ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଉପରାଷ୍ଟ୍ରପତି ନିର୍ବାଚନ : କେଉଁ ପଟକୁ ଢଳିବ ବିଜେଡି ?

Published By : Rasmita Pradhan | August 20, 2025 12:40 PM

ଭୁବନେଶ୍ୱର, ୨୦/୦୮ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ। ଏନ୍‌ଡିଏ ପ୍ରାର୍ଥୀ ସି.ପି.ରାଧାକ୍ରିଷ୍ଣନଙ୍କ ସାମ୍ନାରେ ଇଣ୍ଡିଆ ମେଣ୍ଟ ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଶ୍ରୀ ରାଧାକ୍ରିଷ୍ଣନ୍‌ ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଥିବାବେଳେ ଶ୍ରୀ ରେଡ୍ଡୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ଉଭୟ ଏନ୍‌ଡିଏ ଓ ଇଣ୍ଡିଆର ନଜର ଏବେ ବିଜେଡି ଭୋଟ ଉପରେ । ବିଜେଡି କେଉଁ ପଟକୁ ଢଳିବ, ତାହାକୁ ନେଇ ଜାତୀୟ ରାଜନୀତିରେ ବି ଚର୍ଚ୍ଚା ଜୋରଦାର । ବିଜେଡି ଆଗରେ ବଡ଼ ପ୍ରଶ୍ନ-କାହାକୁ ସମର୍ଥନ କରିବେ? ଏନ୍‌ଡିଏ ନା ଇଣ୍ଡିଆ? ଗତଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା । ସେତେବେଳେ ବିଜେଡି ପାଇଁ ନିଷ୍ପତ୍ତି ନେବାକୁ କିଛି ଦ୍ୱନ୍ଦ୍ୱ ବା ସମସ୍ୟା ନଥିଲା । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପାଇଁ ବିଜେଡି ଖୋଲାଖୋଲି ସମର୍ଥନ ଦେଇଥିଲା । ମାତ୍ର ଏଥର ଚିତ୍ର ଭିନ୍ନ । ଉଭୟ ମେଣ୍ଟର ପ୍ରାର୍ଥୀ ଦକ୍ଷିଣ ଭାରତୀୟ । 

ଇତିମଧ୍ୟରେ ବିଜେଡି ଓଡ଼ିଶାରେ ବିଜେପିଠାରୁ ହାରି କ୍ଷମତାଚ୍ୟୁତ ହୋଇଛି । ତେଣୁ ବିଜେଡି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ସମର୍ଥନ କରିବ ନା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆକୁ ସହଯୋଗ କରିବ, ତାହାକୁ ନେଇ ଦଳ ଭିତରେ ଭିନ୍ନ ମତ ରହିଛି । ଦଳର କିଛି ନେତା ଏ ନେଇ ଖୋଲାଖୋଲି ନିଜ ମତ ବି ରଖିଛନ୍ତି । କିଛିଦିନ ତଳେ କିଛି ବରିଷ୍ଠ ନେତା ଶଙ୍ଖ ଭବନରେ ବୈଠକ କରିଥିଲେ । ସେଥିରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ବି ଆଲୋଚନା ହୋଇଥିଲା । ସୂତ୍ର ଅନୁସାରେ ଏନ୍‌ଡିଏକୁ ସମର୍ଥନ ନ କରିବା ପାଇଁ କିଛି ବଡ଼ ନେତା ମତ ରଖିଥିଲେ । ଏ ନେଇ ଦଳର ମୁଖିଆଙ୍କୁ ଅବଗତ କରାଯାଇଥିବା ଶୁଣିବାକୁ ମିଳିଥିଲା । ମାତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଯାଏଁ କିଛି ସ୍ପଷ୍ଟ ସଙ୍କେତ ଦେଇନାହାନ୍ତି । କିଛି ମାସ ତଳେ ୱାକଫ ବିଲ୍‌ରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳ ଭିତରେ ବହୁ ବିବାଦ ସୃଷ୍ଟି ହୋଇଥିଲା । ଏମିତିକି ବିଦ୍ରୋହର ସ୍ୱର ନବୀନ ନିବାସ ପରିସର ପର୍ଯ୍ୟନ୍ତ ପହଞ୍ଚିଥିଲା । ଦଳର ସାଂସଦମାନଙ୍କ ଭିତରେ ତୁ ତୁ ମେଁ ମେଁ ସହ ବିବାଦ ପଦାକୁ ଆସିଥିଲା । ବଡ଼ ନେତା ବି ଦଳର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ବହୁ କଷ୍ଟରେ ନବୀନ ଏ ସ୍ଥିତିକୁ ମ୍ୟାନେଜ କରିଥିଲେ । ଏବେ ନବୀନଙ୍କ ପାଇଁ ପୁଣି ଏକ ଆହ୍ୱାନ ସୃଷ୍ଟି କରିଛି ଉପରାଷ୍ଟ୍ରପତି ନିର୍ବାଚନ । 

ଦଳ ଯଦି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ, ତେବେ କେନ୍ଦ୍ରୀୟ ବିଜେପି ନେତୃତ୍ୱ ଓ ବିଜେଡି ମଧ୍ୟରେ ସୁସମ୍ପର୍କ ଥିବା ବାର୍ତ୍ତା ଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନବୀନଙ୍କୁ ଫୋନ କରି ସମର୍ଥନ ମାଗିଥିବା ଖବର ଶୁଣିବାକୁ ମିଳିଛି । ନବୀନ କିଛି ସ୍ପଷ୍ଟ କରିନଥିବାବେଳେ ଦଳ ଭିତରେ ଏହାକୁ ନେଇ ଢେର ଚର୍ଚ୍ଚା । ଏନ୍‌ଡିଏ ପ୍ରତି ନବୀନଙ୍କ ସମର୍ଥନ ରହିଲେ ରାଜ୍ୟରେ କଂଗ୍ରେସ ଏହାକୁ ବଡ଼ ପ୍ରସଙ୍ଗ କରିବ । ଏମିତିକି ବିଜେଡି-ବିଜେପି ସମ୍ପର୍କ କଥା ଉଠାଇ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହେବା ପାଇଁ ପ୍ରୟାସ ଜୋରଦାର କରିବ । ଅନ୍ୟପଟେ ଯଦି ଇଣ୍ଡିଆ ପ୍ରାର୍ଥୀଙ୍କୁ ନବୀନ ସମର୍ଥନ ଦିଅନ୍ତି, ତେବେ କଂଗ୍ରେସ-ବିଜେଡି ସମ୍ପର୍କ ନେଇ ବିଜେପି ଘେରିବ । ଏଭଳି ସ୍ଥିତିରେ ନବୀନ କ’ଣ କରିବେ, ତାହା ଉପରେ ସଭିଙ୍କ ନଜର । ନବୀନଙ୍କ ସମର୍ଥନ ପାଇଁ ଉଭୟ ଶିବିରରୁ ପ୍ରୟାସ ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.