ଭୁବନେଶ୍ବର,୧୨/୦୬; ଭୁବନେଶ୍ବର ମହାତ୍ମାଗାନ୍ଧି ମାର୍ଗରେ ବିଜୁ ଜନତା ଦଳର ବିରାଟ ବିକ୍ଷୋଭ । ବିଜେଡିର ଏହି ପ୍ରତିବାଦ ସଭା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଭା ସ୍ଥଳରୁ ମାତ୍ର ୫ଶହ ମିଟର ଦୂରରେ ହୋଇଛି । ବିଜେଡି ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ମାନେ ପ୍ରତିବାଦ କରିଛନ୍ତି ।
ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନରେ ରାଜ୍ୟବାସୀ କିଭଳି ପ୍ରତାରଣାର ଶିକାର ହୋଇଛନ୍ତି, ତାକୁ ନେଇ ବିଜେଡି ଜନ ଜାଗରଣ ଅଭିଯାନ ଆରମ୍ଭ କରିଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏହି ବିକ୍ଷୋଭ ସଭା ମାଧ୍ୟମରେ ଜନ ଜାଗରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରତିବାଦ ସଭାରେ ବିଜେଡି ଅଭିଯୋଗ କରିଛି, ସରକାର କାମ ନକରି କେବଳ ସ୍ଲୋଗାନ ଏବଂ ଭାଷଣ ବାଜିରେ ମାତିଛନ୍ତି । କୌଣସି ବ୍ଲକରେ ମାଟି ମୁଠେ ପଡ଼ିନାହିଁ ବୋଲି ବିଜେଡି ବିଧାୟକ, ସାଂସଦ ଓ ପୂର୍ବତନ ବିଧାୟକ ମାନେ ଅଭିଯୋଗ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ହୋଇଥିବା କାର୍ଯ୍ୟକୁ କେବଳ ରଙ୍ଗ ମାରିଛନ୍ତି । ବିଜେଡି ଏହି ଜନ ଜାଗରଣ ଅଭିଯାନକୁ ଗାଁକୁ ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିକ୍ଷୋଭ ବେଳେ ବିଜେଡି ନେତା ମାନେ ବ୍ୟାରିକେଟ୍ ଭାଙ୍ଗି ଲୋକସେବା ଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଛି ।