ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ଅପମାନିତ କରିବା ପ୍ରତିବାଦରେ ବିଜେଡିର ବିକ୍ଷୋଭ, ବାହନଗା ବ୍ଲକ ଘେରାଉ କଲେ ବିଜେଡି କର୍ମୀ

Published By : Harapriya Sethi | March 6, 2025 11:59 AM

ଖନ୍ତାପଡ଼ା,୦୬/୦୩: ସାରା ରାଜ୍ୟରେ ଅତୀତରେ ଦୀର୍ଘ ୨୪ ବର୍ଷ ଧରି ଶାସନରତ ବିଜେଡି ସରକାରଙ୍କ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ରାଜ ଦିବସ ଏବଂ ବିଜୁ ଜୟନ୍ତୀ ପାଳନ କରାଯାଉଥିଲା । ହେଲେ ଚଳିତ ବର୍ଷ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେପି ସରକାର ଏହି ଦିବସଟିକୁ ଅବମାନନା କରିଥିଲା । ଏହି ଦିନର ସରକାରୀ ଛୁଟି ଘୋଷଣା ବାତିଲ କରିଥିଲା ବିଜେପି ସରକରା । ଏହାର ପ୍ରତିବାଦରେ ଗୁରୁବାର ସୋର ବିଜେଡି ପରିବାର ତରଫରୁ ବାହାନଗା ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହା ସହ ବିଜେପି ବିରୋଧରେ ନାରାବାଜି ମଧ୍ୟ କରାଯାଇଥିଲା ।

ବାହାନଗା ବ୍ଲକ ବିଡିଓ ବିକ୍ରମ କେଶରୀ ପରିଡା ଆସି ଧର୍ମଘଟରେ ସାମିଲ ଥିବା ବିଜେଡି କର୍ମୀଙ୍କୁ ଉଠିବା ପାଇଁ ନିବେଦନ କରିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଚାପା ଉତେଜନା ବୃଦ୍ଧି ପାଇଥିଲା । ପରେ ସୋର ଆଇଆଇସି ସୁଦୀପ୍ତ କୁମାର ସାହୁ କର୍ମୀ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା । ସୋର ବିଧାୟକ ମାଧବ ଧଡ଼ାଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହିତ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଧର୍ମଘଟରେ ଯୋଗଦେଇ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.