ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ

Published By : Prameya | April 19, 2025 7:57 AM

ଭୁବନେଶ୍ୱର,୧୯/୦୪: ଆଜି ସକାଳ ୧୧ଟାରେ ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ । ୩୫୫ ରାଜ୍ୟ ପରିଷଦ ସଦସ୍ୟ ବୈଠକରେ ଯୋଗ ଦେବେ । ବୈଠକରେ ନବୀନ ପଟ୍ଟନାୟକଙ୍କୁ ପୁଣି ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ । ନବୀନ ସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ  ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ୯ମ ପାଳିରେ ପୁଣି ସଭାପତି ହେବା ନିଶ୍ଚିତ ।  ଏହି ବୈଠକରେ ୮୧ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ  ନିର୍ବାଚିତ କରାଯିବ । 

ସେହି କାର୍ଯ୍ୟକାରିଣୀ ସଦସ୍ୟଙ୍କ  ମଧ୍ୟରୁ ବରିଷ୍ଠ ନେତା ଓ ନେତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ  କମିଟିରେ ସ୍ଥାନ ପାଇବେ । କିଏ ବରିଷ୍ଠ ଉପସଭାପତି,  ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ହେବ ତ  ଆଉ କିଏ ହେବେ ସହ ସମ୍ପାଦକ । ପୁଣି ଏମାନଙ୍କ ମଧ୍ୟରୁ  କାହାକୁ ଜିଲ୍ଲା ପ୍ରଭାରୀ, ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ  ସଙ୍ଗଠନ ପ୍ରଭାରୀ ଭାବେ ଦାୟିତ୍ୱ ଦେବେ ସଭାପତି । 

ବୈଠକ ସମ୍ପର୍କରେ ଦଳର ବରିଷ୍ଠ ବିଧାୟକ  ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ଦଳୀୟ ବ୍ୟବସ୍ଥା  ଓ ସମ୍ବିଧାନ ଅନୁସାରେ ରାଜ୍ୟ ପରିଷଦ ବୈଠକରେ  ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ  କରାଯିବ । ନୂଆ ସଭାପତି ହେବା ପରେ ସେ ନୂଆ ଟିମ୍‌  ଗଠନ କରିବେ । 

ମିଳିଥିବା ସୂଚନା ଅନୁସାରେ ସଭାପତି  ଭାବେ ନବୀନ ଦାୟିତ୍ୱ ନେବା ପରେ ନୂଆ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିପାରନ୍ତି । ଉପସଭାପତି ସଂଖ୍ୟା ବୃଦ୍ଧି ହେବା ନେଇ ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । 

ଉଲ୍ଲେଖଯୋଗ୍ୟ, ୧୯୯୭ରେ ବିଜେଡି ପ୍ରତିଷ୍ଠା ହେବା  ଦିନରୁ ନବୀନ ବିଜେଡି ସଭାପତି ଭାବେ ଦାୟିତ୍ୱ ନିର୍ବାହ  କରିଛନ୍ତି । ଏବେ ସେ ପୁଣି ସଭାପତି ହେବା ପରେ  ଆଗ ଭଳି କାର୍ଯ୍ୟ କରିବା ସହଜ ହେବନାହିଁ । ତାଙ୍କୁ ବହୁ  ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ । ସଭାପତି ନିର୍ବାଚନ  ସରିବା ପରେ ପର୍ଯ୍ୟାୟ କ୍ରମେ ବାକି ଥିବା ୧୫ଟି ସାଙ୍ଗଠନିକ  ଜିଲ୍ଲା ସଭାପତି, ବ୍ଲକ ଓ ନଗର ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତିଙ୍କ ନାମ ଘୋଷଣା ହେବ । ନୂଆ  ଦାୟିତ୍ୱ ନେବା ପରେ ନବୀନ ଦଳକୁ କି ଆହ୍ୱାନ ଦେବେ  ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.