ଭୁବନେଶ୍ଵର, ୩୦/୦୫ : ଡବଲ୍ ଇଞ୍ଜିନ୍ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା। ଚାଷୀ, ମହିଳା, ଯୁବକଙ୍କ ପରେ ଏବେ ବୃଦ୍ଧବୃଦ୍ଧାଙ୍କ ସହ ଖେଳିଲେ ସରକାର। ଭତ୍ତା ନମିଳିବା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଭତ୍ତା ପାଇବା ପାଇଁ ଏବେ ୩ ରୁ ୪ ମାସ ସମୟ ଲାଗୁଛି। ପୂର୍ବରୁ ୩ ରୁ ୪ ମାସ ପରେ ମିଳିଥିଲା ଏବେ ଦୁଇ ମାସ ହେବ ମିଳିନି। ନବୀନ ସରକାରରେ ହିତାଧିକାରୀଙ୍କ ଘରେ ଭତ୍ତା ଦିଆଯାଉଥିଲା। ପଞ୍ଚାୟତ ଅଫିସ, ବ୍ୟାଙ୍କକୁ ଆସିବା କଷ୍ଟସାଧ୍ୟ ହେବା ସହ ଅଟୋ ଭଡ଼ା ଅଧିକ ହେଉଥିବାରୁ ଘରେ ନେଇ ଭତ୍ତା ଦିଆଯାଉଥିଲା। କିନ୍ତୁ ବିଜେପି ସରକାର ମଧୁବାବୁ ପେନସନ ପଞ୍ଚାୟତ ଅଫିସରେ ଦେଉଛନ୍ତି। ଜାତୀୟ ପେନସନ ଯୋଜନାରେରେ ବ୍ୟାଙ୍କରେ ଦେଉଛନ୍ତି। କିନ୍ତୁ ମାସକୁ ମାସ ବି ମିଳୁନି। ସରକାର ଲୋକଙ୍କୁ ହକ୍ ଦେଇ ପାରୁନାହାନ୍ତି। ଏ ସରକାର ଦେବାଳିଆ ସରକାର। ୬୦ ବର୍ଷରୁ ଅଧିକ ବୃଦ୍ଧ ଲୋକଙ୍କୁ ୩ ହଜାର ୫୦୦ ଟଙ୍କା ଦେବେ କହି ଦେଲେନି। ଏବେ ଯେତିକି ବି ମିଳୁଥିଲା ସେତିକି ମିଳୁନି। 

ସେହିପରି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଜାତୀୟ ପେନସନ ଯୋଜନାରେ ଦୁଇ ମାସ ହେବ ଭତ୍ତା ମିଳୁନି। ନବୀନ ସରକାରରେ ୧୫ ତାରିଖ ଭିତରେ ଭତ୍ତା ମିଳୁଥିଲା। ବ୍ୟାଙ୍କ ପଞ୍ଚାୟତ ଅଫିସକୁ ଦୌଡି ହନ୍ତସନ୍ତ ହେଉଛନ୍ତି। ନବୀନ ସରକାରରେ ଭତ୍ତା ରାଶି ବୃଦ୍ଧି ସହ ହିତାଧିକାରୀଙ୍କ ସଂଖ୍ୟା ବଢ଼ିଥିଲା କିନ୍ତୁ ଏବେ ଭତ୍ତା ମିଳୁନି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ୩୬ ଲକ୍ଷ ୯୫ ହଜାର ହିତାଧିକାରୀ ଥିବା ବେଳେ ଜାତୀୟ ପେନସନ ଯୋଜନାରେ  ୨୧ ଲକ୍ଷ ଭତ୍ତା ପାଉଛନ୍ତି। ରାଜ୍ୟରେ ମୋଟ ୫୭ ଲକ୍ଷ ଭତ୍ତା ପାଉଛନ୍ତି। ସରକାର ସମ୍ବେଦନଶୀଳ ହୋଇଯାଇଛନ୍ତି। 

ଆହୁରି ପଢନ୍ତୁଜୁନ୍ ୨ରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବିଭାଗରୁ ହେବ ଆରମ୍ଭ

ସରକାର ଦେବାଳିଆ ହୋଇ ଯାଇଛନ୍ତି କି ବୋଲି ବିଜେଡି ପ୍ରଶ୍ନ କରି କହିଛି ଯେ, ପଶ୍ଚିମବଙ୍ଗ ନିର୍ବାଚନରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଦେଲେ ବୋଲି ଅଭିଯୋଗ ହେଉଛି। ଯଦି ଏମିତି ହୁଏ ସରକାରଙ୍କ ପାଖରେ ଅର୍ଥ କେଉଁଠି ଆସିବ ? କାହିଁକି ଭତ୍ତା ମିଳୁନି ମନ୍ତ୍ରୀଙ୍କ ପାଖରେ ଉତ୍ତର ନାହିଁ। ହିତାଧିକାରୀଙ୍କୁ ବାଦ ଦେବାକୁ ଚକ୍ରାନ୍ତ ଚାଲିଛି। ଯଦି ସରକାର ଭତ୍ତା ଦେବାରେ କୌଣସି ସମସ୍ୟା ସୃଷ୍ଟି କରନ୍ତି ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ।

ବିଜେପିକୁ ଭୋଟ୍ ନଦେଲେ କଟିବ ଭୋଟର ଲିଷ୍ଟ୍ ,ଏ ଟିପ୍ପିଣି ସ୍ପଷ୍ଟ କରୁଛି ଏହା ସୁସ୍ଥ ଗଣତନ୍ତ୍ର ନୁହେଁ