ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିଜେଡି ପଦଯାତ୍ରା ସପ୍ତାହେ ବଢ଼ିଲା, ବାତ୍ୟା ପ୍ରଭାବିତ ଜିଲ୍ଲାରେ ନଭେମ୍ବର ୧ରୁ ୭ ଯାଏ ହେବ

Published By : Prameya | October 22, 2024 10:51 AM

ଭୁବନେଶ୍ୱର,୨୨/୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧିକୁ  ଆହୁରି ଏକ ସପ୍ତାହ ବୃଦ୍ଧି କରାଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ନଭେମ୍ବର ୧ରୁ ୭ ଯାଏଁ ଚାଲିବ ଏହି  ପଦଯାତ୍ରା । ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା  ତଥା ଆବାହକ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି । 

ଶ୍ରୀ ଦାସବର୍ମା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ  ବିପୁଳ ଜନସମର୍ଥନ ମିଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା  ଅକ୍ଟୋବର ୨୧ରୁ ୩୦ ପର୍ଯ୍ୟନ୍ତ ହେବାକୁ ସ୍ଥିର ହୋଇଥିଲା ।  ମାତ୍ର ରାଜ୍ୟରେ ବାତ୍ୟାର ଭୟ ସୃଷ୍ଟି ହୋଇଛି । ତେଣୁ  ଦଳର ସଭାପତିଙ୍କ ନିଷ୍ପତ୍ତି କ୍ରମେ ଏହି ଜନସମ୍ପର୍କ  ପଦଯାତ୍ରାକୁ ଏକ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ ନଭେମ୍ବର ୧ରୁ  ୭ ପର୍ଯ୍ୟନ୍ତ ବଢ଼ାଗଲା । ଯେଉଁ ଜିଲ୍ଲାରେ ବାତ୍ୟାର ପ୍ରଭାବ  ପଡ଼ିବ ନାହିଁ, ସେଠାରେ ଜନସମ୍ପର୍କ ପଦଯାତ୍ରା ଜାରି  ରହିବ ।

ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବାତ୍ୟା  ମୁକାବିଲା ପାଇଁ ରାଜ୍ୟରେ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା  ହୋଇପାରିଛି । ୧୯୯୯ ମହାବାତ୍ୟା ପରେ ରାଜ୍ୟରେ  ଅନେକ ବାତ୍ୟା ଆସିଛି, କିନ୍ତୁ ଓଡ଼ିଶା ଏହି ସବୁ ବାତ୍ୟାକୁ  ଦୃଢ଼ତାର ସହ ମୁକାବିଲା କରିଛି । ମିଳିତ ଜାତିସଂଘ ମଧ୍ୟ  ଓଡ଼ିଶାର ଦକ୍ଷତାକୁ ପ୍ରଶଂସା କରି ସମ୍ମାନିତ କରିଛି । ଆଶା  କରୁଛୁ, ବର୍ତ୍ତମାନର ସରକାର ନିଜର ଉତ୍ତରଦାୟିତ୍ୱ ବହନ କରି ବାତ୍ୟାକୁ ସଫଳତାର ସହ ମୁକାବିଲା କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.