ମୁ୍ମ୍ବାଇ,୪/୬ : ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୬ରେ ସବୁଠାରୁ ଅଧିକ ରନ୍ କରି ଚର୍ଚ୍ଚା ସାଉଣ୍ଟୁଛନ୍ତି । ଏବେ ବୈଭବଙ୍କୁ ଖୁବଶୀଘ୍ର ଟିମ୍ ଇଣ୍ଡିଆକୁ ନେବାକୁ ବିତର୍କ ସୃଷ୍ଟି ହୋଇଛି । ଭାରତୀୟ ଟିମକୁ ଆଗାମୀ ଟି-୨୦ ସିରିଜ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଅଛି । ଉଭୟ ସିରିଜ ଲାଗି ଖୁବଶୀଘ୍ର ଟିମ୍ ଇଣ୍ଡିଆର ସ୍କ୍ବାର୍ଡ଼ ଜାରି କରାଯାଇପାରେ, ଯେଉଁଥିରେ ବୈଭବଙ୍କୁ ସାମିଲ କରିବାକୁ ଦାବି କରାଯାଉଛି ।

ଗୋଟିଏ ପଟେ କୁହାଯାଉଛି କି ୧୫ବର୍ଷୀୟ ବୈଭବଙ୍କୁ ଏତେ ଶୀଘ୍ର ଟିମରେ ନେବା ଠିକ୍ ନୁହେଁ। ଗଣମାଧ୍ୟମ ରିପୋର୍ଟ୍ସ ଅନୁସାର ଚୟନକର୍ତ୍ତା ବୈଭବଙ୍କୁ ଟିମରେ ନେବା ଲାଗି ବ୍ୟସ୍ତ ଦେଖାଯାଉଛନ୍ତି । ଏଭଳିସ୍ଥଳେ ଏବେ ଦେଖିବାକୁ ବାକି ରହିଲା କି କ’ଣ ବୈଭବଙ୍କୁ ଟିମ୍ ଇଣ୍ଡିଆର ଆଗାମୀ ଟି-୨୦ ସିରିଜରେ ସାମିଲ କରାଯାଉଛି କି ନାହିଁ ।

ମେନ୍ ଇନ ବ୍ଲୁକୁ ଆୟର୍ଲାଣ୍ଡ ଗସ୍ତରେ ୨ମ୍ୟାଚର ଟି-୨୦ସିରିଜ ଖେଳିବାରେ ଅଛି । ଯାହାର ଆରମ୍ଭ ୨୬ଜୁନରୁ ହେବ । ଦ୍ବିତୀୟ ମ୍ୟାଚ୍ ୨୮ଜୁନରେ ଖେଳାଯିବ । ଏହି ସିରିଜ୍ ମାଧ୍ୟମରେ ଟିମ୍ ଇଣ୍ଡିଆକୁ ନୂଆ ଅଧିନାୟକ ବି ମିଳିପାରେ । ବର୍ତ୍ତମାନର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପଦରୁ ହଟାଇଦିଆଯାଇଥିବା ସୂଚନା ମିଳୁଛି ।

ଏହାପରେ ୧ଜୁଲାଇରୁ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ୫ମ୍ୟାଚର ଟି-୨୦ ସିରିଜ ଖେଳିବ । ଏବେ ଦେଖିବାକୁ ବାକି ରହିଲା କି ଯଦି ବୈଭବଙ୍କୁ ଚୟନ କରାଯାଉଛି ତେବେ କ’ଣ କେବଳ ତାଙ୍କୁ ଆୟର୍ଲାଣ୍ଡ ଗସ୍ତ ଉପରେ ସ୍ଥାନ ମିଳିବ କିମ୍ବା ପୁଣି ଇଂଲଣ୍ଡ ଗସ୍ତ ଲାଗି ବି ସ୍କ୍ବାର୍ଡ଼ର ଭାଗିଦାରୀ ହେବେ ।