଥିଲା, ସତ୍ୟକୁ ଲୁଚାଇବାକୁ ଏହା ଠାରୁ ବଡ଼ ପ୍ଲଟ୍ ହୋଇଛି । କାହିଁକି ବିକ୍ରମ ପଣ୍ଡାଙ୍କୁ ଅଟକାଯାଇଛି ବୋଲି ବିଜେଡି ନେତାମାନେ ପଚାରିଥିଲେ ବି ପଦୁଟିଏ କଥା କହିପାରିଲେନି ଏସ୍ପି । ଦୁଇ ଜଣ ରାଜନୀତିକ ବ୍ୟକ୍ତିଙ୍କୁ ପିଟିସନକୁ ନେଇ ପୀତବାସ ପଣ୍ଡାଙ୍କ ସହ ଯୋଡ଼ାଯିବାର କୌଣସି ଯଥାର୍ଥତା ନାହିଁ । ପୀତବାସ ପଣ୍ଡା ବିଭୂତି ଜେନାଙ୍କ ଡାହାଣ ହାତ ଥିଲେ । ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ଏନେଇ ପୋଲିସ କୌଣସି ପଦକ୍ଷେପ ନେଇନି । ବିକ୍ରମ ପଣ୍ଡା ବିଭୂତି ଜେନାଙ୍କ ବିରୋଧୀ ପ୍ରାର୍ଥୀ ଥିଲେ । ତାଙ୍କ ରାଜନୀତିକ କ୍ୟାରିଅରକୁ ବରବାଦ କରିବା ସହ ମନ୍ତ୍ରୀଙ୍କ ଦୋଷକୁ ଲୁଚାଇବାକୁ ଏ ସ୍କ୍ରିପ୍ଟ ତିଆରି କରାଯାଇଛି । ପୁରା ଘଟଣାକୁ ଲୁଚାଇ ଦେବା ସହ ମୂଶ ଆସାମୀଙ୍କୁ ବଞ୍ଚାଇବାକୁ ନୂଆ ଆସାମୀ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି । ପୋଲିସ ସବୁଠୁ ବଡ଼ ଗୁଣ୍ଡା ଏକଥା ଆଜି ପ୍ରମାଣିତ ହୋଇଛି । କେବଳ ସରକାରଂକ ବିରୁଦ୍ଧରେ ଲଢେ଼ଇ ନୁହେଁ ପୋଲିସ ବିରୁଦ୍ଧରେ ଲଢେ଼ଇ ହେବ ।